ETV Bharat / sports

ହରଭଜନଙ୍କ ଯୋଗୁଁ ଦଳର ସ୍ପିନ୍ ବିଭାଗ ମଜଭୁତ ହେବ: ଇଅନ ମୋର୍ଗାନ

author img

By

Published : Mar 31, 2021, 8:32 PM IST

ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ ହରଭଜନ ସିଂହ। ହରଭଜନ ସିଂହ ଯୋଗୁଁ ଦଳର ସ୍ପିନ ବିଭାଗ ଶକ୍ତିଶାଳୀ ହେବ ବୋଲି ବିଶ୍ବାସ ରଖିଛନ୍ତି ଅଧିନାୟକ ଇଅନ ମୋର୍ଗାନ। ଅଧିକ ପଢ଼ନ୍ତୁ...

ହରଭଜନଙ୍କ ଯୋଗୁଁ ଦଳର ସ୍ପିନ୍ ଭିବାଗ ମଜଭୁତ ହେବ: ଇଅନ ମୋର୍ଗାନ
ହରଭଜନଙ୍କ ଯୋଗୁଁ ଦଳର ସ୍ପିନ୍ ଭିବାଗ ମଜଭୁତ ହେବ: ଇଅନ ମୋର୍ଗାନ

କୋଲକାତା: ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିବେ ହରଭଜନ ସିଂହ। ହରଭଜନ ସିଂହ ଯୋଗୁଁ ଦଳର ସ୍ପିନ ବିଭାଗ ଶକ୍ତିଶାଳୀ ହେବ ବୋଲି ବିଶ୍ବାସ ରଖିଛନ୍ତି ଅଧିନାୟକ ଇଅନ ମୋର୍ଗାନ। ଏହି 40 ବର୍ଷୀୟ ସ୍ପିନର ଗତ ବର୍ଷ ଆଇପିଏଲରୁ ଓହରି ଯାଇଥିଲେ। ଚଳିତ ବର୍ଷ କୋଲକାତା ନାଇଟ ରାଇଡର୍ସ ହରଭଜନଙ୍କୁ ବେସ ପ୍ରାଇସ 2 କୋଟି ଟଙ୍କାରେ ଦଳରେ ସାମିଲ କରିଛି।

ହରଭଜନ ସିଂହ ଦଳରେ ସାମିଲ ହେବା ନେଇ ଇଅନ ମୋର୍ଗାନ କହିଛନ୍ତି ଯେ, "ଦଳରେ ହରଭଜନ ସିଂହ ସାମିଲ ହେବାପରେ ସ୍ପିନ ବିଭାଗ ଶକ୍ତିଶାଳୀ ହେବ। ଯଦି ସ୍ପିନ ବିଭାଗ କଥା କହିବା ଏହି ଟୁର୍ଣ୍ଣାମେଣ୍ଟରେ ହରଭଜନଙ୍କ ସିଂହ ନେତୃତ୍ବରେ ଦଳ ଅନ୍ୟ ସ୍ପିନର ଶିଖିବାକୁ ପାଇବେ।"

କୋରୋନା ମହାମାରୀ ଯୋଗୁଁ ଆଇପିଏଲର 14ତମ ସଂସ୍କରଣ ମୋଟ 6ଟି ପଡ଼ିଆରେ ଖେଳାଯିବ। କୋଲକାତା ନାଇଟ ରାଇଡର୍ସ ପ୍ରାୟତଃ ମ୍ୟାଚ ଚେନ୍ନାଇରେ ଖେଳାଯିବ। ଏହି ପଡ଼ିଆରେ ସ୍ପିନ ବୋଲିଂ ଭଲ ପ୍ରଭାବ ରହିଥାଏ। କୋଲାକାତା ନାଇଟ ରାଇଡର୍ସ ଏହାର ଫାଇଦା ଉଠାଇବାକୁ ଚାହିଁବ।

କୋଲକାତା ନାଇଟ ରାଇଡର୍ସର ଅନ୍ୟ ବିଭାଗକୁ ନେଇ ଆଶ୍ବସ୍ତ ଅଛନ୍ତି ଅଧିନାୟକ ଇଅନ ମୋର୍ଗାନ। ମଧ୍ୟକ୍ରମ ବ୍ୟାଟିଂ ଦାୟିତ୍ବ ଦିନେଶ କାର୍ତ୍ତିକଙ୍କ ଉପରେ ନିର୍ଭର କରୁଛି। ତାଙ୍କ ଛଡ଼ା ସୁନିଲ ନାରାଇନଙ୍କୁ ମଧ୍ୟ ଦଳ ମିଡିଲ ଅର୍ଡର ବ୍ୟାଟସମ୍ୟାନ ଭାବରେ ବ୍ୟବହାର କରିପାରିବ । ଦଳରେ କରୁଣ ନାୟର ମଧ୍ୟ ରହିଛନ୍ତି, ଯିଏ ପୂର୍ବରୁ ଭଲ ବ୍ୟାଟିଂ କରିଛନ୍ତି। ଦଳର ବୋଲିଂ ବିଭାଗ ମଧ୍ୟ ଅନୁରୂପ ଭାବରେ ସନ୍ତୁଳିତ ରହିଛି ବୋଲି କହିଛନ୍ତି ଇଅନ ମୋର୍ଗାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.