ETV Bharat / sports

IPL 2021 EXCLUSIVE: ଦିଲ୍ଲୀ ଟ୍ରଫି ଜିତିବା ନେଇ ଦୃଢ ଆଶାବାଦୀ ଅଭେଶ

author img

By

Published : Oct 9, 2021, 8:41 PM IST

IPL 2021 EXCLUSIVE: It would be best feeling in the world when I bowl for India, says DC's Avesh Khan
IPL 2021 EXCLUSIVE: ଦିଲ୍ଲୀ ଟ୍ରଫି ଜିତିବା ନେଇ ଦୃଢ ଆଶାବାଦୀ ଅଭେଶ

ଦମଦାର ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ଓ ଜାତୀୟ ଦଳରେ ଖେଳିବାକୁ ଦାବିଦାର ପେସ୍‌ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବୋଲର ଅଭେଶ ଖାନ ଇଟିଭି ଭାରତ ସହ ଖାସ୍‌ ବାର୍ତ୍ତାଳାପରେ ଟିମ ଇଣ୍ଡିଆ ଜର୍ସି ପିନ୍ଧିବା ଓ ଭାରତୀୟ ଖେଳାଳିଙ୍କ ସହିତ ଡ୍ରେସିଂ ରୁମ୍‌ ସେୟାର୍‌ କରିବା 'ବଡ ସ୍ବପ୍ନ' ଥିବା କହିଛନ୍ତି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର ପ୍ଲେ-ଅଫ୍‌ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଲିଗ୍‌ ପର୍ଯ୍ୟାୟରେ ଦିଲ୍ଲୀ କ୍ୟାପିଟାଲ୍ସ ମୋଟ ୧୪ ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଛି । ଫଳରେ ୨୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ଲିଗ୍‌ ପର୍ଯ୍ୟାୟ ଶେଷ କରିଛି । ରବିବାର ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳିବ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଟିମର ଏହି ଜବରଦସ୍ତ ପ୍ରଦର୍ଶନରେ ଦ୍ରୁତ ବୋଲର ଅଭେଶ ଖାନ୍‌ଙ୍କ ପ୍ରମୁଖ ଭୁମିକା ରହିଛି ।

ଦମଦାର ପ୍ରଦର୍ଶନ ବଳରେ ସେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ଓ ଜାତୀୟ ଦଳରେ ଖେଳିବାକୁ ଦାବିଦାର ପେସ୍‌ କରିଛନ୍ତି । ଟିମ ଇଣ୍ଡିଆ ଜର୍ସି ପିନ୍ଧିବା ଓ ଭାରତୀୟ ଖେଳାଳିଙ୍କ ସହିତ ଡ୍ରେସିଂ ରୁମ୍‌ ସେୟାର୍‌ କରିବା 'ବଡ ସ୍ବପ୍ନ' ଥିବା କହିଛନ୍ତି ।

ଆଇପିଏଲର ଏହି ସଂସ୍କରଣରେ ୧୪ ମ୍ୟାଚ୍‌ରୁ ୨୨ ୱିକେଟ ନିଜ ନାମରେ କରିସାରିଛନ୍ତି ଅଭେଶ । ସେ କେବଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବୋଲର ହର୍ଷଲ ପଟେଲଙ୍କ ଠାରୁ ୱିକେଟ ସଂଖ୍ୟାରେ ପଛରେ ରହିଛନ୍ତି । ହର୍ଷଲ ୩୦ ୱିକେଟ ସହ ତାଲିକାର ଶୀର୍ଷରେ ରହିଛନ୍ତି ।

୨୧ ବର୍ଷୀୟ ମଧ୍ୟପ୍ରଦେଶ ବୋଲର କଞ୍ଜୁସି ବୋଲିଂ ସହିତ ୱିକେଟ ହାତେଇବାର କୌଶଳ ଯୋଗୁଁ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।

