ETV Bharat / sports

IPL 2022, EXCLUSIVE: ଦିଲ୍ଲୀ ଷ୍ଟାର ଲଳିତ ଯାଦବଙ୍କ ଖୁଲାସା, ପନ୍ତ ଦେଇଛନ୍ତି ଖୋଲା ସ୍ବାଧୀନତା

author img

By

Published : Apr 10, 2022, 6:53 AM IST

IPL 2022, EXCLUSIVE| Pant gives freedom, Ponting discusses mental strength: Lalit Yadav
IPL 2022, EXCLUSIVE| ଦିଲ୍ଲୀ ଷ୍ଟାର ଲଲିତ ଯାଦବଙ୍କ ଖୁଲାସା, ପନ୍ତ ଦିଅନ୍ତି ସ୍ବାଧୀନତା

ଦିଲ୍ଲୀ କ୍ୟାପିଟାଲ୍ସ(DC) ଅଲରାଉଣ୍ଡର ଲଳିତ ଯାଦବ ଟିମରେ ତାଙ୍କର ଭୂମିକା ନେଇ ଇଟିଭି ଭାରତ ସହ ସାକ୍ଷାତକାରରେ ଖୁଲାସା କରିଛନ୍ତି । ସାକ୍ଷାତକାରରେ ଯୁବ ବ୍ୟାଟ୍‌ର ଲଳିତ କହିଛନ୍ତି କିମ୍ବଦନ୍ତୀ କୋଚ୍‌ ରିକି ପଣ୍ଟିଂ ଓ ଷ୍ଟାର କ୍ୟାପଟେନ୍‌ ଋଷଭ ପନ୍ତଙ୍କ ସମର୍ଥନ ରହିଛି ଓ ବିଶ୍ବାସ ଜିତିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ(DC) ଅଲରାଉଣ୍ଡର ଲଳିତ ଯାଦବ ଟିମରେ ତାଙ୍କର ଭୂମିକା ନେଇ ଇଟିଭି ଭାରତ ସହ ସାକ୍ଷାତକାରରେ ଖୁଲାସା କରିଛନ୍ତି । ସାକ୍ଷାତକାରରେ ଯୁବ ବ୍ୟାଟ୍‌ର ଲଳିତ କହିଛନ୍ତି କିମ୍ବଦନ୍ତୀ କୋଚ୍‌ ରିକି ପଣ୍ଟିଂ ଓ ଷ୍ଟାର କ୍ୟାପଟେନ୍‌ ଋଷଭ ପନ୍ତଙ୍କ ସମର୍ଥନ ରହିଛି ଓ ବିଶ୍ବାସ ଜିତିଛନ୍ତି ।

IPL 2022, EXCLUSIVE| Pant gives freedom, Ponting discusses mental strength: Lalit Yadav
ଲଳିତ ଯାଦବ

ଲଳିତ କହିଛନ୍ତି, "କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ରହିବା ଓ ଶେଷଭାଗରେ ବଡ ସଟ୍‌ ଖେଳିବା ଲକ୍ଷ୍ୟ ରହିଛି ।" ଋଷଭ ପନ୍ତ, ଅକ୍ଷର ପଟେଲ ଓ ଡେଭିଡ ୱାର୍ଣ୍ଣରଙ୍କ ପରି ଷ୍ଟାର ଖେଳାଳିରେ ଭରପୁର ଦିଲ୍ଲୀ ଟିମରେ ୨୫ ବର୍ଷୀୟ ଯାଦବ ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇ ବିପକ୍ଷରେ ୩୮୯ ବଲ୍‌ରୁ ୪୮ ରନ୍‌ର ମ୍ୟାଚ୍‌ ବିଜୟୀ ଇଂନିସ ଖେଳିଥିଲେ । ପରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୨୫ ରନ୍‌ର ଗୁରୁତ୍ବପୂର୍ଣ୍ଣ ଇଂନିସ ଖେଳିଥିଲେ । ଟିମର ସେ ଜଣେ ପ୍ରମୁଖ ଖେଳାଳି ନହୋଇଥିଲେ ମଧ୍ୟ ତାଙ୍କର ପ୍ରଦର୍ଶନ ଯୋଗୁଁ ସନ୍ତୁଳିତ ବ୍ୟାଟିଂ କ୍ରମ ସମ୍ଭବ ହୋଇଛି । ପ୍ରତ୍ୟେକ ଖେଳାଳି ଭଳି ସେ ମଧ୍ୟ ନିଜ ଦେଶକୁ ପ୍ରତିନିଧିତ୍ବ କରିବାକୁ ଇଚ୍ଛା ରଖିଛନ୍ତି ମାତ୍ର ବର୍ତ୍ତମାନ ନିଜର ଆଇପିଏଲ ଟିମ ପାଇଁ ଶତ ପ୍ରତିଶତ ପ୍ରଦର୍ଶନ କରିବାକୁ ପ୍ରତିବଦ୍ଧ ରହିଛନ୍ତି ।

