ETV Bharat / sports

IPL 2023: ଆଜି ଡବଲହେଡରେ ବାଙ୍ଗାଲୋର-ରାଜସ୍ଥାନ ଓ ଚେନ୍ନାଇ-କୋଲକାତା ମୁକାବିଲା

author img

By

Published : Apr 23, 2023, 11:35 AM IST

Indian Premier League
ipl 2023

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି ହବଲହେଡର ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ବାଙ୍ଗାଲୋର ଓ ରାଜସ୍ଥାନ ଭେଟ ଥିବାବେଳେ ଦ୍ବିତୀୟ ମ୍ୟାଚରେ ଚେନ୍ନାଇ କୋଲକାତା ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସନଡେକୁ ଭରପୁର ଉପଭୋଗ କରିବେ କ୍ରିକେଟ ପ୍ରେମୀ । ବିଲକୁଲ ବୋର ହେବେ ନାହିଁ କାରଣ ଆଜି ସୁପର ସନଡେରେ ହବଲହେଡର ଫାଇଟ ରହିଛି । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଦୁଇଟି ମ୍ୟାଚ ରହିଛି । ଆଇପିଏଲ 32ତମ ମ୍ୟାଚରେ ଅପରାହ୍ନରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ । ସେହିପରି 33ତମ ମୁକାବିଲାରେ ରାତିରେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯିବ । ରାଜସ୍ଥାନ ବାଙ୍ଗାଲୋରକୁ ହରାଇ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଥିବା ବେଳେ କୋଲକାତାକୁ ହରାଇ ଦ୍ବିତୀୟ ସ୍ଥାନକୁ ଉତୀନ୍ନ ହେବା ସ୍ବପ୍ନ ନେଇ ଖେଳିବ ସୁପରକିଙ୍ଗସ ।

bangalore set to play green game
ସବୁଜ ଜର୍ସିରେ ଖେଳିବ ବାଙ୍ଗାଲୋର

RCB VS RR: ଚଳିତ ସିଜନରେ ରାଜସ୍ଥାନର ରାଜୁତି ଦେଖିବାକୁ ମିଳିଛି । ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଭଲ ଫର୍ମରେ ରହିଛି । ଆଜି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟେବଲୁ ଟପରେ ଥିବା ରାଜସ୍ଥାନକୁୁ ଭେଟିବ । ରାଜସ୍ଥାନ 4ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି । ବାଙ୍ଗାଲୋର 3ଟି ମ୍ୟାଚ ଜିତି ଷଷ୍ଠ ସ୍ଥାନରେ ରହିଛି । ରାଜସ୍ଥାନ ବାଙ୍ଗାଲୋରକୁ ହରାଇ ଶୀର୍ଷ ସ୍ଥାନ ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ । ସେହିପରି ଆରସିବି ତାର ଚତୁର୍ଥ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଆରସିବିର କୋହଲି ଓ ଡୁପ୍ଲେସି ଫର୍ମରେ ରହିଛନ୍ତି । ରାଜସ୍ଥାନ ବିପକ୍ଷରେ ଦୁଇ ଖେଳାଳି ବଡ ଇନିଂସ ଖେଳିବେ ବୋଲି ଆଶା କରାଯାଉଛି ।

ସବୁଜ ଜର୍ସିରେ ଖେଳିବ ବାଙ୍ଗାଲୋର: ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରାଜସ୍ଥାନ ଓ ବାଙ୍ଗାଲୋର ମ୍ୟାଚ ଅନୁଷ୍ଠିତ ହେବ । ଏହି ମୁକାବିଲାରେ ବାଙ୍ଗାଲୋର ପ୍ଲେୟାର ସବୁଜ ଜର୍ସି ପିନ୍ଧି ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳିବେ । 2011ରେ ଆରସିବି 'ଗ୍ରୀନ ଗେମର' ପରିକଳ୍ପନା କରିଥିଲା । ଏନେଇ ଘରୋଇ ଗ୍ରାଉଣ୍ଡରେ ଆଜି ସବୁଜ ଜର୍ସି ପିନ୍ଧି ଖେଳିବ ଆରସିବି । ସ୍ବଚ୍ଛ ଓ ସବୁଜ ପରିବେଶର ବାର୍ତ୍ତା ଦେଇ ଆଇପିଏଲରେ ଗୋଟିଏ ମ୍ୟାଚ ସବୁଜ ପୋଷାକ ପିନ୍ଧି ଖେଳି ଆସୁଛି ଆରସିବି । ଷ୍ଟାଡିୟମରେ ସଂଗ୍ରହ କରାଯାଇଥିବା ବର୍ଜ୍ୟବସ୍ତୁକୁ ନବୀକରଣ କରାଯାଇ ସବୁଜ ଜର୍ସି ପ୍ରସ୍ତୁତ କରାଯାଇଛି । ଚଳିତ ସିଜନରେ ଆରସିବି ପ୍ରଥମ ମ୍ୟାଚରେ 9047.6 କିଲୋ ବର୍ଜ୍ୟବସ୍ତୁ ସଂଗ୍ରହ ହୋଇଥିଲା । ଆରସିବି ବିଶ୍ବର ପ୍ରଥମ କାର୍ବନ ନେଚୁରାଲ ଦଳ ବିବେଚିତ ହୋଇଛି ।

