ETV Bharat / sports

IPL2021:ଆଜିଠୁ ଡବଲ୍‌ହେଡର ମ୍ୟାଚ୍‌, ଦିଲ୍ଲୀ-ରାଜସ୍ଥାନ ଲଢେଇ

author img

By

Published : Sep 24, 2021, 10:44 PM IST

Updated : Sep 25, 2021, 7:12 AM IST

DOUBLE HEADER MATCH IN IPL 2021 FROM SATURDAY
IPL 2021: ଶନିବାରଠୁ ଡବଲ୍‌ହେଡର ମ୍ୟାଚ୍‌, ଦିଲ୍ଲୀ-ରାଜସ୍ଥାନ ଲଢେଇ

ଆଜି(ଶନିବାର) ଖେଳାଯିବାକୁ ଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଯଦି ଦିଲ୍ଲୀ ବିଜୟୀ ହୁଏ, ତେବେ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଆଇପିଏଲ ୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ମୁକାବିଲା ୧୯ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଏହି ଟି-୨୦ ଲିଗ୍‌ରେ ଆଜି(ଶନିବାର) ଠାରୁ ଡବଲହେଡର ମୁକାବିଲା ଆରମ୍ଭ ହେବ । ଆବୁଧାବିରେ ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା ଅପରାହ୍ନ ୩.୩୦ରେ ରାଜସ୍ଥାନ ରୟାଲ୍ସ ସହ ଖେଳାଯିବ ।

ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷ ରହିଛି । ଶନିବାର ଖେଳାଯିବାକୁ ଥିବା ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଯଦି ଦିଲ୍ଲୀ ବିଜୟୀ ହୁଏ, ତେବେ ପ୍ରଥମ ଟିମ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦିଲ୍ଲୀ ୯ଟି ମ୍ୟାଚରୁ ୭ଟି ବିଜୟ ସହିତ ୧୪ ପଏଣ୍ଟ ହାସଲ କରିସାରିଛି । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚରୁ ୪ଟିରେ ବିଜୟୀ ହୋଇଛି ଓ ୮ ପଏଣ୍ଟ ସହ ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।

ରାଜସ୍ଥାନ ରୟାଲ୍ସ ଖେଳିଥିବା ଶେଷମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକର ମ୍ୟାଚରେ ୨ ରନ୍‌ରେ ହରାଇଥିଲା । ଫଳରେ ବିଜୟ ଟ୍ରାକ୍‌ରେ ରହିବା ଲକ୍ଷ୍ୟରେ ରହିଛି ରାଜସ୍ଥାନ । ବର୍ଷ ୨୦୦୮ ସଂସ୍କରଣ ଆଇପିଏଲରେ ଚମ୍ପିଆନ ହୋଇଥିଲା ରୟାଲ୍ସ ଟିମ । ଏହାପରେ ଟିମ ଚମ୍ପିଆନ ତାଜ୍‌ ପିନ୍ଧିପାରିନାହିଁ ।

ରାଜସ୍ଥାନ ରୟାଲ୍ସ:

ରାଜସ୍ଥାନ ରୟାଲ୍ସର କୌଣସି ବ୍ୟାଟ୍ସମ୍ୟାନ ଏଯାବତ ୩୦୦ ରନ୍‌ ପାର କରିପାରିନାହାନ୍ତି । କ୍ୟାପଟେନ ସଞ୍ଜୁ ସାମସନ ସର୍ବାଧିକ ୨୮୧ ରନ୍‌ କରିଛନ୍ତି । ଗତ ମ୍ୟାଚ୍‌ରେ ମହିପାଳ ଲୋମର, ଇଭିନ ଲୁଇସ ଓ ଜଶସ୍ବୀ ଜୟସ୍ବାଲ ଭଲ ପ୍ରଦର୍ଶନ କରିଥିଲେ ।

ଦିଲ୍ଲୀ କ୍ୟାପିଟାଲ୍ସ:

ଦିଲ୍ଲୀ କ୍ୟାପିଟାଲ୍ସର ଟିମ ଏଯାବତ ଆଇପିଏଲ ଚମ୍ପିଆନ ହୋଇପାରିନାହିଁ । ମାତ୍ର ଚଳିତ ସଂସ୍କରଣର ଟୁର୍ଣ୍ଣାମେଣ୍ଟରେ ଟିମର ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ପ୍ରଦର୍ଶନ ଦମଦାର ରହିଛି । ଶିଖର ଧାୱନ ୩ଟି ଅର୍ଦ୍ଧଶତକୀୟ ଇଂନିସ ସହିତ ୪୨୨ ରନ୍‌ ସଂଗ୍ରହ କରିସାରିଛନ୍ତି । ବୋଲର କାଗିସୋ ରବାଡା ୧୧ ୱିକେଟ ଅକ୍ତିଆର କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 25, 2021, 7:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.