ନିଜ ଟିମ ଦିଲ୍ଲୀ ପ୍ରଥମ IPL ଟ୍ରଫି ଜିତିବା ନେଇ ଦୃଢ ଆଶାବାଦୀ ଥିବା ଅଭେଶ ଇଟିଭି ଭାରତ ସହ ଖାସ୍‌ ବାର୍ତ୍ତାଳାପରେ କ୍ରିକେଟ ଯାତ୍ରାଠୁ ନେଇ ଭବିଷ୍ୟତ ସ୍ବପ୍ନ ଓ ଅନେକ ରାଜ୍‌ ବିଷୟରେ କହିଛନ୍ତି ।

ପ୍ରଶ୍ନ ୧: ୟର୍କର ବଲ୍‌ ବୋଲିଂ କରିବାରେ ସିଦ୍ଧହସ୍ତ । ଏହାର ରାଜ୍‌ କଣ ?

ଉତ୍ତର: ୟର୍କର ବୋଲିଂ ପାଇଁ ଅନେକ ଅଭ୍ୟାସ କରିବାକୁ ପଡିଛି । ୟର୍କର ବେଶ ମୂଲ୍ୟବାନ, ବିଶେଷ କରି ମ୍ୟାଚ୍‌ର କଠିନ ପରିସ୍ଥିତିରେ କାରଣ ୟର୍କର ବଲ୍‌ରେ ରନ୍‌ ସଂଗ୍ରହ କରିବା କଷ୍ଟକର ହୋଇଥାଏ । ପ୍ରତ୍ୟେକ ଅଭ୍ୟାସ ସେସନରେ ୧୦-୧୨ ୟର୍କର ବୋଲିଂ କରିଥାଏ ।

ପ୍ରଶ୍ନ. ୨ ଦିଲ୍ଲୀର ଅନ୍ୟ ଦୁଇ ବୋଲର କାଗିସୋ ରବାଡା ଓ ଆନରିଚ ନର୍କିୟାଙ୍କ ଠାରୁ କଣ ଶିଖିବାକୁ ମିଳିଛି ?

ଉତ୍ତର: ରବାଡା ଓ ନର୍କିୟାଙ୍କ ଠାରୁ ଅନେକ କିଛି ଶିଖିବାକୁ ସୁଯୋଗ ମିଳିଛି । ମ୍ୟାଚ୍‌ ସମୟରେ କିପରି ବଲ୍‌ ବୋଲିଂ କରିବାକୁ ହେବ ପରସ୍ପର ଚର୍ଚ୍ଚା କରୁ । ପ୍ରଥମେ ବୋଲିଂ କରିଥିବା ବୋଲରଙ୍କୁ ପିଚ୍‌ରେ କପରି ରହିଛି ଓ କେଉଁଭଳି ଭଲ୍‌ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପଚାରିବୁଝେ । ନିଜେ ମଧ୍ୟ ଅନେକ କିଛି ରବାଡା ଓ ନର୍କିୟାଙ୍କ ପାଖରେ ସେୟାର କରେ ।

ପ୍ରଶ୍ନ ୩. କେଉଁ ଖେଳାଳିଙ୍କୁ ଆଦର୍ଶ ବୋଲି ଭାବନ୍ତି, ବର୍ତ୍ତମାନର ଭାରତୀୟ ଖେଳାଳିଙ୍କ ମଧ୍ୟରେ କେଉଁ ବୋଲରଙ୍କୁ ପସନ୍ଦ କରନ୍ତି ?

