ETV Bharat / sports

T20 World Cup: ସିଡ୍‌ନୀରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ ରିପୋର୍ଟ କାର୍ଡ

author img

By

Published : Oct 25, 2022, 10:10 PM IST

T20 World Cup 2022: ସିଡ୍‌ନିରେ ନେଦରଲାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ କଣ ରହିଛି ସ୍ଥିତି
T20 World Cup 2022: ସିଡ୍‌ନିରେ ନେଦରଲାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ କଣ ରହିଛି ସ୍ଥିତି

ଚଳିତ T20 ବିଶ୍ବକପ (T20 World Cup 2022)ରେ ଭରାତୀୟ କ୍ରିକେଟ ଦଳ ପରବର୍ତ୍ତୀ ମୁକାବିଲା ନେଦରଲ୍ୟାଣ୍ଡ ବିପକ୍ଷରେ ସିଡ୍‌ନୀ କ୍ରିକେଟ ମୈଦାନ ଖେଳିବ । ଅଧିକ ପଢ଼ନ୍ତୁ

ସିଡ୍‌ନୀ: ଅଷ୍ଟ୍ରେଲିଆରେ ଜାରି ରହିଥିବା T20 ବିଶ୍ବକପ (T20 World Cup 2022)ରେ ଭରାତୀୟ କ୍ରିକେଟ ଦଳ ପରବର୍ତ୍ତୀ ମୁକାବିଲା ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ । ଏହି ମ୍ୟାଚ ଅଷ୍ଟ୍ରେଲିଆର ସିଡ୍‌ନୀ କ୍ରିକେଟ ମୈଦାନରେ ଖେଳାଯିବ । ତେବେ ଏହି ଷ୍ଟାଡିୟମରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ପୂର୍ବରୁ ବହୁତ ଉଚ୍ଚକୋଟୀର ରହିଛି । ଏଠାରେ ଘରୋଇ ଦଳ ବିପକ୍ଷରେ ସର୍ବାଧିକ ରନ ସଫଳତାର ସହ ପିଛା କରିବାର ରେକର୍ଡ ଭାରତୀୟ ଦଳ ନାମରେ ରହିଛି ।

T20 World Cup 2022: ସିଡ୍‌ନିରେ ନେଦରଲାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ କଣ ରହିଛି ସ୍ଥିତି
T20 World Cup 2022: ସିଡ୍‌ନିରେ ନେଦରଲାଣ୍ଡକୁ ଭେଟିବ ଭାରତ, ଜାଣନ୍ତୁ କଣ ରହିଛି ସ୍ଥିତି

ସିଡ୍‌ନୀ କ୍ରିକେଟ ମୈଦାନରେ ଚଳିତ ବିଶ୍ବକପରେ ସମୁଦାୟ ୧୩ T20 ମ୍ୟାଚ ଖେଳାଯାଇଛି । ଏହା ମଧ୍ୟରୁ ପ୍ରଥମେ ବ୍ୟାଟିଂ କରିଥିବା ଟିମ ୭ ଥର ବିଜୟ ହାସଲ କରିଥିବା ବେଳେ ୫ ଟିମ ଦ୍ବିତୀୟରେ ବ୍ୟାଟିଂ କରି ଜିତିଛନ୍ତି । ଏହି ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ପ୍ରଥମ ଇନିଂସର ହାରାହାରି ସ୍କୋର ୧୬୩ ରନ ରହିଥିବାବେଳେ ଦ୍ବିତୀୟ ଇନିଂସର ହାରାହାରି ସ୍କୋର ୧୩୮ ରନ ରହିଛି । ଅର୍ଥାତ ଏହି ଗ୍ରାଉଣ୍ଡରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରନ୍ତି ଅଧିକାଂଶ ଦଳ ।

ସୂଚନା ଯୋଗ୍ୟ ଯେ, ସିଡ୍‌ନି କ୍ରିକେଟ ଷ୍ଟାଡିୟମରେ T20ରେ ସର୍ବାଧିକ ରନ ହୋଇଛି ୨୨୩ । ଯାହାକି ଘରୋଇ ଦଳ ଇଂଲଣ୍ଡ ବିପକ୍ଷରେ କରିଥିଲା ଏବଂ ଏହି ଗ୍ରାଉଣ୍ଡରେ ସର୍ବନିମ୍ନ ସ୍କୋର ମଧ୍ୟ ଘରୋଇ କଙ୍ଗାରୁ ଦଳ ଚଳିତ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ କରିଥିଲା ।

ସିଡ୍‌ନୀରେ ଭାରତର ରେକର୍ଡ

ସିଡ୍‌ନୀ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ଦଳ ଅନେକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳିଥିବାବେଳେ ସର୍ବାଧିକ ରନ ସଫଳତାର ସହ ପିଛା କରିବାର ରେକର୍ଡ ମଧ୍ୟ ଭାରତ ନାମରେ ରହିଛି । ଏଠାରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ସେନ ୱାଟ୍‌ସନ ଦମଦାର ଶତକୀୟ ଇନିଂସ ଖେଳି ଭାରତକୁ ୧୯୮ ରନର ବିଜୟ ଲକ୍ଷ ଦେଇଥିବା ବେଳେ ଭାରତୀୟ ଦଳ ମାତ୍ର ୩ ୱିକେଟ ହରାଇ ୨୦୦ ରନ କରିନେଇଥିଲା ।

୨୦୧୬ ମସିହା ଜାନୁଆରୀ ୩୧ରେ ସିଡ୍‌ନୀରେ ଖେଳାଯାଇଥିବା ଏହି ମୁକାବିଲାରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ ବିରାଟ କୋହଲି ଦମଦାର ପାଳି ଖେଳି ଅର୍ଦ୍ଧଶତକ ହାସଲ କରିଥିବାବେଳେ ସୁରେଶ ରୈନା ୪୯ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଏହି ମ୍ୟାଚରେ ଭରତୀୟ ବ୍ୟାଟରଙ୍କ ଦ୍ବାରା ୬ ଟି ଛକା ଓ ୧୮ଟି ଚୌକା ଖେଳାଯାଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୩୮ ବଲରୁ ୫୨ ରନ ସଂଗର୍ହ କରିଥିବାବେଳେ ବିରାଟ କୋହଲି ୩୬ ବଲରେ ୫୦ ରନର ପାଳି ଖେଳିଥିଲେ । ଏହା ସହିତ ସୁରେଶ ରୈନା ମାତ୍ର ୨୫ ବଲରେ ୪୯ ରନ ସଂଗ୍ରହ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.