ETV Bharat / sports

Kanpur Test: ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲଆଉଟ, ଭାରତକୁ ୪୯ ରନ୍‌ର ଲିଡ୍‌

author img

By

Published : Nov 27, 2021, 4:30 PM IST

Updated : Nov 27, 2021, 5:30 PM IST

ତୃତୀୟ ଦିନରେ ଭାରତର ୩୪୫ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ ୨୯୬ ରନ୍‌ରେ ଅଲଆଉଟ ହୋଇଛି । ସ୍ପିନର ଅକ୍ଷର ପଟେଲଙ୍କ ଘାତକ ବୋଲିଂ ସହ ୫ ୱିକେଟ ଦଖଲ । ଅଧିକ ପଢନ୍ତୁ

india vs new zealand 1 test day 3 innings report
1 Test: ନ୍ୟୁଜିଲାଣ୍ଡ ୨୯୬ ରନ୍‌ରେ ଅଲଆଉଟ୍‌, ଭାରତକୁ ୪୯ ରନ୍‌ର ଲିଡ୍‌

କାନପୁର: ସ୍ଥାନୀୟ ଗ୍ରୀନ ପାର୍ଟ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି (India vs new Zealand Kanpur Test )। ଶନିବାର ତୃତୀୟ ଦିନରେ ଭାରତର ୩୪୫ ରନ୍‌ ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇଂନିସରେ ୨୯୬ ରନ୍‌ରେ ଅଲଆଉଟ ହୋଇଛି (Kanpur Test innings report) । ଫଳରେ ଘରୋଇ ଟିମକୁ ୪୯ ରନ୍‌ର ଗୁରୁତ୍ବପୂର୍ଣ୍ଣ ପ୍ରଥମ ଇଂନିସ ଅଗ୍ରଣୀ ମିଳିଛି ।

ଏହାମଧ୍ୟ ପଢନ୍ତୁ: Bhuvneshwar Kumar: ବାପା ହେଲେ କ୍ରିକେଟର ଭୁବି

ଭାରତ ପକ୍ଷରୁ ବୋଲିଂ ହିରୋ ରହିଛନ୍ତି ସ୍ପିନର ଅକ୍ଷର ପଟେଲ । କିୱି ଖେଳାଳିଙ୍କୁ ନିଜ ସ୍ପିନ ଜାଲରେ ଫସାଇ ୫ଟି ଶିକାର କରିଛନ୍ତି ଅକ୍ଷର । ଅନ୍ୟତମ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ୩ଟି ୱିକେଟ ହାତେଇଛନ୍ତି ।

ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଛି । ଭ୍ରମଣକାରୀ ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇ ଓପନର ଟମ ଲାଥମ ୯୫ ଓ ୱିଙ୍ଗ ୮୯ ରନ୍‌ର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୧୫୧ ରନ୍‌ର ଭାଗିଦାରୀ ହୋଇଥିଲା । ତେବେ ଏହାପରେ କିୱି ଟିମର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା ।

ପୂର୍ବରୁ ଭାରତ ଡେବ୍ୟୁ ମ୍ୟାଚ୍‌ ଖେଳୁଥିବା ଶ୍ରେୟସ ଆୟରଙ୍କ ଦମଦାର ଶତକୀୟ ଇଂନିସ ବଳରେ ପ୍ରଥମ ଇଂନିସରେ ୩୪୫ ରନ୍‌ ସଂଗ୍ରହ କରିଥିଲା । ଓପନର ଶୁଭମନ ଗିଲ୍‌ ଓ ଅଲରାଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଟିମ ସାଉଦୀ ଭାରତୀୟ ଇଂନିସର ସର୍ବାଧିକ କ୍ଷତି ଘଟାଇବା ସହ ୫ ୱିକେଟ ହାସଲ କରିଥିଲେ । ଜେମିଏସନ ୩ଟି ଓ ସ୍ପିନର ଏଜାଜ ପଟେଲ ୨ଟି ୱିକେଟ ହାତେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 27, 2021, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.