ETV Bharat / sports

'ହର୍ଷଲ ପଟେଲ ଆମର ଡେଥ ଓଭର ବୋଲର ହେବେ'

author img

By

Published : Apr 10, 2021, 1:35 PM IST

'ହର୍ଷଲ ପଟେଲ ଆମର ଡେଥ ଓଭର ବୋଲର ହେବେ'
'ହର୍ଷଲ ପଟେଲ ଆମର ଡେଥ ଓଭର ବୋଲର ହେବେ'

ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାପରେ ଫାଷ୍ଟ ବୋଲର ହର୍ଷଲ ପଟେଲଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ବିରାଟ କୋହଲି। ଅଧିକ ପଢ଼ନ୍ତୁ...

ଚେନ୍ନାଇ: ଚଳିତ ଆଇପିଏଲ ସିଜିନର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ମାତ ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମ୍ୟାଚକୁ 2 ୱିକେଟରେ ଜିତି ନେଇଥିଲା ବାଙ୍ଗାଲୋର। ମ୍ୟାଚେରେ ମୁମ୍ବାଇ ଇଣ୍ଡିଆନ୍ସର 5ଟି ୱିକେଟ ନେଇଥିବା ହର୍ଷଲ ପଟେଲଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ବିରାଟ କୋହଲି।

ମ୍ୟାଚ ପରେ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ, "ହର୍ଷଲ ପଟେଲ ନିଜ ଭୂମିକା ଖୁବ ଭଲଭାବେ ପରିପୂରଣ କରିଛନ୍ତି । ଆଗକୁ ସେ ଆମର ଡେଥ ଓଭର ବୋଲର ହେବେ। ସେ ଦଳରେ ସାମିଲ ହେବା ଦଳରେ ବୋଲଂ ବିଭାଗରେ ଦଳ ମଜବୁତ ହୋଇଛି। ଏହାଦ୍ବାରା ଦଳକୁ ନିଶ୍ଚିତ ଭାବରେ ଫାଇଦା ମିଳିବ।"

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହର୍ଷଲ ପଟେଲ 27 ରନ ଦେଇ 5ଟି ୱିକେଟ ନେଇଥିଲେ। ଇଶାନ କିଷନ, ହାର୍ଦ୍ଧିକ ପାଣ୍ଡ୍ୟା, କୈରନ ପୋଲାର୍ଡ, କ୍ରୁଣାଲ ପାଣ୍ଡ୍ୟା ଓ ମାର୍କୋ ଜାନସେନ ତାଙ୍କ ବୋଲିଂର ଶିକାର ହୋଇଥିଲେ। ଏଥିରେ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ ହର୍ଷଲ ପଟେଲ।

ଚେନ୍ନାଇର ଏହି ପିଚ ପ୍ରଥମ ଇନିଂଶରେ ବ୍ୟାଟିଂ ପାଇଁ ଅନୁକୂଳ ମନେ ହେଉଥିଲା । କିନ୍ତୁ ଦ୍ବିତୀୟ ଇନିଂଶରେ ବଲ ଠିକ ଭାବରେ ବ୍ୟାଟକୁ ଆସୁ ନଥିଲା। ଏଥିପାଇଁ ଭାଗିଦାରୀର ଆବଶ୍ୟକତା ରହିଥିଲା। ପିଚ ସବୁବେଳେ ବ୍ୟାଟସମ୍ୟାନଙ୍କୁ ସୁହାଇବ ନାହିଁ। ଗତ ସିଜିନରେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ମ୍ୟାଚ ଜିତିଥିଲା । ଟିମର ଆକଳନ କରିବା ପାଇଁ ମଜଭୁତ ଦଳ ସହ ଖେଳିବା ଜରୁରୀ ବୋଲି କହିଛନ୍ତି ବିରାଟ କୋହଲି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.