ETV Bharat / sports

IPL 2021: RCB ବାୟୋବବଲ୍ ଛାଡିଲେ ଶ୍ରୀଲଙ୍କା କ୍ରିକେଟର ହସରଙ୍ଗା ଓ ଚମୀରା

author img

By

Published : Oct 11, 2021, 8:51 PM IST

IPL 2021: Bangalore release Hasaranga and Chameera from team bio-bubble
IPL 2021: RCB ବାୟୋବବଲ୍ ଛାଡିଲେ ଶ୍ରୀଲଙ୍କା କ୍ରିକେଟର ହସରଙ୍ଗା ଓ ଚମୀରା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ସୋମବାର ଦୁଇ ଶ୍ରୀଲଙ୍କା କ୍ରିକେଟର ୱାହିନ୍ଦୁ ହସରଙ୍ଗା ଓ ଦୁଷ୍ମନ୍ତ ଚମୀରାଙ୍କୁ ଟିମର ବାୟୋବବଲରୁ ମୁକ୍ତ କରିଛି । ଅଧିକ ପଢନ୍ତୁ...

ଦୁବାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ସୋମବାର ଦୁଇ ଶ୍ରୀଲଙ୍କା କ୍ରିକେଟର ୱାହିନ୍ଦୁ ହସରଙ୍ଗା ଓ ଦୁଷ୍ମନ୍ତ ଚମୀରାଙ୍କୁ ଟିମର ବାୟୋବବଲରୁ ମୁକ୍ତ କରିଛି । ଉଭୟ ହସରଙ୍ଗା ଓ ଚମୀରା ସେମାନଙ୍କ ଜାତୀୟ ସ୍କ୍ବାଡରେ ସାମିଲ ହେବାକୁ ଯାତ୍ରା କରିଛନ୍ତି । ଉଭୟ ଖେଳାଳିଙ୍କୁ RCB ଫ୍ରାଞ୍ଚାଇଜ ଟ୍ବିଟ ଯୋଗେଁ ଧନ୍ୟବାଦ ଜଣାଇବା ସହ ଆଇପିଏଲ ଟୁର୍ଣ୍ଣାମେଣ୍ଟ ସମୟରେ କରିଥିବା କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଛି ।

ପୁରୁଷ ଟି-୨୦ ବିଶ୍ବକପର ରାଉଣ୍ଡ ୧ ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ ଶ୍ରୀଲଙ୍କା । ଅକ୍ଟୋବର ୧୭ରୁ ଫଟାଫଟ କ୍ରିକେଟର ମହାକୁମ୍ଭ UAE ଓ ଓମାନରେ ଆରମ୍ଭ ହେଉଛି ।

IPL 2021 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ପର୍ଯ୍ୟାୟ ପୂର୍ବରୁ ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଆଡାମ ଜାମ୍ପା ଓ ଡାନିଏଲ ସାମ୍ସଙ୍କ ବଦଳ ଖେଳାଳି ଭାବେ RCB କ୍ୟାମ୍ପ୍‌ରେ ସାମିଲ ହୋଇଥିଲେ । ହସରଙ୍ଗାଙ୍କୁ ଲିଗ୍‌ ପର୍ଯ୍ୟାୟରେ ମାତ୍ର ଦୁଇଟି ମ୍ୟାଚ୍‌ରେ RCBର ଚୂଡାନ୍ତ ଏକାଦଶରେ ଦେଖିବାକୁ ମିଳିଥିଲା ଓ ସେ ୱିକେଟ ଶୂନ୍ୟ ରହିଥିଲେ । ଅନ୍ୟପଟେ ଚମୀରାଙ୍କୁ ଲିଗ୍‌ ପର୍ଯ୍ୟାୟରେ ସୁଯୋଗ ମିଳିନଥିଲା ।

ହସରଙ୍ଗା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଜାଇଜକୁ ଆଇପିଏଲ ଅଭିଜ୍ଞତା ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଓ ପ୍ଲେ-ଅଫ୍‌ ମ୍ୟାଚ୍‌ ପାଇଁ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.