ETV Bharat / sports

RCB VS MI: ଏହି ମ୍ୟାଚରେ ହୋଇପାରେ ବଡ ରେକର୍ଡ

author img

By

Published : Sep 28, 2020, 2:31 PM IST

RCB VS MI : ଏହି ମ୍ୟାଚରେ ହୋଇପାରେ 6ବଡ ରେକର୍ଡ
RCB VS MI : ଏହି ମ୍ୟାଚରେ ହୋଇପାରେ 6ବଡ ରେକର୍ଡ

ଆଇପିଏଲର 13ତମ ସଂସ୍କରଣର 10ମ ମ୍ୟାଚରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ 6ଟି ରେକର୍ଡ ହେବାର ସମ୍ଭାବନା ରହିଛି । ନଜର ପକାନ୍ତୁ ସେହି 6 ରେକର୍ଡ ଉପରେ..

ହାଇଦ୍ରାବାଦ: ଆଇପିଏଲର 13ତମ ସଂସ୍କରଣର 10ମ ମ୍ୟାଚରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟିବ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟ ଏହି ଲିଗର 3ୟ ମ୍ୟାଚ ଖେଳିବେ । ଏହି ମ୍ୟାଚ ବେଶ୍‌ ରୋମାଞ୍ଚକର ହୋଇପାରେ । ତେବେ ରୋହିତ-କୋହଲିଙ୍କ ଫାଇଟ୍‌ରେ 6ଟି ରେକର୍ଡ ହେବାର ସମ୍ଭାବନା ରହିଛି ।

ନଜର ପକାନ୍ତୁ ସେହି 6 ରେକର୍ଡ ଉପରେ-

  1. ରୋହିତ ଶର୍ମା ଯଦି 10ରନ ସଂଗ୍ରହ କରନ୍ତି, ତେବେ ଆଇପିଏଲରେ 5000ରନ ପୂର୍ଣ୍ଣ କରିବେ ।
  2. ରୋହିତ ଯଦି ଆଜି ଆରିସିବି ବିପକ୍ଷରେ ଗୋଟିଏ ଛକା ମାରନ୍ତି ତେବେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ 150ଟି ଛକାର ଯୋଗଦାନ ଦେବେ ।
  3. ବିରାଟ କୋହଲି ଆଜି 73ରନ ସଂଗ୍ରହ କରନ୍ତି ତେବେ ସେ ଆଇପିଏଲରେ ନିଜର 5500ରନ ପୂର୍ଣ୍ଣ କରିବେ ।
  4. ଆଉ କୋହଲି ମ୍ୟାଚରେ ଯଦି 10ଟି ଛକା ମାରନ୍ତି , ତାଙ୍କର ଆଇପିଏଲରେ 200ଛକା ପୂର୍ଣ୍ଣ ହେବ ।
  5. ଏବି ଡେଭିଲିୟର୍ସଙ୍କୁ 26 ରନ ଆବଶ୍ୟକ ଆଇପିଏଲରେ 4500ରନ୍‌ ପୂର୍ଣ୍ଣ କରିବାକୁ ।
  6. ସେହିପରି 2ଟି ଛକା ମାରିଲେ ସୂର୍ଯ୍ୟକୁମାର ଯାବଦ ଆଇପିଏଲରେ 50 ଛକା ପୂର୍ଣ୍ଣ କରିବେ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.