ETV Bharat / sports

ଫାଫ ଡୁ'ପ୍ଲେସିସଙ୍କ ଆକ୍ରାମକ ବ୍ୟାଟିଂ, କୋଲକାତା ଆଗରେ 221 ରନ ବିଜୟ ଲକ୍ଷ୍ୟ

author img

By

Published : Apr 21, 2021, 9:30 PM IST

ଫାଫ ଡୁ'ପ୍ଲେସିସଙ୍କ ଆକ୍ରାମକ ବ୍ୟାଟିଂ, କୋଲକାତା ଆଗରେ 221 ରନ ବିଜୟ ଲକ୍ଷ୍ୟ
ଫାଫ ଡୁ'ପ୍ଲେସିସଙ୍କ ଆକ୍ରାମକ ବ୍ୟାଟିଂ, କୋଲକାତା ଆଗରେ 221 ରନ ବିଜୟ ଲକ୍ଷ୍ୟ

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଆଇପିଏଲର 15ତମ ମ୍ୟାଚରେ କୋଲକାତାକୁ 221 ରନ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ । ଅଧିକ ପଢ଼ନ୍ତୁ...

ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗ୍ସ। ଆଇପିଏଲର 15ତମ ମ୍ୟାଚରେ କୋଲକାତାକୁ 221 ରନ ବିଜୟ ଲକ୍ଷ୍ୟ ଦେଇଛି ଚେନ୍ନାଇ। କୋଲକାତା ପ୍ରଥମେ ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚେନ୍ନାଇ ଓପନର ବ୍ୟାଟସମ୍ୟାନ ଋତୁରାଜ ଗାୟକୱାର୍ଡ ଓ ଫାଫ ଡୁ'ପ୍ଲେସିସଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ଏହାପରେ ଦଳୀୟ ସ୍କୋର 115 ରନରେ ଋତୁରାଜଙ୍କ ୱିକେଟ ହରାଇଥିଲା ଚେନ୍ନାଇ ।

ଏହାପରେ ପଡ଼ିଆକୁ ଓହ୍ଲାଇଥିଲେ ଇଂଲିସ ଅଲରାଉଣ୍ଡର ମୋଇନ ଅଲୀ । ସେ 12ଟି ବଲରୁ ଦ୍ରୁତ 25 ରନ କରିଥିଲେ । ତେବେ ବଡ଼ ଖେଳିବା ଆଶାରେ ସେ ସୁନିଲ ନାରିନଙ୍କ ଶିକାର ହୋଇଥିଲେ । ଫାଫ ଡୁ'ପ୍ଲେସିସ ଓ ମୋଇନ ଅଲୀଙ୍କ ମଧ୍ୟରେ 50 ରନ ଭାଗିଦାରୀ ହୋଇଥିଲା । ଫାପ ଡୁ ପ୍ଲେସିସ ଆକ୍ରାମକ ବ୍ୟାଟିଂ କରି 95 ରନ କରିଛନ୍ତି । ଏହାପରେ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ 8ଟି ବଲରୁ ଦ୍ରୁତ 17 କରିଥିଲେ । ନିର୍ଦ୍ଧାରିତ 20 ଓଭରରେ ଚେନ୍ନାଇ 220 କରିବାକୁ ସକ୍ଷମ ହୋଇଛି ।

ସେପଟେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଆନ୍ଦ୍ରେ ରସେଲ ଓ ସୁନିଲ ନାରିନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ବରୁଣ ଚକ୍ରବର୍ତ୍ତୀ ସବୁଠାରୁ କମ ରନ ଖର୍ଚ୍ଚ କରିଥିଲେ । ଅନ୍ୟ କୌଣସି ବୋଲର ୱିକେଟ ନେବାରେ ସଫଳ ହୋଇ ପାରିନଥିଲେ । ପ୍ୟାଟ କମିନ୍ସ 4 ଓଭରରେ ସର୍ବାଧିକ 58 ରନ ଖର୍ଚ୍ଚ କରିଥିଲେ । ସେପଟେ କୋଲାକାତା ଖରାପ ଫିଲ୍ଡିଂ ପ୍ରଦର୍ଶନ କରିଥିଲା । ବର୍ତ୍ତମାନ ୱାଙ୍ଖଡ଼େ ପିଚରେ କୋଲକାତା କିଭଳି ବ୍ୟାଟିଂ କରୁଛି ତାହାରି ଉପରେ ନଜର ରହିଛି ।

କୋଲକାତା ନାଇଟ ରାଇଡର୍ସ ଚୂଡ଼ାନ୍ତ ଏକାଦଶ

ନିତିଶ ରାଣା, ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ, ଆନ୍ଦ୍ରେ ରସେଲ, ପ୍ୟାଟ କମିନ୍ସ, କମଳେଶ ନାଗରକୋଟି, ସୁନିଲ ନାରିନ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରସିଦ୍ଧ କ୍ରିଷ୍ଣା ।

ଚେନ୍ନାଇ ସୁପର କିଙ୍ଗ୍ସ ଚୂଡ଼ାନ୍ତ ଏକାଦଶ

ଋତୁରାଜ ଗାୟକୱାର୍ଡ, ଫାପ ଡୁ ପ୍ଲେସିସ, ମୋଇନ ଅଲୀ, ସୁରେଶ ରାଇନା, ଆମ୍ବାତି ରାୟଡ଼ୁ, ରବିନ୍ଦ୍ର ଜାଡେଜା, ମହେନ୍ଦ୍ର ସିଂହ ଧୋନୀ (ଅଧିନାୟକ), ସାମ କୁରେନ, ଶାର୍ଦ୍ଦୁଲ ଠାକୁର, ଲୁଙ୍ଗି ନିଗିଡି ଓ ଦୀପକ ଚହର।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.