ETV Bharat / sports

ବାସୁ ପରଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି: ଚତୁର୍ଥ ଟେଷ୍ଟରେ କଳା ଫିତା ବାନ୍ଧିଲା ଭାରତୀୟ ଦଳ

author img

By

Published : Sep 2, 2021, 9:14 PM IST

ବାସୁ ପରଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳୀ: ଚତୁର୍ଥ ଟେଷ୍ଟରେ କଳା ଫିତା ପିନ୍ଧିଲା ଭାରତୀୟ ଦଳ
ବାସୁ ପରଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳୀ: ଚତୁର୍ଥ ଟେଷ୍ଟରେ କଳା ଫିତା ପିନ୍ଧିଲା ଭାରତୀୟ ଦଳ

କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ମେଣ୍ଟର ବାସୁ ପରଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଭାଲ ଟେଷ୍ଟରେ କଳାଫିତା ବାନ୍ଧି ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ । ଅଧିକ ପଢ଼ନ୍ତୁ...

ଓଭାଲ: କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କ ମେଣ୍ଟର ବାସୁ ପରଞ୍ଜପେଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଓଭାଲ ଟେଷ୍ଟରେ କଳାଫିତା ବାନ୍ଧି ପଡ଼ିଆକୁ ଓହ୍ଲାଇଛି ଭାରତୀୟ ଦଳ । ଗତ ଅଗଷ୍ଟ ୩୦ ତାରିଖରେ ବାସୁ ପରଞ୍ଜପେଙ୍କ ପରଲୋକ ହୋଇଥିଲା । ଏହାକୁ ନେଇ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଥିଲା । ଜଣେ ସୁନାମଧନ୍ୟ କ୍ରିକେଟ ମେଣ୍ଟର ଭାବରେ ସୁପିରଚିତ ଥିଲେ ବାସୁ ସାର୍ ।

ସୁନିଲ ଗାଭାସ୍କରଙ୍କ ସହ ଦିଲ୍ଲୀପ ଭେଙ୍ଗସରକାର, ସଞ୍ଜୟ ମାଞ୍ଜ୍ରେକର ଓ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କ ମେଣ୍ଟର ରହିଥିଲେ ବାସୁ ପରଞ୍ଜପେ । ଏହି କ୍ରିକେଟରମାନେ ଅନ୍ତର୍ଜାତୀୟ ସ୍ତରରେ ପାଦ ଦେବା ନେଇ ବାସୁ ପରଞ୍ଜପେଙ୍କ ହାତ ରହିଥିଲା । ଏଥିପାଇଁ ତାଙ୍କ ସମ୍ମାନରେ ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାମ ହାତରେ କଳା ବାନ୍ଧି ଖେଳୁଥିବା ଦେଖା ଯାଇଛି ।

ଚତୁର୍ଥ ଟେଷ୍ଟ ମ୍ୟାଚରେ ଭାରତ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ୧୩୬ ରନରେ ଭାରତ ୭ଟି ୱିକେଟ ହରାଇଛି । ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ । ପାଗ ମେଘୁଆ ଥିବାରୁ ପିଚ୍ ବୋଲରଙ୍କୁ ସୁହାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.