CSK VS KKR: ଚାରିଥର ଚମ୍ପିଅନ ଚେନ୍ନାଇ ଆଜି କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ଚଳିତ ସିଜନରେ 4ଟି ବିଜୟ ସହ 8 ପଏଣ୍ଟ ପାଇ ଟେବୁଲ ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ । କୋଲକାତା ବିପକ୍ଷରେ ବଡ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବା ଲକ୍ଷ୍ୟରେ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗସ । ପୂର୍ବ ମ୍ୟାଚରେ ହାଇଦ୍ରାବାଦକୁ ହରାଇଥିଲା ଚେନ୍ନାଇ । ଦଳ ମୋଟ 6ଟି ମ୍ୟାଚରୁ 4ଟି ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି । ଆଜିର ମ୍ୟାଚକୁ ଜିତିବାକୁ ନୂଆ ରଣନୀତି ନେଇ କୋଲକତା ବିପକ୍ଷରେ ମଇଦାନକୁ ଓହ୍ଲାଇବ ଚେନ୍ନାଇ । କୋଲକାତା 6ଟି ମ୍ୟାଚ ଖେଳି ମାତ୍ର 2ଟିରେ ବିଜୟୀ ହୋଇଛି । ଆଜି ଚେନ୍ନାଇକୁ ହରାଇ ତୃତୀୟ ବିଜୟ ଲକ୍ଷ୍ୟରେ ରହିଛି କୋଲକାତା ନାଇଟ ରାଇଡର୍ସ ।

RCB ସାମ୍ଭାବ୍ୟ ଏକାଦଶ: ଫାଫ ଡୁପ୍ଲେସି, ବିରାଟ କୋହଲି, ମହିପାଲ ଲୋମରାର, ଗ୍ଲେନ ମ୍ୟାକ୍ସୱେଲ, ଶାହବାଜ ଅହମ୍ମଦ, ଦିନେଶ କାର୍ତ୍ତିକ, ୱାନିଣ୍ଡୁ ହସରଙ୍ଗା, ହର୍ଷଲ ପଟେଲ, ବେନ ପାର୍ନିଲ, ମହମ୍ମଦ ସିରାଜ, ବେଶାଖ ବିଜୟକୁମାର ।

RR ସାମ୍ଭାବ୍ୟ ଏକାଦଶ: ସଞ୍ଜୁ ସାମସନ, ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ହେତମେୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଆଡାମ ଜାମ୍ଫା, ଟ୍ରେଣ୍ଟ ବୋଲ୍ଡ, ୟୁଝବେନ୍ଦ୍ର ଚହଲ ।

CSK ସାମ୍ଭାବ୍ୟ ଏକାଦଶ: ଋତୁରାଜ ଗାଏକ୍ବାର୍ଡ, ଡେଭିଡ କନୱେ, ଆଜିଙ୍କ୍ୟ ରାହାଣେ, ମୋଇନ ଅଲ୍ଲୀ, ଅମ୍ବିତୀ ରାୟୁଡୁ/ଆକାଶ ସିଂହ, ଶିବମ ଦୁବେ, ଏମଏସ ଧୋନୀ, ରବିନ୍ଦ୍ର ଜାଡେଜା, ମତିଶ ପଥିରାନା, ମହେଶ ଠିତଶାନା, ତୁଷାର ଦେଶପାଣ୍ଡେ

KKR ସାମ୍ଭାବ୍ୟ ଏକାଦଶ: ରହମନୁଲ୍ଲା ଗୁରବାଜ. ନାରାୟଣ ଜଗଦୀଶନ, ଭେଙ୍କଟେଶ ଆୟର, ସୁନିଲ ନାରାଏନ, ନିତିଶ ରାଣା, ଆନ୍ଦ୍ରେ ରସେଲ, ରିଙ୍କୁ ସିଂ, ସାର୍ଦୁଳ ଠାକୁର, ଉମେଶ ଯାଦବ, ଲୋଡି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.