ETV Bharat / sports

ୟୁରୋପୀୟ ଦେଶରେ ହେବ ଆଇପିଏଲ !

author img

By

Published : May 12, 2021, 4:54 PM IST

'ଫେରିଲେ IPL ଚିନ୍ତାମୁକ୍ତ ହେବେ ଲୋକେ'
'ଫେରିଲେ IPL ଚିନ୍ତାମୁକ୍ତ ହେବେ ଲୋକେ'

ମହାମାରୀ କୋରୋନା ଭାଇରସ ସଂକ୍ରମଣର ବାଦଲରୁ ଆଇପିଏଲ 2021 ମଧ୍ୟ ବାଦ ପଡ଼ି ପାରିଲା ନାହିଁ । ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଦେଶମାନଙ୍କରେ ଆଇପିଏଲ ଆୟୋଜନ କରିପାରେ ବିସିସିଆଇ । ଅଧିକ ପଢ଼ନ୍ତୁ...

କଟକ: ମହାମାରୀ କୋରୋନା ଭାଇରସ ସଂକ୍ରମଣର ବାଦଲରୁ ଆଇପିଏଲ 2021 ମଧ୍ୟ ବାଦ ପଡ଼ି ପାରିଲା ନାହିଁ । ଆଇପିଏଲର 14ତମ ସଂସ୍କରଣରେ କିଛି ଖେଳାଳି କୋରୋନା ସଂକ୍ରମିତ ହେବାପରେ ଏହି ଟୁର୍ଣ୍ଣାମେଣ୍ଟକୁ ଅଧାରୁ ସ୍ଥଗିତ କରି ଦିଆଯାଇଛି । ବର୍ତ୍ତମାନ ୟୁରୋପୀୟ ଦେଶରେ ଏହି ଟୁର୍ଣ୍ଣାମେଣ୍ଟ ପୂରଣ କରିବାକୁ ଚିନ୍ତା କରୁଛି ବିସିସିଆଇ । ସେପଟେ ଆଇପିଏଲ 2021ର ବାକି ଥିବା ମ୍ୟାଚ ଖେଳାଗଲେ ଲୋକଙ୍କ ମାନସିକ ଚିନ୍ତାଧାରାରେ ପରିବର୍ତ୍ତନ ହେବ ବୋଲି ମତ ରଖିଛନ୍ତି କ୍ରିକେଟ ସମୀକ୍ଷକ ।

'ଫେରିଲେ IPL ଚିନ୍ତାମୁକ୍ତ ହେବେ ଲୋକେ'

ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଦେଶମାନଙ୍କରେ ଆଇପିଏଲ ଆୟୋଜନ କରିପାରେ ବିସିସିଆଇ । ଆଇପିଏଲର ବାକି ଥିବା ମ୍ୟାଚ ଖେଳାନଗଲେ ବିସିସିଆଇକୁ ପ୍ରାୟ 2200 କୋଟି ଟଙ୍କା କ୍ଷତି ସହିବ ବୋଲି ଇଙ୍ଗିତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲୀ । ଫଳରେ ବିସିସିଆଇର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିବା ନେଇ ଆଶଙ୍କା କରାଯାଉଛି । ଏହାଦ୍ବାରା ଆଗକୁ ହେବାକୁ ଥିବା ଘରୋଇ ସିଜିନ କ୍ରିକେଟ ଆୟୋଜନ ଉପରେ ମଧ୍ୟ ପ୍ରଭାବ ପଡ଼ିବା ଆଶଙ୍କା ରିହିଛି ।

କୋରୋନା ମହାମାରୀ ସମୟରେ ଲୋକଙ୍କ ମାନସିକ ଚିନ୍ତାଧାରା ପରିବର୍ତ୍ତନ କରୁଥିଲା ଆଇପିଏଲ । କାରଣ ମହାମାରୀରେ କେହି ବାହାରକୁ ଯାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ୟୁରୋପିଅ ଦେଶରେ ଆଇପିଏଲ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛନ୍ତି କେତେକ ପୂର୍ବତନ କ୍ରିକେଟର ।

କୋରୋନା ମହାମାରୀ ଯୋଗୁଁ ପ୍ରତିଦିନ ଟିଭି ବା ସୋସିଆଲ ମିଡିଆରେ ମୃତ୍ୟୁ ଓ ସଂକ୍ରମଣର ଖବର ଦେଖିବାକୁ ମିଳିଛି । ଏଭଳି ଖବର ଲୋକଙ୍କୁ ସତର୍କ କରୁଛି ସତ, କିନ୍ତୁ ସେମାନଙ୍କ ଉପରେ ଏକ ନକରାତ୍ମକ ଓ ଭୟ ଭଳି ପ୍ରଭାବ ମଧ୍ୟ ପକାଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲେ ବହୁ କ୍ରିକେଟ ପ୍ରେମୀ କ୍ଷଣିକ ପାଇଁ ଚିନ୍ତାମୁକ୍ତ ହୋଇପାରିବେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.