ETV Bharat / sports

IPL 2021: ଦିଲ୍ଲୀ ବିପକ୍ଷରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ

author img

By

Published : Sep 25, 2021, 3:10 PM IST

Updated : Sep 25, 2021, 3:39 PM IST

IPL 2021: RR won the toss chose to bowl first against DC
IPL 2021: ଦିଲ୍ଲୀ ବିପକ୍ଷରେ ପ୍ରଥମେ ବୋଲିଂ କରିବ ରାଜସ୍ଥାନ

ଆଇପିଏଲ ୨୦୨୧ର ୩୬ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ରାଜସ୍ଥାନ ରୟାଲ୍ସ । ଅଧିକ ପଢନ୍ତୁ...

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ୨୦୨୧ରେ ଆଜି ରହିଛି ଦୁଇଟି ମୁକାବିଲା । ଦିନର ପ୍ରଥମ ତଥା ୩୬ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ରହିଛି । ଦ୍ବିତୀୟ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ(SRH) ଓ ପଞ୍ଜାବ କିଙ୍ଗ୍ସ(PBKS) ମଧ୍ୟରେ ରହିଛି ।

ଶୈଖ ଜାଏଦ ଷ୍ଟାଡିୟମ ଆବୁଧାବିରେ ଅପରାହ୍ନରେ ପ୍ରଥମ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି ରାଜସ୍ଥାନ ରୟାଲ୍ସ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏଥିସହ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି ।

ରୟାଲ୍ସ ଟିମ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ଲୁଇସ ଓ ମୋରିସ ବାଦ ପଡିଥିବାବେଳେ ICC ମାନ୍ୟତାର ନମ୍ବର ୧ ଟି-୨୦ ବୋଲର ତାବରିଜ ସାମସି ଓ ଅଲରାଉଣ୍ଡର ଡେଭିଡ ମିଲରଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ କ୍ୟାପିଟାଲ୍ସ ୪ ଜଣ ବିଦେଶୀ ଖେଳାଳିଙ୍କ ବଦଳରେ ୩ ଜଣଙ୍କୁ ଚୁଡାନ୍ତ ଏକାଦଶରେ ସାମିଲ କରିଛି । ଆହତ ମାର୍କସ ଷ୍ଟୋଇନିସଙ୍କ ସ୍ଥାନରେ ଲଳିତ ଯାଦବଙ୍କୁ ଦିଲ୍ଲୀ ସୁଯୋଗ ଦେଇଛି ।

ଚୁଡାନ୍ତ ଏକାଦଶ:

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଶ୍ରେୟସ ଆୟର, ଋଷଭ ପନ୍ତ(କ୍ୟାପଟେନ୍‌), ସିମ୍ରନ ହେଟମେୟର, ଲଳିତ ଯାଦବ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନ, କାଗିସୋ ରବାଡା, ଏ ଖାନ, ଆନରିଚ ନର୍କିଆ ।

ରାଜସ୍ଥାନ ରୟାଲ୍ସ: ଡେଭିଡ ମିଲର, ଜଶସ୍ବୀ ଜୟଶ୍ବାଲ, ସଞ୍ଜୁ ସାମସନ(କ୍ୟାପଟେନ୍‌), ମହିପାଳ ଲୋମର, ଲିଆମ ଲିଭିଙ୍ଗ୍‌ଷ୍ଟୋନ, ରିଆନ ପରାଗ, ରାହୁଲ ତେୱାତିଆ, ତାବରିଜ ସାମସି, କାର୍ତ୍ତିକ ତ୍ୟାଗୀ, ଚେତନ ସକାରିୟା, ମୁସ୍ତିଫିଜୁର ରେହମାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 25, 2021, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.