ETV Bharat / sports

IPL 2021: CSK ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ KKR

author img

By

Published : Sep 26, 2021, 3:11 PM IST

Updated : Sep 26, 2021, 3:37 PM IST

IPl 2021: KKR won the toss elect to bat against CSK
IPl 2021: CSK ବିପକ୍ଷରେ ପ୍ରଥମ ବ୍ୟାଟିଂ କରିବ KKR

ଆଇପିଏଲର ୩୮ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ କୋଲକାତା ନାଇଟ ରାଇଡର୍ସ । ଅଧିକ ପଢନ୍ତୁ...

ଆବୁଧାବି: ସୁପର ସନ୍‌ଡେରେ ଆଇପିଏଲରେ ରହିଛି ଦୁଇଟି ହାଇଭୋଲଟେଜ୍‌ ମୁକାବିଲା । ଦିନର ପ୍ରଥମ ତଥା ୩୮ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି କୋଲକାତା ନାଇଟ ରାଇଡର୍ସ କ୍ୟାପଟେନ ଇଆନ ମୋର୍ଗାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ପ୍ଲେ-ଅଫ ଦୌଡରେ ଥିବା KKR ପାଇଁ ଏହି ମ୍ୟାଚ୍‌ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ବିଜୟୀ ହେଲେ ପଏଣ୍ଟ ଟେବୁଲର ୩ ନମ୍ବର ସ୍ଥାନରେ ପହଞ୍ଚିଯିବ ଇଆନ ମୋର୍ଗାନଙ୍କ ଟିମ । ଅନ୍ୟପଟେ ଧୋନି ଧୁରନ୍ଦର ବିଜୟୀ ହେଲେ ପୁନର୍ବାର ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବ ।

ଚୁଡାନ୍ତ ଏକାଦଶରେ ଚେନ୍ନାଇ ଗୋଟିଏ ପରିବର୍ତ୍ତନ କରିଛି ଡ୍ବାଇନ ବ୍ରାଭୋଙ୍କ ସ୍ଥାନରେ ଇଂଲିସ ଅଲରାଉଣ୍ଡର ସାମ କରନଙ୍କୁ ସାମିଲ କରିଛି । KKR ଟିମ ଅପରିବର୍ତ୍ତିତ ରହିଛି ।

ଚୁଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ ଡୁ ପ୍ଲେସିସ୍‌, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି( ୱିକେଟକିପର/କ୍ୟାପଟେନ), ରବିନ୍ଦ୍ର ଜାଡେଜା, ସାମ କରନ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍‌ ।

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଆନ୍ଦ୍ର ରସେଲ, ଇଆନ ମୋର୍ଗାନ(କ୍ୟାପଟେନ), ଦିନେଶ କାର୍ତ୍ତକ(ୱିକେଟ କିପର), ସୁନୀଲ ନାରିନ, ଲୁକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରୀଷ୍ଣା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 26, 2021, 3:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.