ETV Bharat / sports

INDvsBAN 3rd ODI: ସିରିଜ୍ କ୍ଲିନ ସ୍ୱିପ୍ କରିପାରିଲାନି ବାଂଲାଦେଶ, ୨୨୭ ରନରେ ଜିତିଲା ଭାରତ

author img

By

Published : Dec 10, 2022, 6:56 PM IST

Updated : Dec 10, 2022, 7:18 PM IST

INDvsBAN 3rd ODI: ସିରିଜ୍ କ୍ଲିନ ସ୍ବିପ କରିପାରିଲାନି ବାଂଲାଦେଶ,  ୨୨୭ ରନରେ ଜିତିଲା ଭାରତ
INDvsBAN 3rd ODI: ସିରିଜ୍ କ୍ଲିନ ସ୍ବିପ କରିପାରିଲାନି ବାଂଲାଦେଶ, ୨୨୭ ରନରେ ଜିତିଲା ଭାରତ

ତୃତୀୟ ଦିନିକିଆରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୨୨୭ ରନରେ ଜିତିଲା ଭାରତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ୨୨୭ ରନରେ ଜିତିଲା ଭାରତ । ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ମେନ୍ ଇନ୍ ବ୍ଲୁ । ତୃତୀୟ ଦିନିକିଆରେ ବାଂଲାଦେଶକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ତିନି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜକୁ ୨-୧ରେ ସିଲ୍ କରିଛି ବାଂଲାଦେଶ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୪୦୯ ରନ କରିଥିଲା । ଏହାର ଜବାବରେ ବାଂଲାଦେଶ ୩୪ ଓଭରରେ ୧୮୨ କରି ଅଲ ଆଉଟ ହୋଇଛି । ଏହି ବିଜୟ ସହିତ ଭ୍ରମଣକାରୀ ଦଳ ଭାରତ ବିଦେଶ ମାଟିରେ ନିଜର ସମ୍ମାନରକ୍ଷା କରିଛି ।

ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ମେନ୍ ଇନ୍ ବ୍ଲୁର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି । ଇଶାନ କିଶାନ ଓ ବିରାଟ କୋହଲିଙ୍କ ଲଢୁଆ ପାଳି ବଳରେ ଟିମ୍ ଇଣ୍ଡିଆ ସ୍କୋର ୪୦୦ ରନ ଅତିକ୍ରମ କରିବାରେ ସକ୍ଷମ ହୋଇ ପାରିଥିଲା । ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲା ଭାରତ । ଯୁବ ବ୍ୟାଟର ଇଶାନ କିଶାନଙ୍କୁ ବିରାଟ ଅବତାରରେ ଦେଖିବାକୁ ମିଳିଥିଲା । ସେ ତାଙ୍କ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ଏହି ବାମ ହାତି ବ୍ୟାଟର ୧୩୧ ବଲରୁ ୨୪ ଟି ଚୌକା ଓ ୧୦ ଟି ଛକା ବଳରେ ସର୍ବାଧିକ ୨୧୦ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି କିଙ୍ଗ କୋହଲି ମଧ୍ୟ ତାଙ୍କ କ୍ୟାରିୟର ୭୨ ତମ ଶତକ ହାସଲ କରିଛନ୍ତି । ସେ ଆଜି ୯୧ ବଲରୁ ୧୧ ଟି ଚୌକା ଓ ୨ ଟି ଛକା ସହିତ ୧୧୩ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଅଲରାଉଣ୍ଡର ୱାସିଙ୍ଗଟନ ସୁନ୍ଦର ୩୭ ରନ, ଅକ୍ଷର ପଟେଲ ୨୦ ରନ, ରାହୁଲ ୮ ରନ କରିଥିବା ବେଳେ ଶ୍ରେୟାସ ଆୟାର, ଶାର୍ଦ୍ଦୁଲ ଠାକୁର ଓ କୂଲଦୀପ ଯାଦବ ୩ ରନ କରିଥିଲେ ।

ସେପଟେ ୪୧୦ ରନ ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ବାଂଲାଦେଶ । ହେଲେ ଭାରତୀୟ ବୋଲରରଙ୍କ ଘାତକ ବୋଲିଂ ଆଗରେ ୧୮୨ରେ ଅଲ ଆଉଟ ହୋଇଥିଲା ବିପକ୍ଷ ଦଳ । ଶାର୍ଦ୍ଦୁଲ ଠାକୁର ୫ ଓଭର ବୋଲିଂ କରି ୩୦ ରନ ବ୍ୟୟରେ ସର୍ବାଧିକ ୩ ଟି ୱିକେଟ ନେଇଥିଲେ । ସେହିପରି ଅକ୍ଷର ପଟେଲ ଓ ଉମରାନ ମଲ୍ଲିକ ଦୁଇଟି ୱିକେଟ ନେଇଥିବାବେଳେ ମହମ୍ମଦ ସିରାଜ, କୂଲଦୀପ ଯାଦବ, ୱାସିଙ୍ଗଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ସେପଟେ ବାଂଲାଦେଶର ସାକିବ ଅଲ ହାସନ ସର୍ବାଧିକ ୪୩ ରନର ଇନିଂସ ଖେଳିଥିଲେ । ଲିଟନ ଦାସ ୨୯ ରନ, ୟାସିର ଅଲ୍ଲି ୨୫ ରନ, ମହମ୍ମଦୁଲା ୨୦ ରନ, ତସକିନ ଅହମ୍ମଦ ୧୭ ରନ, ଏବଂ ମୁସତାଫିଜୁର ରେହମନ ୧୩ ରନ କରିଥିଲେ ।

Last Updated :Dec 10, 2022, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.