ଉତ୍ତର: କେହି ଆଦର୍ଶ ନାହାନ୍ତି, ମାତ୍ର ୫-୬ଜଣ ବୋଲରଙ୍କୁ ଅନୁକରଣ କରି ଶିଖିବାକୁ ପ୍ରାୟସ କରେ । ଡେଲ ଷ୍ଟେନଙ୍କୁ ଦେଖିବାକୁ ପସନ୍ଦ କରେ । ଭାରତୀୟ ବୋଲର ଭାବେ ସାମି ଭାଇ ଓ ଇଶାନ୍ତ ଭାଇଙ୍କୁ ବୋଲିଂ କରୁଥିବାର ଦେଖିବାକୁ ପସନ୍ଦ କରେ । ଟେଷ୍ଟ କ୍ରିକେଟରେ ତାଙ୍କର ବୋଲିଂ ଦେଖି ଅନେକ କିଛି ଶିଖେ ।

ପ୍ରଶ୍ନ ୪: କ୍ୟାରିୟରରେ ଏଯାବତ ରିକି ପଣ୍ଟିଂଙ୍କ କିଛି ପ୍ରଭାବ ପଡିଛି ?

ଉତ୍ତର: ରିକି ସାର୍‌ ସର୍ବଦା ସକରାତ୍ମକ ପରାମର୍ଶ ଦିଅନ୍ତି ଓ ଯୋଜନା ମୁତାବକ ସଠିକ ପ୍ରୟୋଗ କରିପାରିଲେ ଫଳାଫଳ ସଫକ୍ଷରେ ହେବ ବୋଲି କହିଥାନ୍ତି । ସବୁବେଳେ ସାହାଯ୍ୟ ମନୋବୃତି ରଖନ୍ତି ଓ ପରାମର୍ଶ ଦେଇଥାନ୍ତି । ସେ ଜଣେ କିମ୍ବଦନ୍ତୀ ଖେଳାଳି ଓ ଜଣେ ଭଲ କୋଚ୍‌ ମଧ୍ୟ ।

ପ୍ରଶ୍ନ ୫. ଚଳିତ ବର୍ଷ ଦିଲ୍ଲୀ IPL ଜିତିବା ନେଇ କେତେ ଆଶାବାଦୀ ?

ଉତ୍ତର: IPL ଟ୍ରଫି ଜିତିବା ସର୍ବଦା ଲକ୍ଷ୍ୟ ରହିଆସିଛି, କିନ୍ତୁ ସମ୍ଭବ ହୋଇପାରିନାହିଁ । ଏହି ସଂସ୍କରଣରେ ଟିମର ପ୍ରଦର୍ଶନ ଭଲ ରହିଛି ଓ ପ୍ରତ୍ୟେକ ମ୍ୟାଚ୍‌ରେ ଅଧିକ ସୁଧାର କରିବାକୁ ପ୍ରୟାସ କରୁଛୁ । ଏକ ସମୟରେ ଗୋଟିଏ ମ୍ୟାଚ୍‌ ପାଇଁ ଯୋଜନା କରୁଛୁ । ଚଳିତ ବର୍ଷ IPL ଟ୍ରଫି ଜିତିବା ନେଇ ବେଶ ଆଶାବାଦୀ ।

ପ୍ରଶ୍ନ ୬. ଭାରତ ପାଇଁ ଖେଳିବା ଓ ଡ୍ରେସିଂ ରୁମ୍‌ ସେୟାର କରିବା ନେଇ କଣ ଅଭିଳାଷ ରହିଛି ?

ଉତ୍ତର: ଭାରତ ପାଇଁ ଖେଳିବା ସର୍ବଦା ବଡ ସ୍ବପ୍ନ ରହିଛି । ଭାରତ ପାଇଁ ବୋଲିଂ କରିବା ଓ ଦେଶର ଶ୍ରେଷ୍ଠ ଖେଳାଳିଙ୍କ ସହ ଡ୍ରେସିଂରୁମ୍‌ ସେୟାର କରିବା ଶ୍ରେଷ୍ଠ ଅନୁଭବ ହେବ । IPL ପ୍ରଦର୍ଶନରେ ଖୁସି ଅଛି ଓ ଭଲ ପ୍ରଦର୍ଶନ ଜାରି ରଖିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.