ETV Bharat / sports

IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ଷ୍ଟୋଇନିସ ଝଟ୍‌କା, ଚିନ୍ତାରେ ଅଷ୍ଟ୍ରେଲିଆ

author img

By

Published : Sep 23, 2021, 3:45 PM IST

DELHI CAPITALS ALL ROUNDER MARCUS STOINIS INJURED
IPL 2021: ଦିଲ୍ଲୀ କ୍ୟାପିଟାଲ୍ସକୁ ଷ୍ଟୋଇନିସ ଝଟ୍‌କା, ଚିନ୍ତାରେ ଅଷ୍ଟ୍ରେଲିଆ

ଦିଲ୍ଲୀ କ୍ୟାପିଟାଲ୍ସ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଆହତ । ମୁଣ୍ଡ ଉପରେ ଟି-୨୦ ବିଶ୍ବକପ ଥିବାରୁ ଚିନ୍ତାରେ ଅଷ୍ଟ୍ରେଲିଆ । ଅଧିକ ପଢନ୍ତୁ...

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ସ ବୁଧବାର ଆଇପିଏଲ ୨୦୨୧ରେ UAE ଲିଗ୍‌ରେ ଜବରଦସ୍ତ ବିଜୟରୁ ଶୁଭାରମ୍ଭ କରିଛି । ସନରାଇଜର୍ସ ହାଇଦ୍ରାବାଦ(SRH) କୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି । ମାତ୍ର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଆହତ ହୋଇଥିବାରୁ DCକୁ ବଡ ଝଟକା ଲାଗିଛି ।

କୋଚ୍‌ ରିକି ପଣ୍ଟିଂଙ୍କୁ ଷ୍ଟୋଇନିସଙ୍କ ଆହତ ରିପୋର୍ଟର ଅପେକ୍ଷା ରହିଛି । ଅଷ୍ଟ୍ରେଲୀୟ ଖେଳାଳି ଷ୍ଟୋଇନିସ SRH ବିପକ୍ଷ ମ୍ୟାଚ୍‌ରେ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିଥିଲେ । ଷ୍ଟୋଇନିସ ନିଜର ଦ୍ବିତୀୟ ଓଭର ବୋଲିଂ କରୁଥିବା ସମୟରେ ମାଂସପେଶୀ ଟାଣି ହୋଇଯାଇଥିଲା, ଏହାପରେ ତାଙ୍କୁ ପଡିଆ ଛାଡିବାକୁ ପଡିଥିଲା । ସେ ମାତ୍ର ୭ଟି ବଲ୍‌ ବୋଲିଂ କରିଥିଲେ ।

ଷ୍ଟୋଇନିସଙ୍କ ଆହତ ହେବା ଖବର କେବଳ ଦିଲ୍ଲୀ କ୍ୟାପିଟାଲ୍ସ ନୁହେଁ ବରଂ, କ୍ରିକେଟ ଅଷ୍ଟ୍ରେଲିଆ ଚୟନକର୍ତ୍ତାଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । କାରଣ ଟି-୨୦ ବିଶ୍ବକପକୁ ଆଉମାତ୍ର ଗୋଟିଏ ମାସ ସମୟ ରହିଛି । ଷ୍ଟୋଇନିସ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆକୁ ଟ୍ରଫି ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇପାରନ୍ତି ।

ଷ୍ଟୋଇନିସ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ଆଶାରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ, ଯାହାଫଳରେ ଟିମ ବିଜୟ ଧାରା ବଜାୟ ରଖିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.