ETV Bharat / sports

T20 World Cup 2022: ପାଣ୍ଡ୍ୟାଙ୍କ ଧୂଆଁଦାର ଅର୍ଦ୍ଧଶତକ, ଇଂଲଣ୍ଡ ସମ୍ମୁଖରେ ୧୬୯ ରନ୍‌ ଟାର୍ଗେଟ

author img

By

Published : Nov 10, 2022, 3:16 PM IST

Updated : Nov 10, 2022, 7:51 PM IST

India set 169 runs target for England in second Semi final match of T20 World Cup 2022
T20 World Cup 2022: ପାଣ୍ଡ୍ୟାଙ୍କ ଧୂଆଁଦାର ଅର୍ଦ୍ଧଶତକ, ଇଂଲଣ୍ଡ ସମ୍ମୁଖରେ ୧୬୯ ରନ୍‌ ଟାର୍ଗେଟ

ଟି୨୦ ବିଶ୍ବକପର ଦ୍ବିତୀୟ ସେମିଫାନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଦଳକୁ ୧୬୯ ରନ୍‌ ଟାର୍ଗେଟ୍‌ ଦେଇଛି ଭାରତ । ଅଧିକ ପଢ଼ନ୍ତୁ

ଆଡିଲେଡ୍‌: ଟି୨୦ ବିଶ୍ବକପର ଦ୍ବିତୀୟ ସେମିଫାନାଲ୍‌ ମ୍ୟାଚ୍‌ରେ ଇଂଲଣ୍ଡ ଦଳକୁ ୧୬୯ ରନ୍‌ ଟାର୍ଗେଟ୍‌ ଦେଇଛି ଭାରତ । ବିରାଟଙ୍କ ଅର୍ଦ୍ଧଶତକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦୃତ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୬୮ ରନ୍‌ କରିଛି ଭାରତ ।

ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ । ଆରମ୍ଭରୁ ଭାରତ ଧିମା ପାଳି ଖେଳିଥିଲା । କେ.ଏଲ୍‌ ପୁଣି ନିରାଶ କରି ମାତ୍ର ମାତ୍ର ୫ ରନ୍‌ କରି ପାଭିଲିୟନ ଫେରିଥିଲେ । ଏହାପରେ କୋହଲି ଓ ରୋହିତ ଶର୍ମା ଭାରତର ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ତେବେ ଦଳୀୟ ସ୍କୋର୍‌ ୫୬ ରନ୍‌ ବେଳେ ରୋହିତ ଶର୍ମା ୨୮ ବଲ୍‌ରୁ ୨୭ ରନ୍‌ କରି ଆଉଟ ହୋଇଥଲେ ।

ସୂର୍ଯ୍ୟ କୁମାର ଯାଦବ ମାତ୍ର ୧୪ ରନ୍‌ ହିଁ କରି ପାରିଥିଲେ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଆସି ଭାରତର ପାଳି ସମ୍ଭାଳିଥିଲେ । ଅନ୍ୟପଟେ ବିରାଟ କୋହଲି ମଧ୍ୟ ତାଙ୍କ ଫର୍ମ ବଜାୟ ରଖି ଦଳ ପାଇଁ ସ୍କୋର୍‌ କରି ଚାଲିଥିଲେ । ତେବେ ଭାରତ ପକ୍ଷରୁ ପ୍ରଥମ ୧୦ ଓଭର ପର୍ଯ୍ୟନ୍ତ ଧିମା ବ୍ୟାଟିଂ ଦେଖିବାକୁ ମଳିଥିଲା । ଶେଷ ବେଳକୁ କୋହଲି ଆଉ ଏକ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ହାର୍ଦ୍ଧିକ ପାଣ୍ଡ୍ୟା ମଧ୍ୟ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ଭାରତର ସ୍କୋର୍‌କୁ ୧୬୮ ରନ୍‌ରେ ପହଞ୍ଚାଇଥିଲେ ।

ଇଂଲଣ୍ଡ ପକ୍ଷରୁ କ୍ରିଶ୍‌ ଜୋର୍ଡାର ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଆଦିଲ ରାଶିଦ ଗୋଟିଏ ୱିକେଟ ନେଇ ମାତ୍ର ୨୦ ରନ୍‌ ଖର୍ଚ୍ଚ କରିଥିଲେ । ସେହିଭଳି କ୍ରୀଶ ୱକ୍‌ସ୍‌ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ ।

Last Updated :Nov 10, 2022, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.