ETV Bharat / sports

IPL 2021: ଦୁବାଇ ଅଭିମୁଖେ ଚେନ୍ନାଇ ସୁପର କିଙ୍ଗ୍ସ

author img

By

Published : Aug 13, 2021, 3:29 PM IST

IPL 2021: MS Dhoni-led Chennai Super Kings take off for Dubai
IPL 2021: ଦୁବାଇ ଅଭିମୁଖେ ଚେନ୍ନାଇ ସୁପର କିଙ୍ଗ୍ସ

ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ ପାଇଁ ପ୍ରଥମ ଟିମ ଭାବେ ଦୁବାଇ ଅଭିମୁଖେ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା । ଅଧିକ ପଢନ୍ତୁ...

ଚେନ୍ନାଇ: ଇଣ୍ଡିଆନ ସୁପର ଲିଗ ୨୦୨୧(IPL )ର ଅବଶିଷ୍ଟ ମ୍ୟାଚ ୟୁନାଇଟେଡ ଆରବ ଏମିରେଟ୍‌ସରେ(UAE) ରେ ଖେଳାଯିବ । ଫଳରେ ପ୍ରଥମ ଟିମ ଭାବେ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ଦୁବାଇ ଅଭିମୁଖେ ଉଡାଣ ଭରିଛି ।

୩ଥରର IPL ଚମ୍ପିଆନ CSK କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଫଟୋ ସେୟାର କରିଛି । ବିମାନବନ୍ଦରରେ ଧୋନିଙ୍କୁ ଏକ ସୁଟ୍‌କେସ୍‌ ସହିତ ଦେଖାଯାଇଛି । ମଙ୍ଗଳବାର ଧୋନି, ପତ୍ନୀ ଓ ଝିଅଙ୍କ ସହିତ ଚେନ୍ନାଇରେ ପହଞ୍ଚିଥିଲେ । ଚେନ୍ନାଇ ସୁପର କିଙ୍ଗ୍ସ ଷ୍ଟାର ବ୍ୟାଟ୍ସମ୍ୟାନ ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ଋତୁରାଜ ଗାଏକ୍ବାଡ, ଦୀପକ ଚହର, କର୍ଣ୍ଣ ଶର୍ମା ଓ କେଏମ ଆସିଫଙ୍କ ଫଟୋ ମଧ୍ୟ ସେୟାର କରିଛି । ସମସ୍ତ ଖେଳାଳି ବିମାନବନ୍ଦରରେ ଦୁବାଇ ଯାତ୍ରା ପାଇଁ ଅପେକ୍ଷା କରିଥିବା ଦେଖାଯାଇଛି ।

ଗତ ବର୍ଷ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନି ଓ ରାଇନା IPL ଖେଳିବା ଜାରି ରଖିଛନ୍ତି । ରାଇନା ଉତ୍ତର ପ୍ରଦେଶ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟି୨୦ ମ୍ୟାଚରେ ମଧ୍ୟ ଖେଳିଥିଲେ । ଆଇପିଏଲର ଅବଶିଷ୍ଟାଂଶ UAEରେ ଆରମ୍ଭ ପରେ ସେପ୍ଟେମ୍ବର ୧୯ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆକ୍ସନରେ ନଜର ଆସିବ ଚେନ୍ନାଇ ସୁପର କିଙ୍ଗ୍ସ । ଚେନ୍ନାଇ ୭ଟିମ୍ୟାଚରୁ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.