ETV Bharat / sports

IPL2021: CSK ସାମ୍ନାରେ ୧୫୭ ରନ୍‌ର ଟାର୍ଗେଟ ରଖିଲା RCB

author img

By

Published : Sep 24, 2021, 9:47 PM IST

IPL 2021: Padikkal, Kohli shine but CSK restrict RCB to 156-6
IPL 2021: ଚେନ୍ନାଇ ସାମ୍ନାରେ ୧୫୭ ରନ୍‌ର ଟାର୍ଗେଟ ରଖିଲା RCB

ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ...

ଶାରଜାହ: ଏଠାରେ ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୫ତମ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୬ ରନ୍‌ ସଂଗ୍ରହ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ ସାମ୍ନାରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ବାଙ୍ଗାଲୋର ପକ୍ଷରୁ କ୍ୟାପଟେନ ବିରାଟ କୋହଲି ଓ ଦେବଦତ୍ତ ପାଦିକ୍କଲ ଦମଦାର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । କୋହଲି ୪୧ ବଲ୍‌ରୁ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୫୩ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି ପାଦିକ୍କଲ ୫୦ ବଲ୍‌ରୁ ୫ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍‌ର ଇଂନିସ ଖେଳିଛନ୍ତି ।

ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ଶତକୀୟ ଭାଗିଦାରୀ ହୋଇଥିଲା । ୧୩.୨ ଓଭର ସୁଦ୍ଧା ୧୧୧ ରନ୍‌ ଯୋଡିଥିଲେ । ମାତ୍ର ପ୍ରଥମ ଖେଳାଳି ଭାବେ କୋହଲି ଆଉଟ୍‌ ହେଆଇ ପାଭିଲିୟନ ଫେରିବା ପରେ ବାଙ୍ଗାଲୋର ସଙ୍କଟରେ ପଡିଥିଲା ।

CSK ବୋଲରଙ୍କ କଞ୍ଜୁସି ଘାତକ ବୋଲିଂ ଫଳରେ ଶେଷ ୫ ଓଭରରୁ ମାତ୍ର ୩୮ ରନ୍‌ ସଂଗ୍ରହ କରି ୫ ୱିକେଟ ହରାଇଥିଲା RCB । ଟିମର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଓ ଗ୍ଳେନ ମାକ୍ସୱେଲ ଫେଲ୍‌ ମାରିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ସଫଳତମ ବୋଲର ରହିଥିଲେ ଅଭିଜ୍ଞ ଡିଜେ ବ୍ରାଭୋ । ୪ ଓଭର ବୋଲିଂ କରି ୨୪ ରନ୍‌ ବ୍ୟୟରେ ୩ଟି ୱିକେଟ ହାତେଇଥିଲେ ବ୍ରାଭୋ । ଶାର୍ଦ୍ଦୁଳ ଠାକୁର ୨ଟି ଓ ଦୀପକ ଚହର ଗୋଟିଏ ସଫଳତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.