ETV Bharat / sports

IPL2021: ୮ ବର୍ଷ ପରେ ଫାଇନାଲରେ KKR- CSK ଲଢେଇ, ବଦଲା ନେବ କି ଚେନ୍ନାଇ

author img

By

Published : Oct 14, 2021, 2:57 PM IST

୮ ବର୍ଷ ପରେ ଆଇପିଏଲ ଫାଇନାଲରେ KKR- CSK ଲଢେଇ
୮ ବର୍ଷ ପରେ ଆଇପିଏଲ ଫାଇନାଲରେ KKR- CSK ଲଢେଇ

୬ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି କୋଲକାତା । କିଏ କାହାକୁ ମାତ ଦେଉଛି କାହା ପଲ୍ଲା ଭାରି ହେଉଛି, ତାହା ଦେଖିବାକୁ ବାକି ରହିଲା । ୨୦୧୨ରେ କେକେଆରଠୁ ଚେନ୍ନାଇ ଫାଇନାଲରେ ପରାସ୍ତ ହୋଇଥିଲା । ଯାହାର ବଦଲା ନେବାକୁ ନିଶ୍ଚୟ ଚେଷ୍ଟା କରିବ ଚେନ୍ନାଇ । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଆଇପିଏଲରେ ଫାଇନାଲରେ ପ୍ରବେଶ କରିସାରିଛନ୍ତି ଦୁଇ ଶକ୍ତିଶାଳୀ ଟିମ । ଟ୍ରଫି ଜିତିବା ପାଇଁ କୋଲକାତା ଓ ଚେନ୍ନାଇ ମଧ୍ୟରେ ହେବ ଟକ୍କର । ତିନିଥର ଚମ୍ପିୟାନ ହୋଇଥିବା ଧୋନୀ ବାହିନୀ ଚେନ୍ନାଇ ସୁପରକିଙ୍ଗସ୍ ଦୁଇଥର ଆଇପିଏଲ ଟ୍ରଫି ବିଜେତା କୋଲକାତା ମଧ୍ୟରେ ହେବ ଟକ୍କର । ୬ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଛି କୋଲକାତା । କିଏ କାହାକୁ ମାତ ଦେଉଛି କାହା ପଲ୍ଲା ଭାରି ହେଉଛି, ତାହା ଦେଖିବାକୁ ବାକି ରହିଲା । ୨୦୧୨ରେ କେକେଆରଠୁ ଚେନ୍ନାଇ ଫାଇନାଲରେ ପରାସ୍ତ ହୋଇଥିଲା । ଯାହାର ବଦଲା ନେବାକୁ ନିଶ୍ଚୟ ଚେଷ୍ଟା କରିବ ଚେନ୍ନାଇ ।

କୋଲକାତା ଆଇପିଏଲର ତୃତୀୟ ଦଳ ଭାବେ ଏଲିମିନେଟର ମ୍ୟାଚ୍ ଖେଳି ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି । ପୂର୍ବରୁ କେବଳ ଚେନ୍ନାଇ(୨୦୧୩) ଓ ସନରାଇଜର୍ସ ହାଇଦ୍ରାବାଦ(୨୦୧୮)ରେ ଏହି କୀର୍ତ୍ତିମାନ କରିଥିଲେ । ବର୍ତ୍ତମାନ ଏହି କ୍ଲବରେ କୋଲକାତା ସାମିଲ ହୋଇଛି । ବଡକଥା ହେଲା ଦୁଇଥର ଆଇପିଏଲ ଟ୍ରଫି ଜିତିଥିବା କୋଲକାତା କେବେ ହେଲେ ଫାଇନାଲରେ ପରାସ୍ତ ହୋଇନି । ୨୦୧୨ରେ କୋଲକାତା ଚେନ୍ନାଇକୁ ୫ ୱିକେଟରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ।

ସେହିପରି ୨୦୧୪ରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପଞ୍ଜାବ ପକ୍ଷରୁ ଋଦ୍ଧିମାନ ସାହା ୧୧୫ ରନ୍‌ର ଇନିଂସ ଖେଳିଥିଲେ । କୋଲକାତା ପକ୍ଷରୁ ମନୀଷ ପାଣ୍ଡେଙ୍କ ୯୪ ଓ ପୀୟୂଷ ଚାୱାଲାଙ୍କ ଚମତ୍କାର ବ୍ୟାଟିଂ ବଳରେ କୋଲକତା ୩ ୱିକେଟରେ ବାଜି ମାରିଥିଲା । ୨୦୧୪ ପରଠାରୁ ଦଳ କେବେ ହେଲେ ଫାଇନାଲରେ ପ୍ରବେଶ କରିପାରି ନଥିଲା । ୨୦୨୧ରେ ଦଳ ଫାଇନାଲରେ ପ୍ରବେଶ କରିଛି । ୨୦୧୨ରେ ଟିମ ଚେନ୍ନାଇକୁ ହରାଇବା ଭଳି ଏଥର ମଧ୍ୟ ପ୍ରୟାସ କରିବ ।

ଆଇପିଏଲରେ ୯ଥର ଫାଇନାଲ ଖେଳିଥିବା ଓ ୫ଥର ବିଜୟୀ ହୋଇଥିବା ଟିମକୁ ହଲକାରେ ନେବା ବି ବୋକାମି ହେବ । ୨୦୧୨ ଫାଇନାଲରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୯୦ ରନ୍‌ର ବିଶାଳ ସ୍କୋର କରିଥିଲା । ଏହା ପରେ ବି ସବୁ ଆଶା ପାଣି ଫୋଟକା ପରି ମିଳେଇ ଗଲା । କୋଲକାତା ୧୯.୧ ଓଭର୍‌ରେ ୧୯୨ ରନ୍‌ କରି ମ୍ୟାଚ୍‌ ଜିତିବା ସହ ପ୍ରଥମଥର ପାଇଁ ଆଇପିଏଲରେ ଚମ୍ପିୟାନ ହୋଇଥିଲା । ଆସନ୍ତାକାଲି ଆଇପିଏଲ ୧୪ର ଫାଇନାଲ ମ୍ୟାଚ ଖେଳାଯିବ । ୨୦୧୨ରେ କୋଲକାତାଠୁ ପରାସ୍ତ ହୋଇଥିବା ଚେନ୍ନାଇ ଏଥର ବଦଲା ନେବାକୁ ଚେଷ୍ଟା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.