ETV Bharat / sports

IPL 2022: ଆଜିଠୁ ଶୁଭାରମ୍ଭ ଟି-୨୦ କ୍ରିକେଟର 'ମହାକୁମ୍ଭ'

author img

By

Published : Mar 26, 2022, 5:04 PM IST

IPL 2022 WILL START FROM MARCH 26
IPL 2022: ଆଜିଠୁ ଶୁଭାରମ୍ଭ ଟି-୨୦ କ୍ରିକେଟର 'ମହାକୁମ୍ଭ'

ଅପେକ୍ଷାର ଶେଷ ହେବାକୁ ଯାଉଛି, ଆଇପିଏଲ ୨୦୨୨ର ଶୁଭାରମ୍ଭ ଆଜି ଅର୍ଥାତ୍‌ ମାର୍ଚ୍ଚ ୨୬ରୁ ହେବାକୁ ଯାଉଛି । ଆଇପିଏଲ ପ୍ରେମୀଙ୍କୁ ଟି-୨୦ କ୍ରିକେଟର ରୋମାଞ୍ଛ ଦେଖିବାକୁ ମିଳିବ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଅପେକ୍ଷାର ଶେଷ ହେବାକୁ ଯାଉଛି, ଆଇପିଏଲ ୨୦୨୨ର ଶୁଭାରମ୍ଭ ଆଜି ଅର୍ଥାତ ମାର୍ଚ୍ଚ ୨୬ରୁ ହେବାକୁ ଯାଉଛି । ଆଇପିଏଲ ପ୍ରେମୀଙ୍କୁ ଟି-୨୦ କ୍ରିକେଟର ରୋମାଞ୍ଛ ଦେଖିବାକୁ ମିଳିବ । ୨୬ ମାର୍ଚ୍ଚରୁ ଆରମ୍ଭ ହୋଇ ୨୯ ମେ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୭୪ ମ୍ୟାଚ୍‌ ଖେଳାଯିବ । ଏହି ବର୍ଷ ଆଇପିଏଲରେ ୮ଟି ବଦଳରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ବାୟୋ-ବବଲ ମଧ୍ୟରେ ମୁମ୍ବାଇ ଓ ପୁନେରେ ଖେଳାଯିବ ।

IPL 2022, ୨୦୧୧ ପରେ ଏହା ପ୍ରଥମ ଅବସର ହେବ ଯେ, ବିଶ୍ବ କ୍ରିକେଟର ସବୁଠୁ ବୃହତ ପ୍ରତିଷ୍ଠିତ ଟି-୨୦ ଟ୍ରଫି ପାଇଁ ୧୦ଟି ଟିମ ନିଜ ମଧ୍ୟରେ ଲଢେଇ କରିବେ । ଏଥର ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ରୂପରେ ଦୁଇଟି ନୂଆ ଟିମ ଆଇପିଏଲରେ ପଦାର୍ପଣ କରିବେ । ଦେଶରେ କୋଭିଡ-୧୯ର ସ୍ଥିତି ନିୟନ୍ତ୍ରଣ ହେବାପରେ କ୍ରିକେଟପ୍ରେମୀଙ୍କୁ ବର୍ଷ ୨୦୧୯ ପରେ ପ୍ରଥମ ଥର ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବାର ମଉକା ମିଳିବ ।

ଆଇପିଏଲର ସମସ୍ତ ମ୍ୟାଚ୍‌ ଭାରତରେ ଖେଳାଯିବ ଓ ଷ୍ଟାଡିୟମର କ୍ଷମତାର ୨୫ ପ୍ରତିଶତରୁ ଅଧିକ ଦର୍ଶକ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିପାରିବେ । ଦୁଇ ଟିମ ଟୁର୍ଣ୍ଣାମେଣ୍ଟରେ ସାମିଲ ହେବା ପରେ ମ୍ୟାଚ୍‌ ସଂଖ୍ୟା ୬୦ରୁ ବୃଦ୍ଧିହୋଇ ୭୪ ହୋଇଛି । ଫଳରେ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦୁଇ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ଚାଲିବ । ସମସ୍ତ ଟିମ ଲିଗ ପର୍ଯ୍ୟାୟରେ ୧୪ଟି ଲେଖାଏଁ ମ୍ୟାଚ୍‌ ଖେଳିବେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)କୁ ଗତଥର ବଡ ଶିକ୍ଷା ମିଳିଥିଲା, ଯେତେବେଳେ ମହାମାରୀ ସଂକ୍ରମଣ ଯୋଗୁଁ ଟୁର୍ଣ୍ଣାମେଣ୍ଟ ଅଧାରୁ ସ୍ଥଗିତ କରିବାକୁ ପଡିଥିଲା ଓ ପରେ UAEରେ ସଂପୂର୍ଣ୍ଣ କରିବାକୁ ପଡିଥିଲା ।

