ETV Bharat / sports

IPl2021: ଟସ୍‌ ଜିତିଲେ ଧୋନି, RCBକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

author img

By

Published : Sep 24, 2021, 7:49 PM IST

Updated : Sep 24, 2021, 8:13 PM IST

IPl 2021: CSK won the toss elect to bowl first against RCB
IPl 2021: ଟସ୍‌ ଜିତିଲେ ଧୋନି, ବାଙ୍ଗାଲୋରକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ

ଟସ୍‌ ଜିତି CSK କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଶାରଜାହ: ଇଣ୍ଡିଆନ ପ୍ରିମିୟିର ଲିଗ୍‌ର ୩୫ତମ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗ୍ସ(CSK) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି CSK କ୍ୟାପଟେନ୍‌ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ବିରାଟ କୋହଲିଙ୍କ ବାଙ୍ଗାଲୋର ।

ଶାରଜାହ ଷ୍ଟାଡିୟମରେ ହଠାତ୍‌ ଘୁର୍ଣ୍ଣିଝଡ ଆସିବାକୁ ଟସ୍‌ ୩୦ ମିନିଟ୍‌ ବିଳମ୍ବିତ ହୋଇଥିଲା । ଉଭୟ ଟିମର ଖେଳାଳିଙ୍କୁ ଅପେକ୍ଷା କରିବାକୁ ପଡିଥିଲା । RCB ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି । ସଚିନ ବେବିଙ୍କ ସ୍ଥାନରେ ନବଦୀପ ସାଇନି ଓ କେଏଲ ଜେମିଏସନଙ୍କ ସ୍ଥାନରେ ଟିମ ଡେଭିଡ ଡେବ୍ୟୁ କରିଛନ୍ତି ।

ଚୂଡାନ୍ତ ଏକାଦଶ:

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାଏକ୍ବାଡ, ଫାଫ୍‌ ଡୁପ୍ଲେସିସ, ମୋଇନ ଅଲ୍ଲୀ, ଅମ୍ବାତି ରାୟୁଡୁ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ଦେବଦତ୍ତ ପାଦିକ୍କଲ, କେଏସ ଭାରତ, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲିୟର୍ସ, ଟି ଡେଭିଡ, ୱାହିନ୍ଦୁ ହରସଙ୍ଗା, ହର୍ଷଲ ପଟେଲ, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 24, 2021, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.