ETV Bharat / sports

INDvsSL 3rd T20I: ଟସ ଜିତି ପାଣ୍ଡ୍ୟାଙ୍କ ବ୍ୟାଟିଂ ନିଷ୍ପତ୍ତି

author img

By

Published : Jan 7, 2023, 6:58 PM IST

ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ

ହାର୍ଦ୍ଦିକ ପାଣ୍ଡ୍ୟା ଓ ଦାସୁନ ଶନକା
ହାର୍ଦ୍ଦିକ ପାଣ୍ଡ୍ୟା ଓ ଦାସୁନ ଶନକା

ରାଜକୋଟ: ପ୍ରଥମେ ବ୍ୟାଟିଂ କରିବ ଭାରତ । ଭାରତ ଶ୍ରୀଲଙ୍କା ମଧ୍ୟରେ ଆଜି ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲିଂ କରିବ ଶ୍ରୀଲଙ୍କା । ଏହି ତିନି ଟିକିଆ ଟି୨୦ ସିରିଜରେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତିଛନ୍ତି । ତେଣୁ ଆଜିର ତୃତୀୟ ଟି୨୦ ମ୍ୟାଚରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଉଭୟ ଦଳ ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବେ ।

ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତୃତୀୟ ଟି୨୦ ମ୍ୟାଚ ବାବଦରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା କହିଛନ୍ତି ଏହା ଭଲ ପିଚ । ଦଳ ଦ୍ବିତୀୟ ଟି୨୦ ମ୍ୟାଚରେ ଦଳ ଭଲ ଖେଳିନଥିଲା । ପୁରୁଣା ଭୁଲକୁ ସୁଧାରି ମଇଦାନକୁ ଓହ୍ଲାଇବ ଭାରତ । ଶ୍ରୀଲଙ୍କା ପୂର୍ବ ମ୍ୟାଚରେ ବିଜୟୀ ହୋଇଥିବାରୁ ମନୋବଳ ଦୃଢ ରହିଛି । ଉଭୟ ବ୍ୟାଟି ଓ ବୋଲିଂ କ୍ଷେତ୍ରରେ ନିଜକୁ ଜୋରଦାର ପ୍ରସ୍ତୁତ କରିଛି ଦଳ । ସେହିପରି ଆଜି ଶେଷ ମ୍ୟାଚ ଥିବାରୁ ଭାରତୀୟ ଦଳର ମନୋବଳ ମଧ୍ୟ ଦୃଢ ରହିଛି । ଦ୍ବିତୀୟ ମ୍ୟାଚରେ ହାରିଥିଲେ ସୁଦ୍ଧା ଶ୍ରୀଲଙ୍କାଠୁ ସିରିଜ ଛଡାଇବା ଲକ୍ଷ୍ୟ ରଖିଛି ଭାରତ । ଦଳରେ ଯୁବକ ଖେଳାଳି ଥିଲେ ମଧ୍ୟ ଆଜି ଜିଜାନ ଲଗାଇ ମ୍ୟାଚ ଖେଳିବ ଦଳ ।

ଟିମ ଇଣ୍ଡିଆ ଚୂଡାନ୍ତ ଏକାଦଶ - ଇଶାନ କିଶାନ (ୱିକେଟ କିପର), ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଅକ୍ଷର ପଟେଲ, ଶିଭମ ମାଭି, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଜିବେନ୍ଦ୍ର ଚହଲ ।

ଶ୍ରୀଲଙ୍କା ଚୂଡାନ୍ତ ଏକାଦଶ - ପଥୁମ ନିଶଙ୍କା, କୁଶଲ ମେଣ୍ଡିସ (ୱିକେଟ କିପର), ଅଭିଷ୍କା ଫର୍ଣ୍ଣାଡୋ, ଧନଞ୍ଜୟ ଡି ସିଲବା, ଚରିଥ ଅସଲଙ୍କା, ଦାସୁନ ଶନକା (ଅଧିନାୟକ), ୱାନେନ୍ଦୁ ହସରଙ୍ଗା, ଚମିକା କରୁଣାରତ୍ନେ, ମହେଶ ଥିକଶାନା, କଶୁନ ରଜିଥା, ଦିଲସନ ମଧୁଶଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.