ETV Bharat / sports

IPL 2022: ମ୍ୟାଚ୍‌ ହାରୁଛି ମୁମ୍ବାଇ, ଖେଳାଳି ଗଣୁଛନ୍ତି ଜୋରିମାନା

author img

By

Published : Apr 14, 2022, 4:54 PM IST

IPL 2022: Rohit Sharma fined Rs 24 lakh for MI's slow over rate against Punjab Kings
IPL 2022: ମ୍ୟାଚ୍‌ ହାରୁଛି ମୁମ୍ବାଇ, ଖେଳାଳି ଗଣୁଛନ୍ତି ଜୋରିମାନା

ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟୁର୍ଣ୍ଣାମେଣ୍ଟର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ଠାରୁ ଧିମା ବୋଲିଂ(Slow Over Rate) ପାଇଁ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମାଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମାନା ଲାଗିଛି । ଅଧିକ ପଢନ୍ତୁ

ପୁନେ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ ରୋହିତ ଶର୍ମା ପୁଣି ଟିମର ମନ୍ଥର ବୋଲିଂ ପାଇଁ ଦଣ୍ଡିତ ହୋଇଛନ୍ତି । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟୁର୍ଣ୍ଣାମେଣ୍ଟର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ଠାରୁ ଧିମା ବୋଲିଂ(Slow Over Rate) ପାଇଁ ରୋହିତଙ୍କ ଉପରେ ୨୪ ଲକ୍ଷ ଟଙ୍କା ଜୋରିମାନା ଲାଗିଛି । ଏନେଇ ଗୁରୁବାର ଆଇପିଏଲ ଘୋଷଣା କରିଛି ।

କେବଳ କ୍ୟାପଟେନ ରୋହିତ ଶର୍ମା ନୁହଁନ୍ତି, ବରଂ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇର ଚୂଡାନ୍ତ ଏକାଦଶରେ ଥିବା ସମସ୍ତ ସଦସ୍ୟଙ୍କ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ଅର୍ଥାତ ୬ ଲକ୍ଷ ଟଙ୍କା ଜୋରିମାନା ଗଣିଛନ୍ତି । ବୁଧବାର MCA ଷ୍ଟାଡିୟମ ପୁନେରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଧାର୍ଯ୍ୟ ସମୟ ଠାରୁ ବିଳମ୍ବରେ ନିଜର ବୋଲିଂ ଇଂନିସ ଶେଷ କରିଛନ୍ତି ।

ଏହି ସଂସ୍କରଣରେ ଏହା ଟିମର ଦ୍ବିତୀୟ ଅପରାଧ ଥିଲା, ଫଳରେ ମୁମ୍ବାଇ ଇଣ୍ଡିଆନ୍ସକୁ ନ୍ୟୁନତମ ଓଭର ରେଟ୍‌ ଅପରାଧ(minimum over rate offence) ସମ୍ବନ୍ଧିତ IPLର ଆଚାର ସଂହିତା (Code Of Conduct) ଅନୁଯାୟୀ ଅଧିକତମ ଜୋରିମାନା ଲଗାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଖେଳିଥିବା ସମସ୍ତ ୫ଟି ମ୍ୟାଚ୍‌ରେ ପରାଜିତ ହୋଇସାରିଛି । ପଞ୍ଜାବ ପକ୍ଷରୁ ଶିଖର ଧାୱନ ଓ ମୟଙ୍କ ଅଗ୍ରୱାଲଙ୍କ ଦମଦାର ବ୍ୟାଟିଂ ଓ ଓଡିନ ସ୍ମିଥଙ୍କ(୪/୩୦) ଘାତକ ବୋଲିଂ ପ୍ରଦର୍ଶନ ସହାୟତାରେ ବୁଧବାର ଆଇପିଏଲ ୨୦୨୨ର ୨୩ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ୧୨ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.