ETV Bharat / sports

IPL 2021: UAE ଅଭିମୁଖେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ

author img

By

Published : Aug 13, 2021, 10:00 PM IST

IPL 2021: Defending champions Mumbai Indians leave for UAE
IPL 2021: UAE ଅଭିମୁଖେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ

ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଏମିରେଟ୍‌ସ(UAE)ରେ ଖେଳାଯିବ । ଅଧିକ ପଢନ୍ତୁ...

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବରରେ ୟୁନାଇଟେଡ ଆରବ ଏମିରେଟ୍‌ସ(UAE)ରେ ଖେଳାଯିବ । ଏଥିପାଇଁ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଶୁକ୍ରବାର ଦୁବାଇ ଅଭିମୁଖେ ଉଡାଣ ଭରିଛି । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେୟାର କରାଯାଇଥିବା ଏକ ଫଟୋରେ ଟାଲେଣ୍ଟ ସ୍କାଉଟ ଥିବା ବିନୟ କୁମାର ବିମାନରେ UAE ଯାତ୍ରା କରୁଥିବା ନଜର ଆସିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ୟୁନିଟ ଘାଶୋଂଲିର ରିଲିଆନ୍ସ କର୍ପୋରେଟ୍‌ ପାର୍କରେ ଗ୍ରାଉଣ୍ଡରେ ଟ୍ରେନିଂ ଚଳାଇଥିଲା । ସୂଚନା ଅନୁଯାୟୀ, ମୁମ୍ବାଇ ଖେଳାଳି କ୍ବାରେଣ୍ଟିନରେ ରହିବା ପରେ ଦୁଇ ସପ୍ତାହ ଧରି ଟ୍ରେନିଂ ଚଳାଇଥିଲେ । କୌଣସି ପ୍ରକାର ରିସ୍କକୁ ଏଡାଇବାକୁ ଖେଳାଳିଙ୍କର COVID-19 ଟେଷ୍ଟ ମଧ୍ୟ କରାଯାଇଛି ।

ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ୨୦୨୦ ସଂସ୍କରଣରେ ବ୍ୟବହାର କରିଥିବା ହୋଟେଲ ପୁନର୍ବାର ବୁକ୍‌ କରିଥିବା ଜଣାପଡିଛି । ମାତ୍ର ଅନ୍ୟ ୬ଟି ଫ୍ରାଞ୍ଜାଇଜ ନୂଆ ହୋଟେଲ ବୁକ୍‌ କରିଥିବା ସୂଚନା ରହିଛି ।

COVID-୧୯ ମହାମାରୀ ସଂକ୍ରମଣ ବୃଦ୍ଧି ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଚଳିତ ବର୍ଷ ମେ ମାସରେ ସ୍ଥଗିତ ହୋଇଥିଲା । ପରେ ସେପ୍ଟେମ୍ବର ୧୯ରେ ଦୁବାଇରେ ଆରମ୍ଭ ହେବାନେଇ ଘୋଷଣା ହୋଇଥିଲା । ପ୍ରଥମ ମୁକାବିଲା ଦୁବାଇରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ୧୩ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ଶାରହାଜରେ ୧୦ଟି ଓ ଆବୁଧାବିରେ ୮ଟି ମ୍ୟାଚ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.