ETV Bharat / sports

ଭାରତରେ ଖେଳାଯିବ IPL 2022, ସ୍ପଷ୍ଟ କଲେ BCCI ସମ୍ପାଦକ

author img

By

Published : Nov 20, 2021, 8:22 PM IST

IPL 2022 will take place in India, confirms BCCI secy Jay Shah
ଭାରତରେ ଖେଳାଯିବ IPL 2022, ସ୍ପଷ୍ଟକଲେ BCCI ସମ୍ପାଦକ

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଗାମୀ ତଥା ପଞ୍ଚଦଶ ସଂସ୍କରଣ ଭାରତରେ ଖେଳାଯିବ ବୋଲି ଶନିବାର ସ୍ପଷ୍ଟ କରିଛନ୍ତି BCCI ସମ୍ପାଦକ ଜୟ ଶାହ । ଅଧିକ ପଢନ୍ତୁ

ହାଇଦ୍ରାବାଦ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ସମ୍ପାଦକ ଜୟ ଶାହ ଏକ ଘୋଷଣା କରିଛନ୍ତି, ଯାହା ଦେଶର ଅଗଣିତ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ହୋଇଛି । ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଗାମୀ ତଥା ପଞ୍ଚଦଶ ସଂସ୍କରଣ ଭାରତରେ ଖେଳାଯିବ ବୋଲି ଶନିବାର ସ୍ପଷ୍ଟ କରିଛନ୍ତି BCCI ସମ୍ପାଦକ ।

IPL 2021ରେ ଚେନ୍ନାଇ ସୁପର କିଙ୍ଗ୍ସ(CSK)ର ବିଜୟ ସେଲିବ୍ରେସନ କରିବାକୁ ଚେନ୍ନାଇରେ ଆୟୋଜିତ କାର୍ଯ୍ୟକ୍ରମ 'ଦ ଚମ୍ପିଆନ୍ସ କଲ୍‌' ଏହା କହିଛନ୍ତି ଶାହ ।

ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଶାହ କହିଛନ୍ତି, "IPLର ୧୫ତମ ସଂସ୍କରଣ ଭାରତରେ ଖେଳାଯିବ । ନୂଆ ଦୁଇଟି ଟିମ ସାମିଲ ହେଉଥିବାରୁ ଅଧିକ ଉତ୍ସାହଜନକ ହେବ । CSK ଚେପକ୍‌ ଷ୍ଟାଡିୟମରେ ଖେଳୁ ବୋଲି ଫ୍ୟାନ୍ସ ଚାହାନ୍ତି । ଆଗକୁ ମେଗା ନିଲାମ ରହିଛି । ଫଳରେ ଟିମ ଗୁଡିକ ନୂଆ ସମୀକରଣରେ ନଜର ଆସିବାକୁ ଥିବାରୁ ଅଧିକ ଉତ୍ସାହ ରହିଛି ।"

ଅକ୍ଟୋବରରେ ଜାତୀୟ କ୍ରିକେଟ ବୋର୍ଡ ୨୦୨୨ ସଂସ୍କରଣର IPLରେ ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ ସାମଲ ହେବାକୁ ଯାଉଥିବା ଘୋଷଣା କରିଥିଲା । ଫଳରେ ୧୦ ଟିମ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସଂସ୍କରଣ ହେବ । ୨୦୨୧ ସଂସ୍କରଣର IPL ଭାରତରେ ଆରମ୍ଭ ହୋଇଥିଲା । ମାତ୍ର ଅଂଶଗ୍ରହଣ ଫ୍ରାଞ୍ଚାଇଜ କ୍ୟାମ୍ପ୍‌ରେ ଏକାଧିକ COVID-19 ମାମଲା ସାମ୍ନାକୁ ଆସିବା ପରେ ଟୁର୍ଣ୍ଣାମେଣ୍ଟ UAEକୁ ସ୍ଥାନାନ୍ତର ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.