ETV Bharat / sports

Centurion Test: ସେଞ୍ଚୁରିଅନରେ ଭାରତର ପ୍ରଥମ ଟେଷ୍ଟ ବିଜୟ

author img

By

Published : Dec 30, 2021, 4:36 PM IST

Updated : Dec 30, 2021, 10:54 PM IST

india win Centurion Test
Centurian Test: ସେଞ୍ଚୁରିଅନରେ ଭାରତର ପ୍ରଥମ ଟେଷ୍ଟ ବିଜୟ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନର ସୁପର ସ୍ପୋର୍ଟ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିନେଇଛି ବିରାଟ ବାହିନୀ । ଅଧିକ ପଢନ୍ତୁ

ସେଞ୍ଚୁରିଅନ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦମଦାର ବିଜୟ । ସେଞ୍ଚୁରିଅନର ସୁପର ସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିନେଇଛି ବିରାଟ ବାହିନୀ । ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି । ସେଞ୍ଚୁରିଅନ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଏହା ପ୍ରଥମ ଟେଷ୍ଟ ମ୍ୟାଚ୍‌ ବିଜୟ । ଫଳରେ ଐତିହାସିକ ବିଜୟ ସହ ୨୦୨୧ବର୍ଷ ଶେଷ କରିଛି ଟିମ ଇଣ୍ଡିଆ ।

୩୦୫ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ଟିମକୁ ୧୯୧ ରନ୍‌ରେ ଅଲଆଉଟ୍‌ କରିଥିଲା ଟିମ ଇଣ୍ଡିଆ । ଲଞ୍ଚ୍‌ ବ୍ରେକ୍‌ ପରେ ୧୮୨/୭ରୁ ଖେଳ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ମାତ୍ର ଦୁଇ ଓଭର ମଧ୍ୟରେ ଶେଷ ୩ ୱିକେଟ ହାତେଇଥିଲେ ଭାରତୀୟ ବୋଲର । ପ୍ରଥମ ମହମ୍ମଦ ସାମି ୱିକେଟ କିପର ଋଷଭ ପନ୍ତଙ୍କ ଦ୍ବାରା ଡେବ୍ୟୁ ମ୍ୟାଚ ଖେଳୁଥିବା ମାର୍କୋ ଜାନସେନଙ୍କୁ ଓ ପରେ ରବିଚନ୍ଦ୍ରନ ଅଶ୍ବିନ କାଗିସୋ ରବାଡା ଓ ଲୁଙ୍ଗି ନିଙ୍ଗିଡିଙ୍କୁ ଆଉଟ୍‌ କରି ଭାରତକୁ ବିଜୟ ଦେଇଥିଲେ । ସାମି ଦ୍ବିତୀୟ ଇଂନିସରେ ୩ଟି ୱିକେଟ ସହ ମ୍ୟାଚ୍‌ରେ ମୋଟ ୮ଟି ୱିକେଟ ହାସଲ କରିଛନ୍ତି । ସେହିପରି ବୁମରା ୫ଟି ୱିକେଟ ଅକ୍ତିଆର କରିଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ବିତୀୟ ଇଂନିସରେ କ୍ୟାପଟେନ ଡିନ ଏଲଗାର ସର୍ବାଧିକ ୭୭ ରନ୍‌ର ଇଂନିସ ଖେଳିଥିଲେ ଓ ତେମ୍ବା ବାଭୁମା ୩୫ ରନ୍‌ରେ ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଭାଇସ-କ୍ୟାପଟେନ କେଏଲ ରାହୁଲ ପ୍ରଥମ ଇଂନିସରେ ଦମଦାର ଶତକୀୟ ଇଂନିସ ଖେଳିଥିଲେ । ମୟଙ୍କ ଅଗ୍ରୱାଲ୬୦ ଓ ଅଜିଙ୍କ୍ୟ ରାହାଣେ ୬୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।

ସଂକ୍ଷିପ୍ତ ସ୍କୋର: ଭାରତ ୩୨୭ ଓ ୧୭୪ ଦକ୍ଷିଣ ଆଫ୍ରିକାକୁ 113 ରନ୍‌ରେ ହରାଇଲା ୧୯୭ ଓ ୧୯୧ ଅଲଆଉଟ୍‌(ଡିନ୍‌ ଏଲଗାର ୭୭, ତେମ୍ବା ବାଭୁମା ୩୫ ଅପରାଜିତ, ଜଶପ୍ରୀତ ବୁମରା ୩/୫୦, ମହମ୍ମଦ ସାମି ୩/୬୩) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 30, 2021, 10:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.