ETV Bharat / sports

ENG vs IND 3rd Test: ପୁଣି ଫେଲ ମାରିଲେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ

author img

By

Published : Aug 25, 2021, 5:30 PM IST

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଅଧିକ ପଢ଼ନ୍ତୁ..

ENG vs IND 3rd Test: ପୁଣି ଫେଲ ମାରିଲେ ଟପ୍ ଅର୍ଡର ବ୍ୟାଟସମ୍ୟାନ
ENG vs IND 3rd Test: ପୁଣି ଫେଲ ମାରିଲେ ଟପ୍ ଅର୍ଡର ବ୍ୟାଟସମ୍ୟାନ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ । ଟସ ଜିତି ପ୍ରଥମେ ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ହେଲେ ମ୍ୟାଚ ଆରମ୍ଭ ଆରମ୍ଭ ହେଉ ହେଉ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପୂର୍ବ ମ୍ୟାଚ ଭଳି ଭାରତର ଟପ ଅର୍ଡର ପୁନଃ ଫେଲ ମାରିଥିବା ଦେଖାଦେଇଛି । ଭାରତୀୟ ଟପ ଅର୍ଡରକୁ ଫାଷ୍ଟ ବୋଲର ଆଣ୍ଡରସନ ଧ୍ବସ୍ତ କରିଦେଇଛନ୍ତି ।

ଦଳୀୟ ସ୍କୋର ୧ ରନ ହୋଇଥିବା ବେଳେ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଦୀର୍ଘ ଦିନ ଧରି ଫର୍ମ ନଥିବା ଚେତେଶ୍ବର ପୂଜାରା ପିଚକୁ ଓହ୍ଲାଇଥିଲେ । ଆଜି ତାଙ୍କ ପାଖରେ ନିଜକୁ ପୁନଃ ପ୍ରମାଣିତ କରିବାର ସୁଯୋଗ ଥିଲା ହେଲେ ସେ ମଧ୍ୟ ମାତ୍ର ୧ ଏକ ରନ କରି ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ସେତେବେଳ ଦଳୀୟ ସ୍କୋର ମାତ୍ର ୪ ରନ ହୋଇଥିଲା ।

ଏହାପରେ ରନ ମେସିନ ବୋଲାଉଥିବା ବିରାଟ କୋହଲି ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । ତାଙ୍କ ନିକଟରୁ ଦାୟିତ୍ବ ସମ୍ପନ୍ନ ବ୍ୟାଟିଂ ଆଶା କରାଯାଉଥିଲା । ହେଲେ ମାତ୍ର ୭ ରନ କରି ସେ ମଧ୍ୟ ଆଣ୍ଡରସନଙ୍କୁ ନିଜ ୱିକେଟ ଦେଇ ପାଭେଲିୟନ ଫେରି ଯାଇଥିଲେ । ଏହାପୂର୍ବରୁ ଖେଳାଯାଇଥିବା ଦୁଇଟି ଟେଷ୍ଟରେ ମଧ୍ୟ ବିରାଟ କୋହଲି ଓ ଚେତେଶ୍ବର ପୂଜାରା ସାଧାରଣ ବ୍ୟାଟିଂ କରି ଆଉଟ ହୋଇଥିଲେ ।

ତୃତୀୟ ଟେଷ୍ଟରେ ବିରାଟ କୋହଲିଙ୍କଠାରୁ କିଛି ଅଧିକା ଆଶା କରାଯାଉଥିଲେ ସୁଦ୍ଧା ତାହା ଫଳପ୍ରଦ ହୋଇନି । ତେବେ ଭାରତର ଦଳୀୟ ସ୍କୋର କିଭଳି ରହିବ ତାହା ଦେଖିବାକୁ ବାକି ରହିଲା । ବର୍ତ୍ତମାନ ସିରିଜରେ ୧-୦ରେ ଆଗୁଆ ରହିଛି ଭାରତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.