ETV Bharat / sports

ବ୍ୟକ୍ତିଗତ କାରଣ ଦର୍ଶାଇ IPLରୁ ଓହରିଲେ ଦୁଇ ଇଂଲିଶ କ୍ରିକେଟର

author img

By

Published : Sep 11, 2021, 5:52 PM IST

ବ୍ୟକ୍ତିଗତ କାରଣ ଦର୍ଶାଇ ଆଇପିଏଲରୁ ଓହରିଲେ, ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ଡେୱିଡ ମଲାନ, ସନରାଇଜର୍ସ ହାଇଦ୍ରାବାଦ ୱିକେଟ କିପର ବ୍ୟାଟ୍ସମ୍ୟାନ୍‌ ଜନ୍ନି ବେୟାରଷ୍ଟୋ । ଅଧିକ ପଢନ୍ତୁ...

Bairstow, Malan pull out of IPL, citing personal reasons
ବ୍ୟକ୍ତିଗତ କାରଣ ଦର୍ଶାଇ IPLରୁ ଓହରିଲେ ଦୁଇ ଇଂଲିସ କ୍ରିକେଟର

ଲଣ୍ଡନ: ଆଇପିଏଲ ୨୦୨୧ରୁ ଓହରିଲେ ଦୁଇ ଇଂଲଣ୍ଡ କ୍ରିକେଟର ଡେୱିଡ ମଲାନ ଓ ଜନ୍ନି ବେୟାରଷ୍ଟୋ । ପଞ୍ଜାବ କିଙ୍ଗ୍ସ ବ୍ୟାଟ୍ସମ୍ୟାନ ଡେୱିଡ ମଲାନ ଆଇପିଏଲର ୧୪ତମ ସଂସ୍କରଣର ଅବଶିଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ । ଏନେଇ ଶନିବାର ପଞ୍ଜାବ କିଙ୍ଗ୍ସ ଘୋଷଣା କରିଛି । ବଦଳ ଖେଳାଳି ଭାବେ ତାଙ୍କ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରମଙ୍କୁ ଟିମରେ ସାମିଲ କରିଛି ପଞ୍ଜାବ । ଟି୨୦ ବିଶ୍ବକପ ଓ ଆସେସ ସିରିଜ ପୂର୍ବରୁ ପରିବାର ସହିତ ମଲା ସମୟ ବିତାଇବାକୁ ଚାହୁଁଥିବା ଫ୍ରାଞ୍ଚାଇଜ ଘୋଷଣାନାମାରେ ସ୍ପଷ୍ଟ କରିଛି ।

ସେହିପରି ସନରାଇଜର୍ସ ହାଇଦ୍ରାବାଦର ୱିକେଟ କିପର ବ୍ୟାଟ୍ସମ୍ୟାନ୍‌ ଜନ୍ନି ବେୟାରଷ୍ଟୋ ମଧ୍ୟ UAEରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଅବଶିଷ୍ଟ ମ୍ୟାଚ୍‌ ଖେଳିବେ ନାହିଁ। ଅରେଞ୍ଜ ଆର୍ମୀ ଟିମ ମ୍ୟାନେଜମେଣ୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବେୟାରଷ୍ଟୋ, ଏହି ସିଜିନର ଅବଶିଷ୍ଟ IPL ମ୍ୟାଚ ଖେଳିବେ ନାହିଁ ଖୁବଶୀଘ୍ର ତାଙ୍କର ବଦଳ ଖେଳାଳି ଘୋଷଣା କରାଯିବ ।

ଗତ ମାସରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ନାଥନ ଇଲିସ ଓ ରିଲେ ମେରେଡିଥଙ୍କ ସହ ଚୁକ୍ତି କରିଥିଲା ପଞ୍ଜାବ କିଙ୍ଗ୍ସ । ଜୋଏ ରିଚାର୍ଡସନଙ୍କ ସ୍ଥାନରେ ଇଂଲଣ୍ଡ ଲେଗ ସ୍ପିନର ଆଦିଲ ରସିଦଙ୍କୁ ମଧ୍ୟ ଟିମରେ ସାମିଲ କରିଛି ପଞ୍ଜାବ ।

ଭେଟେରାନ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର ଟିମ ସାଉଦୀଙ୍କୁ ଅଷ୍ଟ୍ରେଲୀୟ ବୋଲର ପାଟ କମିନ୍ସଙ୍କ ବଦଳ ଖେଳାଳି ଭାବେ କ୍ୟାମ୍ପରେ ସାମିଲ କରିଛି କୋଲକାତା ନାଇଟ ରାଇଡର୍ସ । ସେହିପରି RCB ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ସ୍ଥାନରେ ଶ୍ରୀଲଙ୍କାର ୱାହିନ୍ଦୁ ହସରଙ୍ଗାଙ୍କୁ ଟିମରେ ସାମିଲ କରିଛି ।

COVID-19 ମହାମାରୀ ଯୋଗୁଁ ଆଇପିଏଲର ୧୪ତମ ସଂସ୍କରଣ ଚଳିତ ବର୍ଷ ମେ ମାସରେ ସ୍ଥଗିତ ହୋଇଥିଲା । ସେପ୍ଟେମ୍ବର ୧୯ରୁ ପୁନଃ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.