ETV Bharat / sports

ମ୍ୟାଚ ପରିପକ୍ବତା ଜିତାଇବ ଟି-୨୦ ବିଶ୍ବକପ: ସୌରଭ ଗାଙ୍ଗୁଲି

author img

By

Published : Oct 16, 2021, 10:39 PM IST

Indian team has talent, needs to show maturity to win T20 WC: Ganguly
T20 WC: ଟିମ ଇଣ୍ଡିଆକୁ ବିସିସିଆଇ ବସ୍‌ଙ୍କ ବିଜୟ ମନ୍ତ୍ର

ଭାରତୀୟ ଟିମରେ ଦକ୍ଷ ଓ ପ୍ରତିଭାବାନ ଖେଳାଳି ରହିଛନ୍ତି । ତେବେ ଟ୍ରଫି ହାତେଇବା ପାଇଁ ସାମାନ୍ୟ ଅଧିକ ପରିପକ୍ବତାର ପ୍ରଦର୍ଶନ କରିବାକୁ ହେବ କହିଛନ୍ତି ସୌରଭ ଗାଙ୍ଗୁଲି । ଅଧିକ ପଢନ୍ତୁ...

ଦୁବାଇ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ସଭାପତି ତଥା ପୂର୍ବତନ ଭାରତୀୟ କ୍ୟାପଟେନ ସୌରଭ ଗାଙ୍ଗୁଲି ଶନିବାର ଭାରତୀୟ ଟିମକୁ ନେଇ ବଡ ବୟାନ ଦେଇଛନ୍ତି । ଟି-୨୦ ବିଶ୍ବକପ ପୂର୍ବରୁ ଗାଙ୍ଗୁଲି କହିଛନ୍ତି, ବିରାଟ କୋହଲିଙ୍କ ନେତୃତାଧୀନ ଭାରତୀୟ ଟିମରେ ଦକ୍ଷ ଓ ପ୍ରତିଭାବାନ ଖେଳାଳି ରହିଛନ୍ତି । ତେବେ ଟ୍ରଫି ହାତେଇବା ପାଇଁ ସାମାନ୍ୟ ଅଧିକ ପରିପକ୍ବତାର ପ୍ରଦର୍ଶନ କରିବାକୁ ହେବ ।

ଭାରତୀୟ ଟିମ ଅକ୍ଟୋବର ୨୪ରୁ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ଟି-୨୦ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

BCCI ସଭାପତି ଭାରତୀୟ ଟିମ ଉଦ୍ଦେଶ୍ୟରେ କହିଛନ୍ତି, ସହଜରେ ଏକ ଟିମ ଚମ୍ପିଆନ ହୋଇଯାଏ ନାହିଁ, "କେବଳ ଗୋଟିଏ ଟୁର୍ଣ୍ଣାମେଣ୍ଟ ଖେଳି ମଧ୍ୟ ଚମ୍ପିଆନ ହେବା କଷ୍ଟକର ହୋଇଥାଏ । ଏହା ଏକ ପ୍ରକ୍ରିୟା, ବିଜୟ ପାଇଁ ମ୍ୟାଚ ପରିପକ୍ବତା ଦେଖାଇବାକୁ ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.