ETV Bharat / sports

IPL2021: RCB ଆଗରେ ଟାର୍ଗେଟ ୧୬୫

author img

By

Published : Oct 8, 2021, 9:25 PM IST

Updated : Oct 8, 2021, 10:45 PM IST

ipl 2021 dc set a target of 165 to rcb
IPL 2021: RCB ଆଗରେ ଟାର୍ଗେଟ ୧୬୫

ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ 5 ୱିକେଟ ହରାଇ 164 ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ 165 ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

ଦୁବାଇ: ଆଇପିଏଲର ୫୫ତମ ମ୍ୟାଚ୍‌ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ 5 ୱିକେଟ ହରାଇ 164 ରନ୍‌ ସଂଗ୍ରହ କରିଛି । ଫଳରେ RCB ସାମ୍ନାରେ 165 ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଦିଲ୍ଲୀ ପକ୍ଷରୁ ଦୁଇ ଓପନର ପୃଥ୍ବୀ ଶ ଓ ଶିଖର ଧାୱନ ସର୍ବାଧିକ ରନ୍‌ କରିଛନ୍ତି । ପୃଥ୍ବୀ ୩୧ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୮ ରନ୍‌ର ଇଂନିସ ଖେଳିଥିବାବେଳେ, ଧାୱନ ୩୫ ବଲ୍‌ରୁ ୪୩ ରନ୍‌ର ଇଂନିସ ଖେଳିଛନ୍ତି ।

ଉଭୟଙ୍କ ମଧ୍ୟରେ ଓପନିଂ ଯୋଡିରେ ୮୮ ରନ୍‌ର ଭାଗିଦାରୀ ହୋଇଥିଲା । ଶେଷଭାଗରେ ସିମ୍ରନ ହେଟମେୟର ୨୯ ଓ ଶ୍ରେୟସ ଆୟର ୧୮ ରନ୍‌ର ଯୋଗଦାନ ସହ ଦଲୀୟ ସ୍କୋରକୁ ୧୫୦ ପାର୍‌ କରାଇଥିଲେ ।

RCB ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ଦୁଇଟି ୱିକେଟ ହାସଲ କରିଥିଲେ । ୟୁଜଭେନ୍ଦ୍ର ଚହଲ, ହର୍ଷଲ ପଟେଲ ଓ ଡାନିଏଲ ଖ୍ରୀଷ୍ଟିଆନଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 8, 2021, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.