ETV Bharat / sports

ସେଞ୍ଚୁରିଅନରେ ସ୍ମରଣୀୟ ବିଜୟ ସହ ବର୍ଷ ଶେଷ କଲା ଟିମ ଇଣ୍ଡିଆ

author img

By

Published : Dec 30, 2021, 6:35 PM IST

India register Test wins over Australia, England, New Zealand and South Africa in 2021 to end year on a high
ସେଞ୍ଚୁରିଅନରେ ଐତିହାସିକ ବିଜୟ ସହ ବର୍ଷ ଶେଷ କଲା ଟିମ ଇଣ୍ଡିଆ

ସେଞ୍ଚୁରିଅନରେ ବଡ ବିଜୟ ସହ ଭାରତ ଟେଷ୍ଟ କ୍ରିକେଟରେ ଏକ ସଫଳତମ ବର୍ଷ ଶେଷ କରିଛି । ବିଦାୟ ନେବାକୁ ଯାଉଥିବା ବର୍ଷ ୨୦୨୧ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିବାର ଇତିହାସ ରଚିଛି ଭାରତୀୟ ଟିମ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ପରାସ୍ତ କରିଛି । ଅଧିକ ପଢନ୍ତୁ

ସେଞ୍ଚୁରିଅନ(ଦକ୍ଷିଣ ଆଫ୍ରିକା): ଐତିହାସିକ ଗାବା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆର ଅପରାଜେୟ ରେକର୍ଡ ଭଙ୍ଗ କରିବାର ୧୧ ମାସ ପରେ ଟିମ ଇଣ୍ଡିଆ ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାର ଅପରାଜେୟ ରେକର୍ଡକୁ ଭଙ୍ଗ କରିଛି । ସୁପର ସ୍ପୋର୍ଟ ପାର୍କରେ ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି ଭାରତୀୟ ଟିମ । ଦକ୍ଷିଣ ଆଫ୍ରିକାକୁ ୧୧୩ ରନ୍‌ରେ ହରାଇବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି । ଗୁରୁବାର ମ୍ୟାଚ୍‌ର ଶେଷଦିନରେ ୬ଟି ୱିକେଟ ହାସଲ କରିବା ସହ ବିଜୟ ସଂପୂର୍ଣ୍ଣ କରିଛି ବିରାଟ ବାହିନୀ ।

ବର୍ଷ ୧୯୯୨ ଠାରୁ ଦକ୍ଷିଣ ଆଫ୍ରିକାରେ ଭାରତ ଖେଳିଥିବା ୨୨ଟି ଟେଷ୍ଟ ମଧ୍ୟରୁ ଏହା ଚତୁର୍ଥ ବିଜୟ । ଏହାମଧ୍ୟ ଦ୍ବିତୀୟ ଥର ଯେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ମାଟିରେ ଏକ ଟେଷ୍ଟ ସିରିଜରେ ଆଗୁଆ ହୋଇଛି । ଏହାପୂର୍ବରୁ ରାହୁଲ ଦ୍ରାବିଡଙ୍କ ନେତୃତ୍ବରେ ବର୍ଷ ୨୦୦୬-୦୭ରେ ୧-୦ରେ ଆଗୁଆ ହେବାସତ୍ତ୍ବେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୨ରେ ହାରିଥିଲା ।

ଏହାମଧ୍ୟ ପଢନ୍ତୁ: Centurian Test: ସେଞ୍ଚୁରିଅନରେ ଭାରତର ପ୍ରଥମ ଟେଷ୍ଟ ବିଜୟ

ସେଞ୍ଚୁରିଅନ ବିଜୟ ସହ ବିରାଟ କୋହଲି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ପ୍ରଥମ ଭାରତୀୟ କ୍ୟାପଟେନ ଭାବେ ବିରାଟ କୋହଲି ସେଞ୍ଚୁରିଅନ ଟେଷ୍ଟ ବିଜେତା କ୍ୟାପଟେନ ହୋଇଛନ୍ତି । ପୂର୍ବରୁ ୨୦୧୮ରେ ଟିମ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ ଏକ ଇଂନିସ ଓ ୨୫ ରନ୍‌ରେ ପରାଜିତ ହୋଇଥିଲା ଓ ସିରିଜ ଡ୍ର ହୋଇଥିଲା ।

ଅଷ୍ଟ୍ରେଲିଆ, ଇଂଲଣ୍ଡ ପରେ ଦ୍ରୁତ ପିଚ୍‌ ଭାବେ ପରିଚିତ ଐତିହାସିକ ସେଞ୍ଚୁରିଅନ ଭେନ୍ୟୁରେ ତୃତୀୟ ଭ୍ରମଣକାରୀ ଟିମ ଭାବେ ଟିମ ଇଣ୍ଡିଆ ଟେଷ୍ଟ ବିଜୟ ହାସଲ କରିବାର ରେକର୍ଡ କରିଛି ।

ଇଂଲଣ୍ଡ ପ୍ରଥମ ଭ୍ରମଣକାରୀ ଟିମ ଭାବେ ବର୍ଷ ୨୦୦୦ରେ ସେଞ୍ଚୁରିଅନରେ ଟେଷ୍ଟ ମ୍ୟାଚ ବିଜୟୀ ହୋଇଥିଲା । ପରେ ବର୍ଷ ୨୦୧୪ରେ ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ୍‌, ଶନ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ଶତକ ବଳରେ ମାଇକେଲ କ୍ଳାର୍କଙ୍କ ନେତୃତ୍ବରେ ଘରୋଇ ଟିମକୁ ୨୮୧ ରନ୍‌ରେ ହରାଇଥିଲା ।

ସର୍ବମୋଟ ଦକ୍ଷିଣ ଆଫ୍ରିକା ସେଞ୍ଚୁରିଅନରେ ୨୮ଟି ଟେଷ୍ଟ ଖେଳିଥିବାବେଳେ ୨୧ଟିରେ ବିଜୟୀ ହୋଇଛି ଓ ୩ଟିରେ ପରାଜିତ ହୋଇଛି । ଯେଉଁଥିରେ ଗୁରୁବାର ଭାରତର ଐତିହାସିକ ବିଜୟ ସାମିଲ ରହିଛି ।

ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାର ଟେଷ୍ଟ ରେକର୍ଡ

ମ୍ୟାଚ୍‌ - ୨୮, ବିଜୟ ୨୧, ପରାଜୟ- ୩

ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଟିମ

  • ୨୦୦୦ରେ ଇଂଲଣ୍ଡ
  • ୨୦୧୪ରେ ଅଷ୍ଟ୍ରେଲିଆ
  • ୨୦୨୧ରେ ଭାରତ

ସେଞ୍ଚୁରିଅନରେ ବଡ ବିଜୟ ସହ ଭାରତ ଟେଷ୍ଟ କ୍ରିକେଟରେ ଏକ ସଫଳତମ ବର୍ଷ ଶେଷ କରିଛି । ବିଦାୟ ନେବାକୁ ଯାଉଥିବା ବର୍ଷ ୨୦୨୧ରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିବାର ଇତିହାସ ରଚିଛି ଭାରତୀୟ ଟିମ । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ନ୍ୟୁଜିଲାଣ୍ଡକୁ ଘରୋଇ ମାଟିରେ ପରାସ୍ତ କରିଛି । ତେବେ ବିରାଟ କୋହଲିଙ୍କ ଟିମକୁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ବିଜେତା ହେବାର ସୁଯୋଗ ହାତଛଡା କରିବାର ଅବଶୋଷ ରହିବ । ଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ପରାଜୟ ହୋଇଥିଲା ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.