ETV Bharat / sports

IPL 2021: ଦୁବାଇରେ ଉଡିଲା ଚେନ୍ନାଇର ବିଜୟ ବାନା

author img

By

Published : Oct 16, 2021, 7:02 AM IST

Updated : Oct 16, 2021, 7:10 AM IST

IPL-2021: ଦୁବାଇରେ ଉଡିଲା ଚେନ୍ନାଇର ବିଜୟ ବାନା
IPL-2021: ଦୁବାଇରେ ଉଡିଲା ଚେନ୍ନାଇର ବିଜୟ ବାନା

ଦୁଲୁକିଲା ଦୁବାଇ । CSK... CSk... ନାରାରେ କମ୍ପିଉଠିଲା ଷ୍ଟାଡିୟମ । ୪ର୍ଥ ଥର ପାଇଁ ଚାମ୍ପିୟନ୍ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗସ୍ । ଅଧିକ ପଢନ୍ତୁ...

ଦୁବାଇ: ଦୁଲୁକିଲା ଦୁବାଇ । CSK... CSk... ନାରାରେ କମ୍ପିଉଠିଲା ଷ୍ଟାଡିୟମ । ୪ର୍ଥ ଥର ପାଇଁ ଚାମ୍ପିୟନ୍ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପର କିଙ୍ଗସ୍ । କୋଲକାତା ନାଇଟ ରାଇଡର୍ସକୁ ୨୭ ରନରେ ହରାଇ IPL-2021 ଟାଇଟେଲ୍ ହାତେଇଛି CSK ।

୨୦୨୦ IPLରେ ଅତ୍ୟନ୍ତ ନୈରାଶଜନକ ପ୍ରଦର୍ଶନ କରିଥିଲା CSK । ଏପରିକି ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ଥିବାବେଳେ ପ୍ରଥମ୍ ଟିମ୍ ଭାବେ ପ୍ଲେ-ଅଫରୁ ବାଦ୍ ପଡିଥିଲା । ଦଳର ବରିଷ୍ଠ ଖେଳାଳିଙ୍କୁ ନେଇ ମଧ୍ୟ ଅନେକ କଟାକ୍ଷ କରାଯାଇଥିଲା ସେତେବେଳେ । କିନ୍ତୁ ହାର୍ ପରେ ଜିତର ସ୍ବାଦ ଚାଖିଛି CSK । ୨୦୨୧ ରେ ଟିମର ଦମଦାର ପ୍ରଦର୍ଶନ ଫ୍ୟାନ୍ସଙ୍କ ମନ କିଣିନେଇଛି ।

ଗତକାଲି(ଶୁକ୍ରବାର) ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ KKR ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ସୁପରକିଙ୍ଗ୍ସର ଓପନର ଋତୁରାଜ ଗାଏକ୍ବାଡ ଏବଂ ଫାଫ ଡୁପ୍ଲେସିସ୍ ଦମଦାର୍ ଆରମ୍ଭ କରିଥିଲେ । ଫାଇନାଲରେ ଧୁଆଁଧାର ବ୍ୟାଟିଂ କରି ଚମକିଥିଲେ ଫାଫ ଡୁପ୍ଲେସିସ୍ । ବିସ୍ଫୋରକ ୫୯ ବଲରେ ୮୬ ରନ୍ ସଂଗ୍ରହ କରି ମୁଖ୍ୟ ଆକର୍ଷଣ ପାଲଟିଥିଲେ ସେ ।

ସେହିପରି ମୋଇନ ଅଲ୍ଲି ୩୭, ଋତୁରାଜ ୩୨ ଏବଂ ରବିନ ଉଥାପା ୩୧ ରନ୍ ସଂଗ୍ରହ କରି KKR କୁ ଏକ ବିଶାଳ ସ୍କୋର ୧୯୩ ଟାର୍ଗେଟ ଦେଇଥିଲେ । ଜବାବରେ KKR ମଧ୍ୟ ଭଲ ଆରମ୍ଭ କରିଥିଲା । ଓପନର ଶୁଭମନ ଗିଲ୍ ଏବଂ ଭେଙ୍କଟେସ ଆୟର ପ୍ରଥମ ୱିକେଟ ବେଳକୁ ୯୧ ରନ୍ ସଂଗ୍ରହ କରିପାରିଥିଲେ । ମାତ୍ର ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ୩ୟ ଚମ୍ପିଆନ ଆଶା ମଉଳିଯାଇଛି ନାଇଟ ରାଇଡର୍ସର ।

ତେବେ ୨୦୨୧ ବିଜୟ ସହ CSK ୪ର୍ଥ ଥର ପାଇଁ ଚମ୍ପିଆନ୍ ଟ୍ରଫି ହାତେଇଛି । ଏହା ପୂର୍ବରୁ ଦଳ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ତ୍ବରେ ୨୦୧୮ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ଵିକେଟ୍‌ରେ ହରାଇ ତୃତୀୟ ଥର ଆଇପିଏଲ ବିଜେତା ହୋଇଥିଲା । ଚେନ୍ନାଇ ପୂର୍ବରୁ ୨୦୧୦, ୨୦୧୧ ଆଇପିଏଲରେ ମଧ୍ୟ ଟାଇଟଲ୍ ହାସଲ କରିଥିଲା ।

@IANS

Last Updated :Oct 16, 2021, 7:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.