ETV Bharat / sports

ଜନ୍ମଦିନରେ ସ୍ମୃତିଙ୍କ ନିକଟକୁ ଛୁଟିଲା ଶୁଭେଚ୍ଛାର ସୁଅ

author img

By

Published : Jul 18, 2021, 8:53 PM IST

Indian women's wicket team's opening bat Smriti Mandhana turned 25 on Sunday
ଜନ୍ମଦିନରେ ସ୍ମୃତିଙ୍କ ନିକଟକୁ ଛୁଟିଲା ଶୁଭେଚ୍ଛାର ସୁଅ

ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ ମହିଳା କ୍ରିକେଟ ଟିମ ଓପନର ସ୍ମୃତି ମାନ୍ଧାନା । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଭାରତୀୟ ମହିଳା କ୍ରିକେଟ ଟିମ ଓପନର ସ୍ମୃତି ମାନ୍ଧାନା ରବିବାର ୨୫ ବର୍ଷରେ ପଦାର୍ପଣ କରିଛନ୍ତି । ଫଳରେ କ୍ରିକେଟ ଜଗତରୁ ମାନ୍ଧାନାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବର୍ଷ ୨୦୧୩ରେ ବାଂଲାଦେଶ ବିପକ୍ଷରେ ଅନ୍ତର୍ଜାତୀୟ ଦିନିକିଆ ଓ ଟି୨୦ ଡେବ୍ୟୁ କରିଥିଲେ ମାନ୍ଧାନା । ଏହାର ଗୋଟିଏ ବର୍ଷ ପରେ ଅର୍ଥାତ ୨୦୧୪ରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲେ ।

  • Happy birthday to the dashing Indian opener @mandhana_smriti 🎂 khoob run banate raho, chhake chauke marte raho aur desh ko jitate raho 👍🏻 best wishes for a successful year ahead

    — Yuvraj Singh (@YUVSTRONG12) July 18, 2021 " class="align-text-top noRightClick twitterSection" data=" ">

ଜନ୍ମଦିନରେ ମାନ୍ଧାନାଙ୍କୁ ଭେଟେରାନ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ସମେତ ଦିନେଶ କାର୍ତ୍ତିକ ଓ ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କୋଚ୍‌ ଡବଲ୍ୟୁଭି ରମଣ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ସେହିପରି ଭାରତୀୟ ମହିଳା ଟିମର କ୍ୟାପଟେନ ହରମନପ୍ରୀତ କୌର, ଭେଟେରାନ ବୋଲର ଝୁଲଣ ଗୋସ୍ବାମୀ, ଯୁବ ଓପନର ତଥା ସାଥୀ ଓପନର ଶେଫାଳି ବର୍ମା , ଲେଗସ୍ପିନର ପୁନମ ଯାଦବମଧ୍ୟ ସ୍ମୃତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କ୍ରିକେଟରରୁ ରାଜନେତା ବନିଥିବା ମନୋଜ ତିୱାରୀ, ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଓ ବିସିସିଆଇ ୱମେନ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ମାନ୍ଧାନାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.