ETV Bharat / sports

INDvsSL 2nd ODI: ଦମଦାର ଇନିଂସ ଖେଳିଲେ ରାହୁଲ, 4 ଓ୍ୱିକେଟରେ ଜିତିଲା ଭାରତ

author img

By

Published : Jan 12, 2023, 8:59 PM IST

Updated : Jan 13, 2023, 2:43 PM IST

ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ
ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ

ଦ୍ବିତୀୟ ଦିନିକିଆରେ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ମ୍ୟାନ ଇନ୍ ବ୍ଲୁ । 2-0 ରେ ଆଗୁଆ ସିରିଜ ଜିତିଲା ଭାରତ । ଅଧିକ ପଢନ୍ତୁ

କୋଲକାତା : 2-0 ରେ ଆଗୁଆ ସିରିଜ ଜିତିଲା ଭାରତ । ଦ୍ବିତୀୟ ଦିନିକିଆରେ ୪ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି ମ୍ୟାନ ଇନ୍ ବ୍ଲୁ । ଆଜି ( ଗୁରୁବାର ) ଭାରତ ଶ୍ରୀଲଙ୍କା ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯାଇଥିଲା । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୩୯.୪ ଓଭରରେ ୨୧୫ ରନ କରି ଅଲଆଉଟ ହୋଇଥିଲା । ଜାବାବରେ ଭାରତ ୪୩.୨ ଓଭରରେ ୬ ୱିକେଟ ହରାଇ ୨୧୯ ରନ କରିଛି । କେଏଲ ରାହୁଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଏହି ବିଜୟ ସହ ଭାରତ ସିରିଜ୍‌ ସିଲ୍‌ କରିଛି । ତୃତୀୟ ଦିନିକିଆ ଶ୍ରୀଲଙ୍କା ସମ୍ମାନ ବଞ୍ଚାଇବାକୁ ଖେଳିବ ।

ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଦିନିକିଆରେ ଭଆରତ ପାଇଁ ଟ୍ରମ୍ପ କାର୍ଡ ସାଜିଲେ କେଏଲ ରାହୁଲ । କେଏଲ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ଇଡେନ ଗାର୍ଡେନରେ ଦ୍ବିତୀୟ ଦିନିକିଆ ମ୍ୟାଚ ହାତେଇବାରେ ସଫଳ ହୋଇ ପାରିଛି । ଏହା ସହିତ ଭାରତ ମ୍ୟାନ ଇନ୍ ବ୍ଲୁ ଆଗୁଆ ୨-୦ରେ ସିରିଜ କବଜା କରିଛି । ୨୧୬ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ହେଲେ ୪.୬ ଓଭର ୩୩ ରନରେ ଭାରତ ପ୍ରଥମ ୱିକେଟ ହରାଇଥିଲା । ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ବିରାଟ କୋହଲି ଆଜି ସମସ୍ତଙ୍କୁ ନିରାଶ କରିଥିଲେ । ସେ ମାତ୍ର ୪ ରନ କରି ପାଭଲିୟନ ଲେଉଟିଥିଲେ । ସେଭଳି ଶ୍ରେୟାସ ଆୟାର ମଇଦାନକୁ ଆସି ପାଳି ସମ୍ଭାଳିଥିବା ବେଳେ 24 ରନ କରି LBW ଆଉଟ ହୋଇଥିଲେ ।

୧୪.୨ ଓଭରରେ ଭାରତ ୮୪ ରନ କରି ୪ଟି ୱିକେଟ ହରାଇବା ପରେ ଦଳୀୟ ସ୍କୋର ପାଇଁ ଚାପ ପଡିଥିଲା । ଏହା ପରେ ମଇଦାନକୁ ଆସି ଧୀମା ବ୍ୟାଟିଂ କରିଥିଲେ କେଏଲ ରାହୁଲ । ସେ ୧୦୩ ବଲରୁ ୬ ଟି ଚୌକା ସହିତ ୬୪ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ତାଙ୍କ ସହିତ ପାଳି ସମ୍ଭାଳିଥିଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେ ୫୩ ବଲରୁ ୪ ଟି ଚୌକା ସହିତ ୩୬ ରନ କରିଥିଲେ । ସେହିପରି ଅଧିନାୟକ ରୋହିତ ଶର୍ମା ୧୭ ରନ, ଶୁବମନ ଗିଲ ଓ ଅକ୍ଷର ପଟେଲ ୨୧ ରନ ଏବଂ କୂଲଦୀପ ଯାଦବ ୧୦ ରନ କରିଥିଲେ ।

ଦ୍ବିତୀୟ ଦିନିକିଆରେ ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ମହମ୍ମଦ ସିରାଜ ଓ କୂଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଫାଷ୍ଟ ବୋଲର ଉମରାନ ମଲ୍ଲିକ ୨ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ୱିକେଟ ନେଇଥିଲେ । ହେଲେ ଭାରତୀୟ ବୋଲଙ୍କ ପ୍ରଦର୍ଶନ ଆଗରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ଥିଲା ଶ୍ରୀଲଙ୍କା । ନୁୱାନ୍ଦୁ ଫର୍ଣ୍ଣାଣ୍ଡୋ ସର୍ବାଧିକ ୫୦ ରନ୍‌ର ପାଳି ବଳରେ ଶ୍ରୀଲଙ୍କା ୨୦୦ ରନ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲା । ସେ ୬୩ ବଲରୁ ୬ଟି ଚୌକା ବଳରେ ୫୦ ରନ କରି ରନ ଆଉଟ ହୋଇଥିଲେ । ଅଭିଷ୍କା ଫର୍ଣ୍ଣାଣ୍ଡୋ ୨୦ ରନ, ଚରିଥ ଅଶଲଙ୍କା ୧୫ ରନ, ଅଧିନାୟକ ଦାସୁନ ଶନକା ୨ ରନ, ୱାନେନ୍ଦୁ ହସରଙ୍ଗା ୨୧ ରନ, ଦୁନିଥ ୱେଲେଜ ୩୨ ରନ, ଚମିକା କରୁଣାରତ୍ନେ ଓ ଲାହିରୁ କୁମାରା ୧୭ ରନ କରିଥିଲେ । ଭାରତ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଦିନିକିଆ ଜାନୁଆରୀ ୧୫ ତାରିଖରେ ତ୍ରିଭେନ୍ଦ୍ରମରେ ଖେଳାଯିବ ।

Last Updated :Jan 13, 2023, 2:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.