ETV Bharat / sports

INDvsBAN 1st Test : ପୂଜାରା ଓ ଗିଲଙ୍କ ଶତକ ବଳରେ ଭାରତର ସ୍ଥିତି ମଜବୁତ, ବାଂଲାଦେଶକୁ ୫୧୩ ରନର ଟାର୍ଗେଟ

author img

By

Published : Dec 16, 2022, 4:03 PM IST

Updated : Dec 16, 2022, 4:27 PM IST

INDvsBAN 1st Test : ତୃତୀୟ ଦିନରେ ୫୧୩ ରନର ଟାର୍ଗେଟ ଘୋଷଣା କଲା ଭାରତ, ପୂଜାରା ଓ ଗିଲଙ୍କ ଶତକ
INDvsBAN 1st Test : ତୃତୀୟ ଦିନରେ ୫୧୩ ରନର ଟାର୍ଗେଟ ଘୋଷଣା କଲା ଭାରତ, ପୂଜାରା ଓ ଗିଲଙ୍କ ଶତକ

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଚେତେଶ୍ବର ପୂଜାରାଙ୍କ ଶତକ ବଳରେ ଭାରତର ସ୍ଥିତି ମଜବୁତ । ବାଂଲାଦେଶକୁ ୫୧୩ ରନର ଟାର୍ଗେଟ ଦେଇଛନ୍ତି ଅଧିନାୟକ ଲୋକେଶ ରାହୁଲ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ କୌଣସି ଉଇକେଟ ନହରାଇ ୪୨ ରନ ସଂଗ୍ରହ କରିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଚେତେଶ୍ବର ପୂଜାରାଙ୍କ ଶତକ ବଳରେ ଭାରତର ସ୍ଥିତି ମଜବୁତ । ୫୧୨ ରନରେ ପାଳି ଘୋଷଣା କରିଛି ଭାରତ । ବାଂଲାଦେଶ ଆଗରେ ୫୧୩ ରନର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ବିତୀୟ ଇନିଂସରେ ଚେତେଶ୍ବର ପୂଜାରାଙ୍କ ଶତକ ପରେ ଟାର୍ଗେଟ ଘୋଷଣା କରିଛନ୍ତି ଅଧିନାୟକ ଲୋକେଶ ରାହୁଲ । ସେପଟେ ଯୁବ ବ୍ୟାଟର ଶୁଭମାନ ଗିଲ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି । ସେପଟେ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ କୌଣସି ଉଇକେଟ ନହରାଇ ୪୨ ରନ ସଂଗ୍ରହ କରିଛି ।

ଭାରତ ପାଳି ଘୋଷଣା କରିବା ପରେ ବାଂଲାଦେଶର ନାଜମୁଲ ହସେନ ସାଣ୍ଟୋ ଓ ଜାକିର ହାସନ ଦ୍ବିତୀୟ ଇନିଂସରେ ଓପନିଂ ପାଇଁ ଆସିଥିଲେ । ତୃତୀୟ ଦିନର ୱିକେଟ ଅପସାରଣ ବେଳକୁ ଉଭୟଙ୍କ ପାର୍ଟନର ୪୨ ରନ ସଂଗ୍ରହ କରିଥିଲା । ନାଜମୁଲ ହସେନ ସାଣ୍ଟୋ ୪୨ ବଲରୁ ୩ ଟି ଚୌକା ସହାୟତାରେ ୨୫ ରନ ସଂଗ୍ରହ କରିଥିବା ବେଳେ ଜାକିର ହାସନ ୩୦ ବଲରୁ ୧୭ ରନ କରି ଉଭୟ ଅପରାଜିତ ରହିଛନ୍ତି ।

ଦ୍ବିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୬୧.୪ ଓଭରରେ ୨ ୱିକେଟ ହରାଇ ୨୫୮ ରନ କରିଥିଲା । ଓପନର ଲୋକେଶ ରାହୁଲ ୨୩ ରନ କରି ପାଭଲିୟନ ଫେରିଥିଲେ । ଏହା ପରେ ପାଳି ସମ୍ଭାଳିଥିଲେ ଯୁବ ବ୍ୟାଟର ଶୁଭମନ ଗିଲ ଓ ଚେତେଶ୍ବର ପୂଜାରା । ଉଭୟ ଶତକୀୟ ଇନିଂସ ଖେଳି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସବୁଠୁ ବଡ କଥା ହେଲେ ଚେତେଶ୍ବର ପୂଜାରା ତାଙ୍କ ଟେଷ୍ଟ କ୍ୟାରିୟରର ଦୃତ ତମ ଶତକ ହାସଲ କରିଛନ୍ତି । ପୂଜାରାଙ୍କ ଶତକ ପରେ ଭାରତୀୟ ଦଳ ଟାର୍ଗେଟ ଘୋଷଣା କରିଥିଲା । ପୂଜାରା ପ୍ରଥମ ଇନିଂସରେ ଶତକ ଲକ୍ଷ୍ୟରେ ଦୃଢ ବ୍ୟାଟିଂ କରିଥିଲେ ମଧ୍ୟ ୯୦ ରନରେ ଆଉଟ ହୋଇଯାଇଥିଲେ । ତେଣୁ ପୂଜାରାଙ୍କ ଶତକ ହାସଲ ପରେ କ୍ୟାପଟେନ୍ ଟାର୍ଗେଟ ଘୋଷଣା କରିଥିଲେ । ପୂଜାରା ୧୩୦ ବଲରୁ ୧୩ ଚୌକା ସହିତ ୧୦୨ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି ।

ସେହିପରି ଗିଲ୍ ମଧ୍ୟ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକୀୟ ଇନିଂସ ଖେଳିଛନ୍ତି । ଶତକ ହାସଲ ପରେ ସେ ମେହିଦି ହାସନ ମିରାଜଙ୍କ ବଲରେ ଆଉଟ ହୋଇ ପାଭଲିୟନ ଫେରିଥିଲେ । ସେ ୧୫୨ ବଲରୁ ୧୦ ଟି ଚୌକା ଓ ୩ ଟି ଛକା ସହିତ ୧୧୦ ରନର ଇନିଂସ ଖେଳିଥିଲେ । ବିରାଟ କୋହଲି ୨୯ ବଲରୁ ୧୯ ରନର ପାଳି ଖେଳି ଅପରାଜିତ ରହିଛନ୍ତି । ସେପଟେ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପାଇଁ ବାଂଲାଦେଶକୁ ୫୧୩ ରନ ଦରକାର । ପ୍ରଥମ ଇନିଂସରେ ବାଂଲାଦେଶ ୧୫୦ ରନ କରି ଅଲଆଉଟ ହୋଇଥିଲା । ଭାରତ ପ୍ରଥମ ଇନିଂସରେ ୪୦୪ ରନ କରି ଅଲଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତର ୨୫୮ ରନ ପରେ ପାଳି ଘୋଷଣା ହୋଇଥିଲା ।

Last Updated :Dec 16, 2022, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.