ETV Bharat / sports

ପଛରେ ପଡିଲେ ବୁମରା-ଭୁବନେଶ୍ବର, IPLରେ ନୂଆ ରେକର୍ଡ କଲେ ହର୍ଷଲ

author img

By

Published : Oct 6, 2021, 9:46 PM IST

ଗୋଟିଏ ସିଜିନରେ ହର୍ଷଲଙ୍କ ସର୍ବାଧିକ ୱିକେଟ ଦଖଲ
ଗୋଟିଏ ସିଜିନରେ ହର୍ଷଲଙ୍କ ସର୍ବାଧିକ ୱିକେଟ ଦଖଲ

ଆଇପିଏଲର ଗୋଟିଏ ସିଜିନରେ ଭାରତୀୟ ଭାବେ ସର୍ବାଧିକ ୱିକେଟ ନେବା ରେକର୍ଡ କଲେ RCBର ଫାଷ୍ଟ ବୋଲର ହର୍ଷଲ ପଟେଲ । ଏହାପୂର୍ବରୁ ଏହି ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କ ନାମରେ ଥିଲା । ଅଧିକ ପଢ଼ନ୍ତୁ...

ଆବୁଧାବି: ଆଇପିଏଲର ଗୋଟିଏ ସିଜିନରେ ଭାରତୀୟ ଭାବେ ସର୍ବାଧିକ ୱିକେଟ ନେବା ରେକର୍ଡ କଲେ RCBର ଫାଷ୍ଟ ବୋଲର ହର୍ଷଲ ପଟେଲ । ଏହାପୂର୍ବରୁ ଏହି ରେକର୍ଡ ମୁମ୍ବାଇ ଇଣ୍ଡିଆନ୍ସ ଫାଷ୍ଟ ବୋଲର ଜଶପ୍ରୀତ ବୁମରାଙ୍କ ନାମରେ ଥିଲା । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରିଦ୍ଧିମାନ ଶାହଙ୍କୁ ଆଉଟ କରି ଏହି ରେକର୍ଡ ହାସଲ କରିଛନ୍ତି ହର୍ଷଲ ପଟେଲ ।

ଏହାପୂର୍ବରୁ ୨୦୨୦ରେ ଜଶପ୍ରୀତ ବୁମରା ଗୋଟିଏ ସିଜିନରେ ୨୭ଟି ୱିକେଟ ନେଇ ଏହି ରେକର୍ଡ ହାସଲ କରିଥିଲେ । ତାଙ୍କ ପଛକୁ ସନ୍‌ ରାଇଜର୍ସ ହାଇଦ୍ରାବାଦର ଭୁବନେଶ୍ବର କୁମାର ୨୦୧୭ରେ ୨୬ ୱିକେଟ ନେଇଥିଲେ । ତେବେ ବର୍ତ୍ତମାନ ଏହି ତାଲିକାରେ ସର୍ବଶୀର୍ଷରେ ରହିଛନ୍ତି ହର୍ଷଲ ପଟେଲ୍‌ । ଚଳିତ IPL ସିଜିନ୍‌ରେ ହର୍ଷଲ ପଟେଲ ମୋଟ ୨୯ଟି ୱିକେଟ ନେଇ ଏହି ରେକର୍ଡ ହାସଲ କରିଛନ୍ତି ।

ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘାତକ ବୋଲିଂ କରିଛି । ଏହି ମ୍ୟାଚରେ ହର୍ଷଲ ପଟେଲ ମୋଟ ୩ଟି ୱିକେଟ ନେଇଛନ୍ତି । ହର୍ଷଲଙ୍କ ପ୍ରଥମ ଶିକାର ପାଲଟିଥିଲେ ଅଧିନାୟକ କେନ ୱିଲିୟମସନ । ଏହାପରେ ସେ ରିଦ୍ଧିମାନ ଶାହାଙ୍କୁ ମଧ୍ୟ ପାଭେଲିୟନର ରାସ୍ତା ଦେଖାଇଥିବା ବେଳେ ଜେଶନ ହୋଲ୍ଡର ମଧ୍ୟ ବଡ଼ ସଟ୍‌ ଖେଳି ହର୍ଷଲ ପଟେଲଙ୍କୁ ୱିକେଟ ଦେଇଥିଲେ। ଏହି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ RCB ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.