ETV Bharat / sports

ଶ୍ରୀଜେଶ ଏବଂ ସବିତା ହେଲେ FIH ଗୋଲ କିପର ଅଫ ଦି ଇୟର

author img

By

Published : Oct 5, 2022, 8:34 PM IST

ଭାରତର ଦୁଇ ହକି ଷ୍ଟାର ପିଆର ଶ୍ରୀଜେଶ ( PR Sreejesh ) ଏବଂ ସବିତା ପୁନିଆଙ୍କୁ ( Savita Punia ) FIH ତରଫରୁ ପୁରଷ ଏବଂ ମହିଳା ଗୋଲ କିପର ଅଫ ଦି ଇୟର ଚୟନ କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀଜେଶ ଏବଂ ସବିତା ହେଲେ FIH ଗୋଲ କିପର ଅଫ ଦି ଇୟର
ଶ୍ରୀଜେଶ ଏବଂ ସବିତା ହେଲେ FIH ଗୋଲ କିପର ଅଫ ଦି ଇୟର

ହାଇଦ୍ରାବାଦ: ଭାରତର ଦୁଇ ହକି ଷ୍ଟାର ପିଆର ଶ୍ରୀଜେଶ ( PR Sreejesh ) ଏବଂ ସବିତା ପୁନିଆଙ୍କୁ ( Savita Punia ) FIH ତରଫରୁ ପୁରଷ ଏବଂ ମହିଳା ଗୋଲ କିପର ଅଫ ଦି ଇୟର ଚୟନ କରାଯାଇଛି । ପିଆର ଶ୍ରୀଜେଶ ଏବଂ ସବିତା ପୁନିଆଙ୍କ ଦୀର୍ଘ ଦିନ ଧରି ଦଳରେ ଦମଦାର ପ୍ରଦର୍ଶନ ପାଇଁ ଉଭୟଙ୍କୁ ଗୋଲ କିପର ଅଫ ଦି ଇୟର ପାଇଁ ଚୟନ କରାଯାଇଛି । ଭାରତୀୟ ହକି ପ୍ରତି ଉଭୟଙ୍କ ଯୋଗଦାନ ଅତୁଳନୀୟ ରହିଛି ।

ଭାରତୀୟ ହକିର ୧୬ ବର୍ଷର ଲମ୍ବା ଯାତ୍ରାରେ ଶ୍ରୀଜେଶ ଦଳକୁ ଦେଇଛନ୍ତି ଅନେକ ବିଜୟ ଭେଟି

ପିଆର ଶ୍ରୀଜେଶ ୧୬ ବର୍ଷ ହକି କ୍ୟାରିୟରରେ ଅନେକ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ସେ ଏଫଆଇଏଚ ହକି ପ୍ରୋ ଲିଗର ସମସ୍ତ ୧୬ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତ ଏହି ହକି ପ୍ରୋ ଲିଗ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନରେ ରହିଥିଲା । ଏହା ସହିତ ଶ୍ରୀଜେଶ ବର୍ମିହାମରେ ଅନୁଷ୍ଠିତ ହୋଇଥିବା ୨୦୨୨ ମସିହା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ସମସ୍ତ ଛଅ ଟି ମ୍ୟାଚ ଖେଳିଥିଲେ । ହକି ଇଣ୍ଡିଆ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ବିତ କରିଥିଲା ।

ଶ୍ରୀଜେଶଙ୍କ ରେକର୍ଡ

ଶ୍ରୀଜେଶ ଲଗାତାର ଦୁଇ ଥର ଏଫଆଇଏଚ ଗୋଲ କିପର ଅଫ ଦି ଇୟର ପୁରସ୍କାର ଜିତି ଥିବା ତୃତୀୟ ହକି ଖେଳାଳି । ଏହା ପୂର୍ବରୁ ଆୟରଲାଣ୍ଡର ଡେଭିଡ ହର୍ଟ ୨୦୧୫ ଏବଂ ୨୦୧୬ ବର୍ଷ ପାଇଁ ଲଗାତାର ଦୁଇଥର ଏହି ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେହିପରି ବେଲଜିୟମର ଭିନସେଣ୍ଟ ବନାଶ ୨୦୧୭, ୨୦୧୮ ଏବଂ ୨୦୧୯ ମସିହା ପାଇଁ ଲଗାତାର ତିନି ବର୍ଷ ଧରି ଏଫଆଇଏଚ ଗୋଲ କିପର ଅଫ ଦି ଇୟର ବିବେଚିତ ହୋଇଥିଲେ । ଗୋଲକିପର ପିଆର ଶ୍ରୀଜେଶ ୨୫୦ ଟି ମ୍ୟାଚ ଖେଳିସାରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ଶ୍ରୀଜେଶ ଅଷ୍ଟମ ଭାରତୀୟ ହକି ଖେଳାଳି ସହିତ ପ୍ରଥମ ଭାରତୀୟ ଗୋଲକିପର ହୋଇପାରିଛନ୍ତି ।

୩୨ ବର୍ଷିୟା ମହିଳା ଗୋଲ କିପର ସବିତା ପୁନିଆ ୩୭.୬ ପଏଣ୍ଟ ସହିତ ଭୋଟିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି । ସେହିପରି ଆର୍ଜେଣ୍ଟିନାର ବେଲେନ ସୁରୀ ୨୬.୪ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆର ଜୋସଲିନ ବାର୍ଟନ ୧୬ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ରହିଛନ୍ତି । ସବିତା ପୁନିଆ ୨୦୧୪ ମସିହାରୁ ମହିଳା ଗୋଲ କିପର ଅଫ ଦି ଇୟର ପୁରସ୍କାର ଜିତି ଆସୁଥିବା ତୃତୀୟ ଆଥଲେଟିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.