ETV Bharat / sports

Blind T20 World Cup 2022: କାଲି ବାରବାଟୀରେ ବାଂଲଦେଶକୁ ଭେଟିବ ଭାରତ

author img

By

Published : Dec 12, 2022, 6:21 PM IST

Blind T20 World Cup 2022: ଆସନ୍ତାକାଲି ବାରବାଟୀରେ ବାଂଲଦେଶକୁ ଭେଟିବ ଭାରତ
Blind T20 World Cup 2022: ଆସନ୍ତାକାଲି ବାରବାଟୀରେ ବାଂଲଦେଶକୁ ଭେଟିବ ଭାରତ

ଜାରି ରହିଛି ଦୃଷ୍ଟିହୀନ ଟି୨୦ ବିଶ୍ବକପ । ଆସନ୍ତାକାଲି ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ବକପର ଲିଗ ମ୍ୟାଚ । ଅଧିକ ପଢନ୍ତୁ

Blind T20 World Cup 2022: ଆସନ୍ତାକାଲି ବାରବାଟୀରେ ବାଂଲଦେଶକୁ ଭେଟିବ ଭାରତ

କଟକ: ଆସନ୍ତାକାଲି ବାରବାଟୀରେ ଖେଳାଯିବ ଦୃଷ୍ଟିହୀନ କ୍ରିକେଟ ବିଶ୍ବକପର ଲିଗ ମ୍ୟାଚ । ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଲିଗ ମୁକାବିଲା ଖେଳାଯିବ । ଏନେଇ ଓଡିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜାରି ରହିଛି ଦୃଷ୍ଟିହୀନ ଟି୨୦ ବିଶ୍ବକପ । ଭାରତ ଏହାର ଆୟୋଜକ ରହିଛି । ବିଶ୍ବକପ ପାଇଁ ଦେଶର ୯ ଟି ସହରରରେ ଲିଗ୍ ମ୍ୟାଚ୍ ଖେଳାଯିବ । ସେପଟେ ଏହି ମ୍ୟାଚ ପାଇଁ ଉଭୟ ଦଳର ଖେଳାଳି ମାନେ ଭୁବନେଶ୍ବର ପହଞ୍ଚି ସାରିଛନ୍ତି ।

ଆସନ୍ତାକାଲି ସକାଳ ସକାଳ 10:30ରେ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ଅପରାହ୍ନ ଦୁଇଟାରେ ପ୍ରେଜେଣ୍ଟସନର କାର୍ଯ୍ୟକ୍ରମ ରହିଛି । ଏହି ମ୍ୟାଚରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ଦଳର ଏକମାତ୍ର ଖେଳାଳି ଭାବେ କୋରାପୁଟର ଦକ୍ଷ କ୍ରିକେଟର ନକୁଳ ବଡନାୟକ ବିଶ୍ବକପ ଖେଳିବାକୁ ସୁଯୋଗ ପାଇଛନ୍ତି । ଦୀର୍ଘ ସମୟ ଧରି ନିଜର ଦମଦାର ପଦର୍ଶନ ପାଇଁ ସେ ଟିମ୍ ଇଣ୍ଡିଆ ବିଶ୍ବକପ ସ୍କ୍ବାଡରେ ସାମିଲ ହୋଇଛନ୍ତି । ଗତ 5 ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶ୍ବକପର ଫାଇନାଲ ମ୍ୟାଚ 17 ତାରିଖରେ ଖେଳାଯିବ ।

ତେବେ ବାଂଲାଦେଶ ଟିମ ଏପର୍ଯ୍ୟନ୍ତ 4ଟି ମ୍ୟାଚ ଖେଳି 3 ଟି ମ୍ୟାଚ୍ ବିଜୟୀ ହେବା ସହ ମୋଟ 6 ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଛି । ସେହିପରି ଭାରତ 4 ଟି ମ୍ୟାଚରୁ ଦୁଇଟି ମ୍ୟାଚରେ ବିଜୟୀ ହୋଇ 4 ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଛି ।

ଇଟଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.