ETV Bharat / sports

Under 19 Women's T20 World Cup: ଇତିହାସ ରଚିଲା ଭାରତ, ଇଂଲଣ୍ଡକୁ ହରାଇ ବିଶ୍ୱ ଚମ୍ପିଆନ୍

author img

By

Published : Jan 29, 2023, 7:39 PM IST

Updated : Jan 29, 2023, 8:12 PM IST

ବିଶ୍ବ ଚମ୍ପିଆନ ଟିମ ଇଣ୍ଡିଆ
ବିଶ୍ବ ଚମ୍ପିଆନ ଟିମ ଇଣ୍ଡିଆ

ଇତିହାସ ରଚିଲା ଭାରତ । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇଲା ୱେମେନ୍ ଇନ୍ ବ୍ଲୁ । ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରି ଭାରତ ହେଲା ବିଶ୍ବ ବିଜେତା ।

ହାଇଦ୍ରାବାଦ : ଇତିହାସ ରଚିଲା ଭାରତ । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇଲା ୱେମେନ୍ ଇନ୍ ବ୍ଲୁ । ଫାଇନାଲ ମ୍ୟାଚରେ ଇଂଲଣ୍ଡକୁ 7 ୱିକେଟରେ ପରାସ୍ତ କରି ଭାରତ ହେଲା ବିଶ୍ବ ବିଜେତା ।

ସେଫାଳି ଏଣ୍ଡ କୋ ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପ ଟାଇଟଲ ହାତେଇ ଭାରତୀୟ କ୍ରୀଡା ଇତିହାସରେ ଲେଖିଛନ୍ତି ସ୍ବର୍ଣ୍ଣିମ ଅଧ୍ୟାୟ । ସେଫାଳି ବର୍ମାଙ୍କ ନେତୃତ୍ବରେ ଭାରତ ICC ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବ ଚମ୍ପିଆନ ହୋଇ ଆଜିର ଦିନକୁ ସ୍ମରଣୀୟ କରିଛି । ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୭.୧ ଓଭରରେ ୬୮ ରନ କରି ଅଲ ଆଉଟ ହୋଇଥିଲା । ଜବାବରେ ଭାରତ ୧୪ ଓଭରରେ ୩ ୱିକେଟ ହରାଇ ୬୯ କରିଥିଲା ।

୬୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ସୌମ୍ୟା ତିୱାରୀ ଏବଂ ଗଙ୍ଗୋଦି ତ୍ରୀଶାଙ୍କ ଲଢୁଆ ଇନିଂସ ବଳରେ ଭାରତ ସହଜରେ ଟାର୍ଗେଟ ହାସଲ କରିଥିଲା । ଉଭୟ ୨୪ ରନର ଇନିଂସ ଖେଳିଥିଲେ । ସେହିପରି ଅଧିନାୟିକା ସେଫାଳି ବର୍ମା ୧୫ ରନ କରିଥିବା ବେଳେ ଶ୍ବେତା ଶେରାୱତ ୫ ରନ କରିଥିଲେ ।

ଭାରତୀୟ ବୋଲରଙ୍କ ଘାତକ ବୋଲିଂ ବଳରେ ଧରାଶାୟୀ ହୋଇଥିଲେ ଇଂଲଣ୍ଡ ବ୍ୟାଟର । ଅଣ୍ଡର ୧୯ ମହିଳା ଟି୨୦ ବିଶ୍ବକପରେ ଭାରତୀୟ ବୋଲର ନିଜର ଦମଦାର ପ୍ରଦର୍ଶନ କରିଥିଲେ । ଯାହା ଫଳରେ ଇଂଲିସ ଟିମ ଅଲଆଉଟ ହେବା ସହିତ ୧୭.୧ ଓଭରରେ ମାତ୍ର ୬୮ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ଟସ ଜିତି ଅଧିନାୟିକା ସେଫାଳି ବର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଇଂଲଣ୍ଡ । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଇଂଲଣ୍ଡର ଓପନିଂ ଯୋଡି ଫେଲ ମାରିଥିଲା । ରାୟନା ମ୍ୟାକ ଡୋନାଲ୍ଡଙ୍କ ଏବଂ ଆଲେକ୍ସା ଷ୍ଟନହାଉସଙ୍କ ଇନିଂସ ବଳରେ ଦଳ ୬୮ ରନ କରିବାରେ ସକ୍ଷମ ରହିଥିଲା । ରାୟନା ମ୍ୟାକ ଡୋନାଲ୍ଡ ଧୀମା ବ୍ୟାଟିଂ ଜାରି ରଖି ୨୪ ବଲରୁ ୩ ଟି ଚୌକା ସହିତ ସର୍ବାଧିକ ୧୯ ରନର ଇନିଂସ ଖେଳିଥିଲେ । ନିଆମ ହଲାଣ୍ଡ ୧୦ ରନ, ଆଲେକ୍ସା ଷ୍ଟୋନହାଉସ ଓ ସୋଫିଆ ସ୍ମେଲ ୧୧ ରନ କରିଥିଲେ । ଇଂଲଣ୍ଡର ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରିନଥିଲେ । ତିତାସ ସାଧୁ, ଅର୍ଚ୍ଚନା ଦେବୀ ଏବଂ ପାର୍ଶଭି ଚୋପ୍ରା ସର୍ବାଧିକ ୨ ଟି ୱିକେଟ ନେଇଥିଲେ । ମନ୍ନତ କାଶ୍ୟପ, ଅଧିନାୟିକା ସେଫାଳି ବର୍ମା ଏବଂ ସନୋମ ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

Last Updated :Jan 29, 2023, 8:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.