ETV Bharat / sports

IPL 2021 play-off: ଆଜି ବାଙ୍ଗାଲୋର-କୋଲକାତା ଏଲିମିନେଟର ମ୍ୟାଚ

author img

By

Published : Oct 11, 2021, 7:14 AM IST

IPL 2021 play-off: ଆଜି ବାଙ୍ଗାଲୋର-କୋଲକାତା  ଏଲିମିନେଟର ମ୍ୟାଚ
IPL 2021 play-off: ଆଜି ବାଙ୍ଗାଲୋର-କୋଲକାତା ଏଲିମିନେଟର ମ୍ୟାଚ

ଆଜି ଆଇପିଏଲରେ ଏଲିମିନେଟର ମ୍ୟାଚ । ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ କୋଲକାତା ନାଇଟ ରାଇଡର୍ସ(KKR) । ଅଧିକ ପଢନ୍ତୁ...

ଶାରଜାହ: ଆଇପିଏଲର ୧୪ତମ ସଂସ୍କରଣରେ ଆଜି ଏଲିମିନେଟର ମ୍ୟାଚ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)କୁ ଭେଟିବ କୋଲକାତା ନାଇଟ ରାଇଡର୍ସ(KKR) । ଆଜି ସନ୍ଧ୍ୟା ୭ଟା ୩୦ରେ ଶାରଜାହ ଷ୍ଟାଡିୟମରେ ଖେଳାଯିବ ଏହି ରୋମାଞ୍ଚକର ମ୍ୟାଚ । ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ଆସନ୍ତା ୧୩ ତାରିଖରେ ଦିଲ୍ଲୀ କ୍ୟାପିଟାଲ ସହ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବ ଏବଂ ପରାଜିତ ଦଳର ଅଭିଯାନ ଶେଷ ହୋଇଯିବ ।

ଦ୍ବିତୀୟ କ୍ବାଲିଫାୟାର ମ୍ୟାଚରେ ପ୍ରବେଶ କରିବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । ବିଜୟୀ ହେବା ଆଶାରଖି ଫିଲ୍ଡକୁ ଓହ୍ଲାଇବେ ଦୁଇ ଟିମ୍ । ଆରସିବି ମୋଟ ୧୪ଟି ମ୍ୟାଚ ଖେଳି ୧୮ ପଏଣ୍ଟ ହାସଲ କରିଥିବା ବେଳେ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ସେହିପରି କୋଲକାତା ୧୪ଟି ମ୍ୟାଚ ଖେଳି ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ବିରାଟ କୋହଲିଙ୍କ ନେତୃତ୍ବରେ ଦଳ ଦ୍ବିତୀୟ ଥର ପାଇଁ ପ୍ଲେ-ଅଫରେ ପ୍ରବେଶ କରିଛି । ହେଲେ ଏପର୍ଯ୍ୟନ୍ତ ଟାଇଟେଲ ହାସଲ କରିପାରି ନାହିଁ ।

ଆଗାମୀ ଦିନରେ ଦଳର ନେତୃତ୍ବ କୋହଲି ନେବେ ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି । ତେଣୁ ଏଥରର ଦଳକୁ ଚମ୍ପିଆନ କରାଇବା ପ୍ରୟାସ କରିବେ କୋହଲି । ଯଦି ପୂର୍ବ ରେକର୍ଡକୁ ଦେଖାଯାଏ ତେବେ କୋଲକାତାର ପଲ୍ଲା ଆଜି ଭାରି ରହିପାରେ ବୋଲି ଆଶା କରାଯାଉଛି । ତେବେ ଆଜିର ମ୍ୟାଚରେ କିଏ ଫାଇନାଲକୁ ଯାଉଛି ତାହା ଉପରେ ଆଜି ସମସ୍ତଙ୍କ ନଜର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.