ETV Bharat / sports

IPL 2021: ଇଶାନ-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ ୨୩୫/୯

author img

By

Published : Oct 8, 2021, 9:39 PM IST

Updated : Oct 8, 2021, 10:44 PM IST

ipl 2021: ishan, suryakumar shine as MI set a huge target of 236 vs SRH
IPL 2021: ଇଶାନ-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ ୨୩୫/୯

ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ୍‌ ସଂଗ୍ରହ କରିଛି । ଅଧିକ ପଢନ୍ତୁ...

ଆବୁଧାବି: ଆଇପିଏଲର ୨୦୨୧ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ପର୍ଯ୍ୟାୟ ତଥା ୫୬ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୩୫ ରନ୍‌ ସଂଗ୍ରହ କରିଛି । ଫଳରେ ହାଇଦ୍ରାବାଦ ସାମ୍ନାରେ ୨୩୬ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ମୁମ୍ବାଇ ପକ୍ଷରୁ ଇଶାନ କିଶନ ଆଇପିଏଲ ଇତିହାସର ଅନ୍ୟତମ ଦ୍ରୁତତମ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ୩୨ ବଲ୍‌ରୁ ୧୧ ଚୌକା ଓ ୪ଟି ବିଶାଳ ଛକା ସହାୟତାରେ ସର୍ବାଧିକ ୮୪ ରନ୍‌ର ଇଂନିସ ଖେଳିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବ ୪୦ ବଲ୍‌ରୁ ୧୩ ଚୌକା ଓ ୩ ଛକା ସହାୟତାରେ ୮୨ ରନ୍‌ର ମାରାଥନ ଇଂନିସ ଖେଳିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୧୮ ଓ କିରଣ ପୋଲାର୍ଡ ୧୩ ରନ୍‌ କରିଥିଲେ ।

ସନରାଇଜର୍ସ ପକ୍ଷରୁ ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ୱିକେଟ ହାସଲ କରିବାରେ ସଫଳ ହୋଇଥିଲେ । ଜେସନ ହୋଲ୍ଡର ସର୍ବାଧିକ ୪ଟି ୱିକେଟ ହାତେଇଛନ୍ତି । ରସିଦ ଖାନ, ଅଭିଶେକ ଶର୍ମାଙ୍କୁ ଦୁଇଟି ଲେଖାଏଁ ଓ ଅରମାନ ମଲିକଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ପ୍ଲେ-ଅଫ୍‌ ଟିକେଟ ହାତେଇବାକୁ ମୁମ୍ବାଇ ଇଣ୍ଡିଆନ୍ସ ଅତିକମ୍‌ରେ ୧୭୧ ରନ୍‌ ବ୍ୟବଧାନରେ ବିଜୟ ଆବଶ୍ୟକ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 8, 2021, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.