ETV Bharat / sports

IPL 2022: ଷ୍ଟାଡିୟମରେ 25%ରୁ ଅଧିକ ଦର୍ଶକଙ୍କୁ ମିଳିପାରେ ଅନୁମତି

author img

By

Published : Mar 21, 2022, 10:09 PM IST

IPL 2022 likely to have more than 25% capacity crowds
IPL 2022: ଷ୍ଟାଡିୟମରେ ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ମିଳିପାରେ ଅନୁମତି

ଷ୍ଟାଡିୟମରେ ଦର୍ଶକ କ୍ଷମତାର ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଛି । ପୂର୍ବରୁ ସ୍ଥାନୀୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସଂଖ୍ୟା କେବଳ ୨୫ ପ୍ରତିଶତ ମଧ୍ୟରେ ସୀମିତ ଥିଲା । ଅଧିକ ପଢନ୍ତୁ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ପଞ୍ଚଦଶ ସଂସ୍କରଣ (IPL 2022) ମହାରାଷ୍ଟ୍ରରେ ଖେଳାଯିବ । ଲିଗ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ମୁମ୍ବାଇ ଓ ପୁନେର ୪ଟି ଭେନ୍ୟୁରେ ଖେଳାଯିବ । ତେବେ ଆଇପିଏଲକୁ ନେଇ ଦେଶର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ରହିଛି । ଆଇପିଏଲ ମ୍ୟାଚ୍ ଦେଖିବାକୁ ଅଧିକ ଦର୍ଶକଙ୍କୁ ମିଳିବ ଅନୁମତି ।

ଷ୍ଟାଡିୟମରେ ଦର୍ଶକ କ୍ଷମତାର ୨୫ ପ୍ରତିଶତରୁ ଅଧିକ ଦର୍ଶକଙ୍କୁ ଅନୁମତି ମିଳିବାର ସମ୍ଭାବନା ରହିଛି । ପୂର୍ବରୁ ସ୍ଥାନୀୟ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସଂଖ୍ୟା କେବଳ ୨୫ ପ୍ରତିଶତ ମଧ୍ୟରେ ସୀମିତ ଥିଲା । ତେବେ ଦେଶରେ କୋଭିଡ ସ୍ଥିତିରେ ଅନେକ ସୁଧାର ଆସିଥିବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଷ୍ଟାଡିୟମରେ ଅଧିକ ଦର୍ଶକ ଅନୁମତି ନେଇ ଆଶାବାଦୀ ରହିଛି ।

ଏକ ପ୍ରମୁଖ କ୍ରିକେଟ ୱେବସାଇଟ୍‌କୁ ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ଯେ ସ୍ଥିତିକୁ ନଜରରେ ରଖି ଟୁର୍ଣ୍ଣାମେଣ୍ଟ ଆଗକୁ ବଢିବା ସାଙ୍ଗକୁ ଦର୍ଶକଙ୍କ ସଂଖ୍ୟା ମଧ୍ୟ ଷ୍ଟାଡିୟମରେ ବଢିବାର ସମ୍ଭାବନା ରହିଛି । ମାର୍ଚ୍ଚ ୨୬ରୁ ବିଶ୍ବର ବୃହତ ଟି-୨୦ କ୍ରିକେଟ ଲିଗ୍‌ ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.