ଏହାକୁ ଧ୍ୟାନରେ ରଖି ଅଧିକ ବିମାନ ଯାତ୍ରାକୁ ଏଡାଇବା ପାଇଁ ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ମୁମ୍ବାଇ ଓ ପୁନେରେ ଆୟୋଜିତ କରାଯିବ । ପିଚ୍‌ କ୍ୟୁରେଟରଙ୍କ ନିକଟରେ ଦୁଇମାସ ପର୍ଯ୍ୟନ୍ତ ପିଚ୍‌ ଜୀବନ୍ତ ବନାଇ ରଖିବା ଚ୍ୟାଲେଞ୍ଜ ହେବ । ମାତ୍ର ଟୁର୍ଣ୍ଣାମେଣ୍ଟରେ ବଡ ସ୍କୋର ହେବାର ସମସ୍ତ ସମ୍ଭାବନା ରହିଛି । ଏହି ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ଖେଳାଯିବ । ସେଥିପାଇଁ ଆଇପିଏଲ କିଛି ଭାରତୀୟ ଖେଳାଳିଙ୍କ ଭାଗ୍ୟ ମଧ୍ୟ ସ୍ଥିର କରିବ ।

ମୁମ୍ବାଇ ଇଣ୍ଡିଆନ୍ସ ଟିମ ନିଜର ଘରୋଇ ମୈଦାନରେ ଖେଳିବ । ମାତ୍ର କ୍ୟାପଟେନ ରୋହିତ ଶର୍ମା ଏହା ସ୍ପଷ୍ଟ କରିସାରିଛନ୍ତି ଯେ, ଟିମକୁ କୌଣସି ଅତିରିକ୍ତ ଲାଭ ମିଳିବ ନାହିଁ । ସୂର୍ଯ୍ୟକୁମାର ଯାଦବ, କିରଣ ପୋଲାର୍ଡ, ଜଶପ୍ରୀତ ବୁମରାହ ଓ ଇଶାନ କିଶନଙ୍କ ଭଳି ଖେଳାଳି ଅନୂକୂଳ ପରିସ୍ଥିତିର ସଂପୂର୍ଣ୍ଣ ଫାଇଦା ଉଠାଇବାକୁ ଚାହିଁବେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ, ଯିଏକି କ୍ୟାପଟେନ ପଦ ଛାଡିସାରିଛନ୍ତି । ଲମ୍ବା ସମୟ ପର୍ଯ୍ୟନ୍ତ ସିଏସକେ କ୍ୟାମ୍ପର ସଦସ୍ୟ ରହିଥିବା ଫାଫ ଡୁ ପ୍ଲେସିସର ଆରସିବିର ନେତୃତ୍ବ ବାର ମିଳିଛି । ଫାଫଙ୍କ ନେତୃତ୍ବରେ ବାଙ୍ଗାଲୋରର ଭାଗ୍ୟ ବଦଳୁଛି କି ନାହିଁ ଦେଖିବାର କଥା ।

ଆଇପିଏଲରେ ଭେଟେରାନ ମହେନ୍ଦ୍ର ସିଂହ ଧୋନିଙ୍କ ଏହା ଶେଷ ସଂସ୍କରଣ ହୋଇପାରେ । ପୂର୍ବରୁ ଧୋନି ଅଧିନାୟକ ଭାର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିସାରିଛନ୍ତି । ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର ରହିବ । କାରଣ ଜାଡେଜାଙ୍କୁ ସେହି ଟିମର ନେତୃତ୍ବ ସମ୍ଭାଳିବାକୁ ହେବ, ଯାହାର ୨୦୦୮ରୁ ଧୋନି ନେତୃତ୍ବ କରିଆସିଛନ୍ତି ଓ ୪ ଥର ଚାମ୍ପିୟନ ରହିଛି ।

ଏଥର ଶ୍ରେୟସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରୱାଲଙ୍କ ନେତୃତ୍ବ କୌଶଳର ମଧ୍ୟ ପରୀକ୍ଷା ହେବ । ଆୟର କେକେର, ରାହୁଲ ଲକ୍ଷ୍ନୌ ଓ ହାର୍ଦ୍ଦିକ ଗୁଜୁରାଟର ନେତୃତ୍ବ ସମ୍ଭାଳିବେ । ଅଗ୍ରୱାଲଙ୍କୁ ପଞ୍ଜାବ ମଧ୍ୟ ଅଧିନାୟକ ଦାୟିତ୍ବ ଦେଇଛି । ଆୟର ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ, ରାହୁଲ ପଞ୍ଜାବ କିଙ୍ଗ୍ସର ଅଧିନାୟକ ରହିସାରିଛନ୍ତି । ହାର୍ଦ୍ଦିକଙ୍କ ପାଇଁ ଆଇପିଏଲରେ ଅଧିନାୟକ କରିବାର ପ୍ରଥମ ଅଭିଜ୍ଞତା ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.