ETV Bharat / sports

IPL 2021: ମୁମ୍ବାଇ ବିଦା, ପ୍ଲେ-ଅଫ୍‌ରେ କୋଲକାତା

author img

By

Published : Oct 9, 2021, 7:05 AM IST

IPL 2021: Mumbai Indians knocked out of the play-offs race
IPL 2021: ମୁମ୍ବାଇ ବିଦା, ପ୍ଲେ-ଅଫ୍‌ରେ କୋଲକାତା

ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରୁ ବାଦ ପଡିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ଚଳିତ ସଂସ୍କରଣରୁ ବାଦ ପଡିଲା ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୁମ୍ବାଇ ସର୍ବାଧିକ ଦଳୀୟ ସ୍କୋର ୨୩୫ କରିଥିଲେ ମଧ୍ୟ ପ୍ଲେ-ଅଫ୍‌ ଟିକେଟ ହାସଲ କରିପାରିନାହିଁ । ପ୍ଲେ-ଅଫ୍‌ରେ ପ୍ରବେଶ ପାଇଁ ୧୭୧ ରନ୍‌ର ବିଜୟ ବ୍ୟବଧାନ ଆବଶ୍ୟକ କରୁଥିଲା ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ।

ମାତ୍ର ବ୍ୟାଟରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ଏହା ସମ୍ଭବ ହୋଇପାରିନାହିଁ । ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରେ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ଟିମ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରି କୋଲକାତା ନାଇଟ ରାଇଡର୍ସ ।

ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦର ଓପନର ଜେସନ ରୟ ଓ ଅଭିଶେଖ ଶର୍ମା ପାୱର-ପ୍ଲେରେ ମୁମ୍ବାଇ ବୋଲରଙ୍କୁ ନିରାଶ କରିଥିଲେ । ୫.୨ ଓଭରରେ ଓପନିଂ ଯୋଡିରେ ୬୪ ରନ୍‌ ଯୋଡିଥିଲେ । ଫଳରେ ମୁମ୍ବାଇର ଆବଶ୍ୟକୀୟ ରନ୍‌ ବ୍ୟବଧାନରେ ବିଜୟ ଆଶା ମଉଳିଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.