ଏହି ୱେବସାଇଟ ସହ ଆଲୋଚନା ସମୟରେ ଯାଦବ କ୍ୟାପଟେନ ଋଷଭ ପନ୍ତ ଓ ତାଙ୍କ ପାଇଁ ବିସ୍ଫୋରକ ବ୍ୟାଟିଂର ପରିଭାଷା କଣ ରହିଛି ବୟାନ କରିଛନ୍ତି ।

ପ୍ରଶ୍ନ: ଟିମରେ କିମ୍ବଦନ୍ତୀ ରିକି ପଣ୍ଟିଂ ଓ ଋଷଭ ପନ୍ତଙ୍କ ଭଳି ଷ୍ଟାର ରହିଛନ୍ତି । ସେମାନଙ୍କ ଠାରୁ କଣ ଶିଖିବାକୁ ମିଳୁଛି ?

ଉତ୍ତର: ଋଷଭ ପନ୍ତ ମୋ ସ୍ବାଧୀନତା ପ୍ରଦାନ କରିଛନ୍ତି ଓ ନିଜର ଖେଳ ବିନା ଦ୍ବନ୍ଦ୍ବରେ ଖେଳିବାକୁ ସଂପୂର୍ଣ୍ଣ ଅନୁମତି ଦେଇଛନ୍ତି । କିଛି ସମୟରେ ପନ୍ତ କଠୋର ମଧ୍ୟ, ମାତ୍ର ଫିଲ୍ଡରେ ସର୍ବଦା ଶାନ୍ତ ରହିଥାନ୍ତି । ମୁଖ୍ୟ କୋଚ୍‌ ଭାବେ ରିକି ପଣ୍ଟିଂ ସର୍ବଦା ମାନସିକ ସ୍ବାସ୍ଥ୍ୟ(Mental Health) ବିଷୟରେ ବୁଝିଥାନ୍ତି । ସେ ଜଣେ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ କିମ୍ବଦନ୍ତୀ, ଜଣେ ଅବିଶ୍ବସନୀୟ ଖେଳାଳି । ତାଙ୍କର ପ୍ରଶଂସା ସର୍ବଦା ମନୋବଳ ବୃଦ୍ଧି କରିଥାଏ । ମ୍ୟାଚ୍‌ର କେଉଁ ସ୍ଥିତିରେ କିପର ସଟ୍‌ ଚୟନ କରିବା ଉଚିତ୍‌ ବୁଝିବାରେ ସେ ସାହାଯ୍ୟ କରନ୍ତି ।

ପ୍ରଶ୍ନ: ଟିମରେ ତୁମର ଭୂମିକା କଣ ରହିଛି ? ବ୍ୟାଟିଂ କରିବାକୁ ଯିବା ସମୟରେ ସେଥିପାଇଁ କଣ ଯୋଜନା କରିଥାଅ ?

ଉତ୍ତର: ଜଣେ ବ୍ୟାଟିଂ ଅଲରାଉଣ୍ଡର ଭାବେ ନିଜକୁ ବୁଝେ । ଜଣେ ଫୁଲଟାଇମ ଅଲରାଉଣ୍ଡର ପାଇଁ ନିଜକୁ ପ୍ରସ୍ତୁତ କରୁଛି । ତେବେ ନୂଆ କୌଶଳ ଶିଖୁଛି ଓ ଜଣେ ଦକ୍ଷ ଅଲରାଉଣ୍ଡର ହେବାପାଇଁ ଆବଶ୍ୟକୀୟ ସମସ୍ତ ପ୍ରସ୍ତୁତି ଚଳାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.