ETV Bharat / sports

ଆଜି ଆଇପିଏଲ ଶେଷ ସମର, CSK-KKR ଲଢେଇ

author img

By

Published : Oct 15, 2021, 8:11 AM IST

Updated : Oct 15, 2021, 8:37 AM IST

ଆଜି ଆଇପିଏଲ ଫାଇନାଲ ସମର, CSK-KKR  ଲଢେଇ
ଆଜି ଆଇପିଏଲ ଫାଇନାଲ ସମର, CSK-KKR ଲଢେଇ

ଚଳିତ ଆଇପିଏଲରେ ଆଜି(ଶୁକ୍ରବାର) ଫାଇନାଲ ମ୍ୟାଚ ଖେଳାଯିବ । ଅନ୍ତିମ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ । ଚେନ୍ନାଇ ୩ଥର ଆଇପିଏଲ ବିଜୟୀ ହୋଇଛି ଏବଂ କୋଲକାତା ୨ଥର । ଚେନ୍ନାଇ ୯ଥର ଫାଇନାଲ ମ୍ୟାଚ ଖେଳିଛି । ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହୁଛି କିଏ ବିଜୟୀ ହେଉଛି ତାହା ଦେଖିବା ବାକି ରହିଲା । ଅଧିକ ପଢନ୍ତୁ...

ଦୁବାଇ: ଚଳିତ ଆଇପିଏଲରେ ଆଜି(ଶୁକ୍ରବାର) ଫାଇନାଲ ମ୍ୟାଚ ଖେଳାଯିବ । ଅନ୍ତିମ ମ୍ୟାଚରେ ସାମ୍ନାସାମ୍ନି ହେବେ ଚେନ୍ନାଇ ସୁପରକିଙ୍ଗସ ଓ କୋଲକାତା ନାଇଟରାଇଡର୍ସ । ଚେନ୍ନାଇ ୩ଥର ଆଇପିଏଲ ବିଜୟୀ ହୋଇଛି ଏବଂ କୋଲକାତା ୨ଥର । ଚେନ୍ନାଇ ୯ଥର ଫାଇନାଲ ମ୍ୟାଚ ଖେଳିଛି । ଆଜିର ମ୍ୟାଚରେ କାହାର ପଲ୍ଲା ଭାରି ରହୁଛି କିଏ ବିଜୟୀ ହେଉଛି ତାହା ଦେଖିବା ବାକି ରହିଲା । ଆଜିର ମ୍ୟାଚକୁ ନେଇ କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ରହିଛି ।

ପ୍ରଥମ ଦଳ ଭାବରେ ଚଳିତ ଆଇପିଏଲରେ ଚେନ୍ନାଇ ସୁପକିଙ୍ଗସ ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମ କ୍ବାଲିଫାୟର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଚେନ୍ନାଇ । ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍‌ସ ଫିଲ୍ଡିଂ କରିଥିଲା । ଦିଲ୍ଲୀ ଚେନ୍ନାଇକୁ ୧୭୩ରନ ବିଜୟ ଲକ୍ଷ୍ୟ ଦେଇଥିଲା । ଧୋନିଙ୍କ ବିସ୍ଫୋରକ ଅପରାଜିତ ୧୮ ରନ୍‌ ବଳରେ ୨ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଚେନ୍ନାଇ ବିଜୟୀ ହୋଇଥିଲା । ୩ ଥର ଚମ୍ପିୟନ୍ ହୋଇଥିବା ଚେନ୍ନାଇ ଏହାକୁ ମିଶାଇ ୯ମ ଥର ଆଇପିଏଲ୍‌ ଫାଇନାଲରେ ପହଞ୍ଚିଛି ।

ସେପଟେ ଏଲିମିନେଟର ମ୍ୟାଚ କୋଲକାତା ଓ ଆରସିବି ମଧ୍ୟରେ ହୋଇଥିଲା ଟକ୍କର । ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୪ ୱିକେଟରେ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂକରି ଓପ୍‌ନରଙ୍କ ଉପଯୋଗୀ ଯୋଗଦାନ ବଳରେ ଆର୍‌ସିବି ୭ ୱିକେଟରେ ୧୩୮ ରନ୍‌ କରିଥିଲା । ହେଲେ କେକେଆର ଖେଳାଳି ସବୁ ଓଲଟପାଲଟ କରିଦେଇଥିଲେ । ଆରସିବି ହାତରୁ ମ୍ୟାଚ ଛଡାଇ ନେଇ କୋଲକାତା ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳିବାକୁ ନିଜକୁ ଯୋଗ୍ୟ କରିଥିଲା । ବୁଧବାର ଦ୍ବିତୀୟ କ୍ବାଲିଫାୟରରେ ଦିଲ୍ଲୀକୁ ଭେଟିଥିଲା କୋଲକାତା । ୩ ୱିକେଟରେ ଦିଲ୍ଲୀରୁ ପରାସ୍ତ କରିଥିଲା ଦିଲ୍ଲୀ । ବିଜୟ ସହିତ ଏଲିମିନେଟରରୁ ଶେଷରେ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା କୋଲକାତା । ଆଇପିଏଲର ତୃତୀୟ ଦଳ ଭାବେ ଏଲିମିନେଟର ମ୍ୟାଚ୍ ଖେଳି ଫାଇନାଲରେ ପ୍ରବେଶ କରିବାର ରେକର୍ଡ କରିଛି କୋଲକାତା ।

ପୂର୍ବରୁ ୨୦୧୨ରେ ଚେନ୍ନାଇ କୋଲକାତା ମଧ୍ୟରେ ଆଇପିଏଲ ଫାଇନାଲ ମ୍ୟାଚ ହୋଇଥିଲା । ଯେଉଁଥିରେ କୋଲକାତା ବାଜି ମାରିଥିଲା । ୮ ବର୍ଷ ପରେ ଆଜି ପୁଣି ଚେନ୍ନାଇ ଓ କୋଲକାତା ମଧ୍ୟରେ ମୁକାବିଲା ହେବ । ଆଜିର ଫାଇନାଲ ମ୍ୟାଚ ବେଶ ରୋମାଞ୍ଚକର ହେବ । କିଏ ଟ୍ରଫି ହାତଉଛି ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated :Oct 15, 2021, 8:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.