ETV Bharat / sports

ଦୃଷ୍ଟିହୀନ ବିଶ୍ୱକପ: ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଭାରତ, ୭ୱିକେଟରେ ହାରିଲା ବାଂଲାଦେଶ

author img

By

Published : Dec 13, 2022, 10:24 PM IST

ଦୃଷ୍ଟିହୀନ ବିଶ୍ୱକପ : ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଭାରତ, ୭ ୱିକେଟରେ ହାରିଲା ବାଂଲାଦେଶ
ଦୃଷ୍ଟିହୀନ ବିଶ୍ୱକପ : ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଭାରତ, ୭ ୱିକେଟରେ ହାରିଲା ବାଂଲାଦେଶ

ବାରବାଟୀରେ ଵାଂଲାଦେଶକୁ 7 ୱିକେଟରେ ହରାଇଲା ଭାରତ । ଅଧିକ ପଢନ୍ତୁ

ଦୃଷ୍ଟିହୀନ ବିଶ୍ୱକପ : ବାରବାଟୀରେ ବିଜୟ ଧ୍ଵଜା ଉଡାଇଲା ଭାରତ, ୭ ୱିକେଟରେ ହାରିଲା ବାଂଲାଦେଶ

କଟକ: ବାରବାଟୀରେ ଦୃଷ୍ଟିହୀନ ଵିଶ୍ବକପ ଟି-୨୦ କ୍ରିକେଟ ମ୍ୟାଚ । ଵାଂଲାଦେଶକୁ 7 ୱିକେଟରେ ହରାଇଲା ଭାରତ । ଟି ଦୁର୍ଗା ରାଓଙ୍କ ଧୂଆଁଧାର 73ରନ ବଳରେ ଏହି ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଭ୍ରମଣକାରୀ ଵାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 166 ରନ କରିଥିଲା । ଏହାର ଜବାବରେ ଭାରତ ଟି ଦୁର୍ଗା ରାଓ ଦମଦାର ଅର୍ଦ୍ଧଶତକ ବଳରେ ସହଜରେ ଟାର୍ଗେଟ ହାସଲ କରିନେଇଛି ।

ବାରବାଟୀରେ ଖେଳାଯାଇଥିବା ଭାରତ ଓ ଵାଂଲାଦେଶ ଦୃଷ୍ଟିହୀନ ବିଶ୍ବକପ ତୃତୀୟ ଟି-୨୦ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ଵୋଲିଂ ନିଷ୍ପତ୍ତି ନେଇଥିଲା । ଭାରତଠାରୁ ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିଲା ବାଂଲାଦେଶ । ଵାଂଲାଦେଶ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ ହରାଇ 166 ରନ କରିଥିଲା । ଅଧିନାୟକ ଆସିକୁର ରେହେମାନଙ୍କ ଅର୍ଦ୍ଧଶତକ ବଳରେ ଦଳ ୧୬୬ ରନ କରିବାରେ ସକ୍ଷମ ହୋଇଥିଲା । ସେ ସର୍ବାଧିକ ୭୫ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ମହମ୍ମଦ ଆରିଫ 33 ରନ ଓ ତାଞ୍ଜିଲ 20 ରନ କରିଥିଲେ । ନକୁଲ ବଡନାୟକ ୨ ଓଭର ବୋଲିଂ କରି ୭ ରନ ବ୍ୟୟରେ ଗୋଟିଏ ୱିକେଟ ନେଇଥିଲେ ।

୧୬୭ ରନର ଟାର୍ଗେଟନ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଆରମ୍ଭରୁ ଭାରତ ଭଲ ପାଳି ଆରମ୍ଭ କରିଥିଲା । ଟି ଦୁର୍ଗା ରାଓଙ୍କ ଧୂଆଁଧାର ଅର୍ଦ୍ଧଶତକ ଭାରତକୁ ବିଜୟ ଭେଟି ଦେଇଥିଲା । ସେ ୪୩ ବଲରୁ ୭୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ଓଡିଆ ଖେଳାଳି ଭାବରେ ସ୍ଥାନ ପାଇଥିବା ନକୁଳ ବଡନାୟକ ୩୬ ରନର ଇନିଂସ ଖେଳିଥିଲେ । ତେବେ କମ ରନ ଯୋଗୁ ମ୍ୟାଚ ପରାଜୟ ହେବାର ମୁଖ୍ୟ କାରଣ ବୋଲି କହିଛନ୍ତି ବଙ୍ଗଳାଦେଶ ଅଧିନାୟକ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.