ETV Bharat / sports

India vs Pakistan: ଚଳିତ ବର୍ଷ 5 ଥର ମୁହାଁମୁହିଁ ହେବେ ଭାରତ-ପାକ୍, ଜାଣନ୍ତୁ କେବେ

author img

By

Published : Jul 9, 2023, 1:01 PM IST

ଚଳିତ ବର୍ଷ 4 ମାସ ଭିତରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ ଓ ପାକିସ୍ତାନ ପରସ୍ପରକୁ 5 ଥର ଭେଟିବାକୁ ଯାଉଛନ୍ତି । ଜାଣନ୍ତୁ କେବେ

India vs Pakistan cricket matach
India vs Pakistan

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ । କ୍ରିକେଟ ମୈଦାନରେ ଯେବେ ଦୁଇ ଦଳ ମୁହାଁମୁହିଁ ହୁଅନ୍ତି ସାରା ବିଶ୍ବର ନଜର ମ୍ୟାଚ ଉପରେ ରହିଥାଏ । ଜାଣିଛନ୍ତି କି, ଚଳିତ ବର୍ଷ ଏହି ଦୁଇ ଦଳ ପରସ୍ପରକୁ 5 ଥର ଭେଟିବେ । ଆସନ୍ତା 4 ମାସ ମଧ୍ୟରେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପରସ୍ପରକୁ ଅତିକମରେ 5 ଥର ଭେଟିବାକୁ ଯାଉଛନ୍ତି । ଏମର୍ଜିଂ ଏସିଆ କପରୁ ଏହି ଅଭିଯାନ ଆରମ୍ଭ ହେବ ।

  • India Vs Pakistan games in upcoming months:

    - Emerging Asia Cup.
    - Asian Games.
    - Asia Cup 2023 (minimum 2 matches).
    - World Cup 2023.

    - A blockbuster 4 months ahead..! pic.twitter.com/B1Ev8tVgpl

    — Mufaddal Vohra (@mufaddal_vohra) July 8, 2023 " class="align-text-top noRightClick twitterSection" data=" ">

ଭାରତ ବନାମ ପାକିସ୍ତାନ ମହାମୁକାବିଲା: ଭାରତ ଓ ପାକିସ୍ତାନ ଆସନ୍ତା 4 ମାସରେ ପରସ୍ପରକୁ ଅତିକମରେ 5 ଥର ଭେଟିବେ । ପ୍ରଥମେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏମର୍ଜିଂ ଏସଆ କପରୁ ଅଭିଯାନ ଆରମ୍ଭ କରିବେ । 19 ଜୁଲାଇରେ ଏନର୍ଜିଂ ଏସିଆ କପରେ ଦୁଇ ଦଳ ମଧ୍ୟରେ ମ୍ୟାଚ ରହିଛି । ଏହାପରେ ଅଗଷ୍ଟ 31ରୁ ସେପ୍ଟେମ୍ବର 17 ଯାଏ ହାଇବ୍ରିଡ ମଡେଲରେ ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ ମ୍ୟାଚ ଖେଳିବେ । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇଦଳ ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବାର ସମ୍ଭାବନା ରହିଛି ।

ଏହାପରେ ସେପ୍ଚେମ୍ବର 23ରୁ ଚୀନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତୀୟ କ୍ରିକେଟ ଟିମ ସାମିଲ ହେବାକୁ ବିସିସିଆଇ ଘୋଷଣା କରିଛି । ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ । ପରେ ଅକ୍ଟୋବର 5ରୁ ନଭେମ୍ବର 19 ଯାଏ ହେବାକୁ ଥିବା ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପରେ ଅକ୍ଟୋବର 15ରେ ଦୁଇ ଦଳ ମୁହାଁମୁହିଁ ହେବେ ।

ଏହା ବି ପଢନ୍ତୁ...World Cup 2023: ଭାରତ ଗସ୍ତ ନେଇ ପାକ୍ ପିଏମଙ୍କ ଅନୁମତି ଲୋଡିଲା PCB

ଏହା ବି ପଢନ୍ତୁ...ICC World Cup 2023: ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ୍ବ ଜାରି, ସୁରକ୍ଷା ଯାଞ୍ଚ କରିବ ପ୍ରତିନିଧି ଦଳ

ବିଶ୍ବକପରେ ଗୁଜୁରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ରହିଛି । ଏବେଠୁ ଅହମ୍ମଦାବାଦର ସବୁ ହୋଟେଲ ବୁକ ହୋଇ ସାରିଲାଣି । ଟିକେଟ କିଣିବାକୁ ସମଗ୍ର ବିଶ୍ବ କ୍ରିକେଟ ପ୍ରେମୀ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ପାକିସ୍ତାନ ବିଶ୍ବକର ଖେଳିବାକୁ ଭାରତ ଆସିବ ନା ନାହିଁ ସେ ନେଇ ସସପେନ୍ସ ଲାଗି ରହିଛି । ପିସିବି ବିଶ୍ବକପ ପାଇଁ ଭାରତ ଗସ୍ତ ନେଇ ପାକ୍ ପ୍ରଧାନମନ୍ତ୍ରୀଙ୍କ ଅନୁମତି ଲୋଡିଥିବା ଜଣାପଡିଥିଲା ଏ ନେଇ ବିଚାର ବିମର୍ଶ ଚାଲିଛି । ଭାରତ ଆସିବା ନେଇ ପାକିସ୍ତାନର ଦ୍ବନ୍ଦ ଜାରି ରହିଥିବା ବେଳେ ଯଦି ପାକ୍ ଭାରତ ଆସେ ତେବେ ତାଙ୍କ ସହ ଏକ ସୁରକ୍ଷା ଯାଞ୍ଚ ପ୍ରତିନିଧି ଦଳ ଆସିବ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.