ETV Bharat / sports

ଇତିହାସ ରଚିଲେ ଭେଟେରାନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ

author img

By

Published : Mar 10, 2022, 1:05 PM IST

Indian pacer Jhulan Goswami becomes joint-highest wicket-taker in Women's World Cup history
ଇତିହାସ ରଚିଲେ ଭେଟେରାନ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀ

ମହିଳା କ୍ରିକେଟ ବିଶ୍ବକପରେ ସର୍ବାଧିକ ୱିକେଟ ସଂଗ୍ରହକାରୀ ବୋଲର ହେବାର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଲିନ ଫୁଲଷ୍ଟନଙ୍କ ନାମରେ ଥିଲା । 1982ରୁ 1988 ମଧ୍ୟରେ ସେ 39ଟି ୱିକେଟ ସଂଗ୍ରହ କରିଥିଲେ । ଗୋସ୍ବାମୀ ମଧ୍ୟ ସମାନ 39 ୱିକେଟ ହାତେଇବା ସହ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ଅଧିକ ପଢନ୍ତୁ

ହାମିଲଟନ୍‌: ଚଳିତ ମହିଳା କ୍ରିକେଟ ବିଶ୍ବକପରେ ଇତିହାସ ରଚିଲେ ଭେଟେରାନ ଭାରତୀୟ ବୋଲର ଝୁଲଣ ଗୋସ୍ବାମୀ । ଗୁରୁବାର ICC ମହିଳା କ୍ରିକେଟ ବିଶ୍ବକପ ଇତିହାସରେ ସର୍ବାଧିକ ୱିକେଟ ସଂଖ୍ୟାର ସମକକ୍ଷ ହୋଇଛନ୍ତି । ମହିଳା କ୍ରିକେଟ ବିଶ୍ବକପରେ ସର୍ବାଧିକ ୱିକେଟ ସଂଗ୍ରହକାରୀ ବୋଲର ହେବାର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆର ଲିନ ଫୁଲଷ୍ଟନଙ୍କ ନାମରେ ଥିଲା । 1982ରୁ 1988 ମଧ୍ୟରେ ସେ 39ଟି ୱିକେଟ ସଂଗ୍ରହ କରିଥିଲେ । ଗୋସ୍ବାମୀ ମଧ୍ୟ ସମାନ 39 ୱିକେଟ ହାତେଇବା ସହ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି ।

39 ବର୍ଷୀୟା ଝୁଲଣ, ହାମିଲଟନରେ ଖେଳାଯାଉଥିବା ICC ODI ବିଶ୍ବକପ 2022ର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି । ଗୁରୁବାର ଗୋସ୍ବାମୀ ନ୍ୟୁଜିଲାଣ୍ଡ ଇଂନିସର ଶେଷ ଓଭରରେ ଏକ ୱିକେଟ ହାସଲ କରି ବିରଳ ରେକର୍ଡ ନିଜ ନାମରେ କରିଛନ୍ତି । ଏହି ୱିକେଟ ସହିତ ମହିଳା କ୍ରିକେଟ ବିଶ୍ବକପ ଇତିହାସରେ ଗୋସ୍ବାମୀ, ଲିନ ଅନ୍‌ ଫୁଲଷ୍ଟନଙ୍କ ସହିତ ସମାନ 39 ୱିକେଟ ହାସଲ କରି ଯୁଗ୍ମ ସର୍ବାଧିକ ୱିକେଟ ସଂଗ୍ରହକାରୀ ବୋଲର ହୋଇଛନ୍ତି । ନିଜର ସଫଳତମ କ୍ରିକେଟ କ୍ୟାରିୟରରେ ଗୋସ୍ବାମୀ 2005 ଠାରୁ 5ଟି ମହିଳା କ୍ରିକେଟ ବିଶ୍ବକପ ଖେଳିଛନ୍ତି ଓ 39ଟି ୱିକେଟ ନିଜ ନାମରେ କରିଛନ୍ତି ।

ପାକିସ୍ତାନ ବିପକ୍ଷରେ ଭାରତ ଖେଳିଥିବା ବିଶ୍ବକପର ପ୍ରଥମ ମ୍ୟାଚ୍‌ରେ ମଧ୍ୟ 2ଟି ୱିକେଟ ହାସଲ କରିଥିଲେ ଝୁଲଣ । ଏହି ମ୍ୟାଚ୍‌ରେ 107 ରନର ବଡ ବ୍ୟବଧାନରେ ବିଜୟୀ ହୋଇଥିଲା ଭାରତୀୟ ଟିମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.