ETV Bharat / sports

IPL2021: ହେଜେଲଉଡଙ୍କ କମାଲ, 134 ରନ୍‌ରେ ଅଟକିଲା ହାଇଦ୍ରାବାଦ

author img

By

Published : Sep 30, 2021, 9:32 PM IST

Updated : Sep 30, 2021, 10:23 PM IST

IPL 2021: SRH score 134-7 against CSK
IPL 2021: ହେଜେଲଉଡ୍‌ କମାଲ, 134 ରନ୍‌ରେ ଅଟକିଲା ହାଇଦ୍ରାବାଦ

ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

ଶାରଜାହ: ଆଇପିଏଲର ୪୪ତମ ମୁକାବିଲାର ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିସାରିଥିବା ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୪ ରନ୍‌ ସଂଗ୍ରହ କରିଛି । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ୧୩୪ ରନ୍‌ର ବିଜ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ବିଜୟୀ ହେଲେ CSK ଆଇପିଏଲ ୨୦୨୧ର ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବ ।

ସନରାଇଜର୍ସ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା ୪୪ ରନ୍‌ର ଇଂନିସ ଖେଳିଛନ୍ତି । ଓପନର ଜେସନ ରୟ ଫେଲ୍‌ ମାରିଥିବାବେଳେ କ୍ୟାପଟେନ ୱିଲିୟମସନ ମଧ୍ୟ ନିରାଶ କରିଥିଲେ । ଯୁବ ବ୍ୟାଟ୍ସମ୍ୟାନ ପ୍ରିୟମ ଗର୍ଗ ମଧ୍ୟ ମାତ୍ର ୭ ରନ୍‌ କରିପାରିଥିଲେ । ତେବେ ଶେଷ ଭାଗରେ ଅଭିଶେକ ଶର୍ମା ଓ ଅବଦୁଲ ସମାଦ ଉପଯୋଗୀ ଇଂନିସ ଖେଳି ଦଲୀୟ ସ୍କୋରକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ ।

ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଜସ୍‌ ହେଜେଲଉଡ୍‌ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଡିଜେ ବ୍ରାଭୋଙ୍କୁ ୨ଟି ୱିକେଟ ମିଳିଥିବାବେଳେ ଶାର୍ଦ୍ଦୁଳ ଠାକୁର ଓ ରବିନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 30, 2021, 10:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.